Thursday, April 30, 2026 10:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

by Our Correspondent
13 Oct, 2019- 04:55 PM
in Latest News, News
1 min read
0
ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

– ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସୋ କଜ୍, ସିଡ଼ିଏମଓ ସସପେଣ୍ଡ୍
– ‘ମୋ ସରକାର’ ଅଭିଯାନରେ ତୃତୀୟ ମହଲା ଅଧିକାରୀ
– ଢ଼େଙ୍କାନାଳ ଜିଲ୍ଲା ଡାକ୍ତରଖାନା, ଆରଟିଓ ଅଫିସ ବୁଲିଲେ କୁଟ୍ଟେ

ଭୁବନେଶ୍ୱର: ପୂରା ଆକ୍ସ ମୁଡ୍ ରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ଗ୍ରାଉଣ୍ଡ ଜିରୋରେ ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ଥିତି ପରଖୁଥିବା ପାଣ୍ଡିଆନ୍ ଙ୍କ ହାବୁଡ଼ରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ୍ କଲ୍ୟାଣ ଏବଂ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲ । ‘ମୋ ସରକାର’ କାର୍ଯ୍ୟକ୍ରମ ରୂପାୟନରେ ଅବହେଳା ପାଇଁ ସେ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ସିଡ଼ିଏମଓଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି । ଏଥିସହ ରାଉରକେଲା ସରକାରୀ ହସ୍ପିଟାଲ୍ ର ଜଣେ ଡାକ୍ତର ଡ୍ୟୁଟି ସମୟରେ ମୋବାଇଲ୍ ରେ ଖେଳୁଥିବା ଅଭିଯୋଗ ପାଇଲା ପରେ ଉପଜିଲ୍ଲାପାଳଙ୍କୁ ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ୍ ।
ରାଜ୍ୟରେ ଡାକ୍ତରଖାନା, ଥାନା ଓ ଆରଟିଓ ଅଫିସଗୁଡ଼ିକର ସ୍ଥିତି ପରଖିବା ପାଇଁ ଗତ ୮ ତାରିଖରୁ ଜିଲ୍ଲା ବୁଲୁଛନ୍ତି ୫-ଟି ସଚିବ ପାଣ୍ଡିଆନ୍ ଓ ଟିମ୍ । ଏହି କ୍ରମରେ ଆଜି ପାଣ୍ଡିଆନ୍ ଯାଇଥିଲେ ସୁନ୍ଦରଗଡ଼ । ତାଙ୍କ ସହ ଥିଲେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସେମାନେ ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ‘ ମୋ ସରକାର’ କାର୍ଯ୍ୟକ୍ରମ ଏବଂ ରୋଗୀସେବା କିଭଳି ଚାଲୁଛି ଅନୁଧ୍ୟାନ କରିଥିଲେ । ତେବେ ଏହି ସମୟରେ ରୋଗୀସେବାରେ କିଛି ବ୍ୟତିକ୍ରମ ପାଣ୍ଡିଆନ୍ ଙ୍କ ନଜରକୁ ଆସିଥିଲା । ଅବିଳମ୍ବେ ସେ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦାୟିତ୍ୱରେ ଅବହେଳା ପାଇଁ ସିଡ଼ିଏମଓଙ୍କୁ ସସପେଣ୍ଡ ପାଇଁ ସୁପାରିଶ କରିଥିଲେ ।
ପରେ ପରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଯାଇଥିଲେ ରାଉରକେଲା ସରକାରୀ ହସ୍ପିଟାଲ୍ । ରୋଗୀଙ୍କ ସହ କଥା ହେଲା ବେଳେ ତାଙ୍କର ଜଣେ ସମ୍ପର୍କୀୟ ସେକ୍ଟର ୨୦ରେ ରହୁଥିବା ସୀମା ମୁଖି ନାମକ ମହିଳା ପାଣ୍ଡିଆନ୍ ଙ୍କ ନିକଟରେ ଜନୈକ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଡ୍ୟୁଟି ସମୟରେ ସଂପୃକ୍ତ ଡାକ୍ତର ମୋବାଇଲ୍ ଗେମ୍ ରେ ମାତିଥିବା ତାଙ୍କ ନଜରକୁ ଆଣିଥିଲେ । ଅଭିଯୋଗ ପାଇଲା କ୍ଷଣି ପାଣ୍ଡିଆନ୍ ପାନପୋଷ ଉପଜିଲ୍ଲାପାଳଙ୍କୁ ଡାକି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
କେବଳ ପାଣ୍ଡିଆନ୍ ନୁହଁନ୍ତି, ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡ଼ି) ଡି.ଏସ୍.କୁଟ୍ଟେ, ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଆଜି ବିଭିନ୍ନ ଜିଲ୍ଲା ଡାକ୍ତରଖାନା ଓ ଆରଟିଓ ଅଫିସ ବୁଲି ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲେ ।
ଶ୍ରୀ କୁଟ୍ଟେ ଢ଼େଙ୍କାନାଳ ଜିଲ୍ଲା ହସ୍ପିଟାଲ୍ ରେ ଅଚାନକ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଥିଲେ ଏବଂ ଡାକ୍ତର, ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ । ବିନା ସୂଚନାରେ କୁଟ୍ଟେଙ୍କର ଏହି ଗସ୍ତ ଜିଲ୍ଲା ଏବଂ ଡାକ୍ତରଖାନା ପ୍ରଶାସନକୁ ଛାନିଆଁ କରିଥିଲା । ଡାକ୍ତରଖାନାରୁ ସେ ଯାଇଥିଲେ ଢ଼େଙ୍କାନାଳ ଆରଟିଓ ଅଫିସ । ଡାକ୍ତରଖାନା ଓ ଆରଟିଓ ଅଫିସରେ ପ୍ରାୟ ୩ ଘଣ୍ଟା ଧରି ଛାନଭିନ୍ କରିଥିଲେ କୁଟ୍ଟେ ।
ଶ୍ରୀମତୀ ରୂପା ରୋସନ୍ ସାହୁ ପୁରୀ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିଥିଲେ । ସେପଟେ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଯାଜପୁର ଡାକ୍ତରଖାନା ବୁଲିଥିଲେ ।
‘ମୋ ସରକାର’ ଅଭିଯାନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ସିଏମଓ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍ ସାମିଲ ହୋଇ ପାଣ୍ଡିଆନ୍ ଙ୍କ ସହ କିଛି ଜିଲ୍ଲା ବୁଲି ସାରିଛନ୍ତି ।
Previous Post

ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

Next Post

ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Next Post
ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA