ଭୁବନେଶ୍ୱର: ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ତାଙ୍କ ଟିମ୍ । ଗସ୍ତର ପ୍ରଥମ ଦିନରେ ତିନୋଟି ଯାକ ଜିଲ୍ଲା ସରକାରୀ ଡାକ୍ତରଖାନାର ରୋଗୀସେବା ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନର ଫଳ ଆଜି ଆସିଛି । ଟିମ୍ ର ରିପୋର୍ଟ ଭିତ୍ତିରେ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।
ମାଲକାନଗିରି ଜିଲ୍ଲା ଡାକ୍ତରଖାନା: ମାଲକାନଗିରି ଜିଲ୍ଲା ଡାକ୍ତରଖାନାର ବେଡ୍ ସଂଖ୍ୟା ୨୦୦ କୁ ବୃଦ୍ଧି। ଡାକ୍ତରମାନଙ୍କ ପାଇଁ ଉପଯୁକ୍ତ ରହିବା ବ୍ୟବସ୍ଥା ଏବଂ ଟ୍ରାନଜିଟ୍ ହୋମ୍ ସ୍ଥାପନ କରାଯିବ । ରୋଗୀମାନଙ୍କ ସହ ଆସୁଥିବା ସମ୍ପର୍କୀୟମାନଙ୍କ ପାଇଁ ରେଷ୍ଟସେଡ୍ ନିର୍ମାଣ ହେବ । ରୋଗୀ ଓ ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୋଟୁଠାରୁ ମାଲକାନଗିରି ପ୍ରତିଦିନ ବସ ଚଳାଚଳ କରିବ ।
କୋରାପୁଟ ମେଡ଼ିକାଲ୍ କଲେଜ: ୫୦୦ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ୍ ହସ୍ପିଟାଲ୍ ନିର୍ମାଣ ହେବ । ସେଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ ସରିଛି । ୨୪ ମାସରେ ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ । ମେଡ଼ିକାଲ୍ କ୍ୟାମ୍ପସରେ ଅନ୍ତରୀଣ ବ୍ୟବସ୍ଥା ଭାବେ ଏକ ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ କରାଯିବ । କମ୍ପୋଜିଟ୍ କ୍ୟାମ୍ପସ୍ ରେ ଷ୍ଟାଫ୍ କ୍ୱାଟର୍ସ ଏବଂ ଟ୍ରାନଜିଟ୍ ହୋମ୍ ନିର୍ମାଣ ହେବ । ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନସ୍ ଏବଂ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
କୋରାପୁଟ ଜିଲ୍ଲା ଡାକ୍ତରଖାନା: ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୨୫୦ କୁ ବୃଦ୍ଧି କରାଯାଇଛି । ବର୍ତ୍ତମାନର ହସ୍ପିଟାଲ୍ ବିଲଡିଂ ଉପରେ ନୂଆ ୱାର୍ଡ ନିର୍ମାଣ କରାଯିବ । ଷ୍ଟାଫ୍ କ୍ୱାର୍ଟର ଏବଂ ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ ସହ ଆଉ ଦୁଇଟି ଆମ୍ବୁଲାନସ୍ ଯୋଗାଇ ଦିଆଯିବ ।
ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା: ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି । ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ୍ ବିଲଡିଂ ନିର୍ମାଣ ହେବ । ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ କରାଯିବ । ତିନୋଟି ଆମ୍ବୁଲାନସ୍ ଏବଂ ୩ ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ଉକ୍ତ ୪ଟି ଯାକ ରୋଗୀ କଲ୍ୟାଣ ସମିତିକୁ ରୋଗୀ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ସଂପୃକ୍ତ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କାର ପାଣ୍ଠି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଫିସରଙ୍କୁ ମୁଁ ପଠାଇଥିଲି
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ପୁଲିସ ଏବଂ ସ୍ୱାସ୍ଥ୍ୟସେବାକୁ ଫୋକସ୍ କରାଯାଇଛି । ଇତିମଧ୍ୟରେ ୧୨୦ ଟି ଫୋନ୍ କଲ କରି ଲୋକଙ୍କ ମତାମତ ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସମର୍ଥନ ତାଙ୍କୁ ଅଭିଭୂତ କରିଛି । ଏହି କାର୍ଯ୍ୟକ୍ରମର ଷ୍ଟ୍ରାଟେଜି ସ୍ୱରୂପ ଅନ୍ତତଃପକ୍ଷେ ୧୫ ଟି ଜିଲ୍ଲା ଗସ୍ତ କରିବା ପାଇଁ ଅଫିସରମାନଙ୍କୁ ସେ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କ ସହଭାଗିତା ବେଶ ଉତ୍ସାହଜନକ । ପୁଲିସ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସମର୍ଥନ ଆମକୁ ପ୍ରେରଣା ଦେଇଛି ବୋଲି ଆଜି ପ୍ୟାକେଜ୍ ଘୋଷଣା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Namaste. Good beginning sir with such announcements. Follow up action in the field and resultant benefit to targeted people awaited to see. SALAD-9437161024
ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେ।ବିଳମ୍ବରେ ହେଲ ମଧ୍ୟ ଏହା ନିୟମିତ ବ୍ୟବଧାନରେ ଚାଲୁ ରହିବା ଉଚିତ।କିନ୍ତୁ ଏକ ଘଣ୍ଟିଆ ଗସ୍ତ ହେଲେ କିଛି ହେବନି। ଅତ୍ୟନ୍ତ ଗୋଟିଏ ଦିନ ଗୋଟିଏ ଜିଲା।ରୁଦ୍ଧଦ୍ୱ।ର ବୈଠକ ନ କରି ନାଗରିକ ସମାଜ ର ପ୍ରତିନିଧି ଙ୍କୁ ସାମିଲ କରନ୍ତୁ।ନୋଚେତ ଗରିବ ରୋଗୀ ଙ୍କୁ ଡଭୟ ଦେଖାଇ ସପକ୍ଷରେ କହିବାକୁ ପ୍ରବତ୍ତାଇବେ।ତେଣୁ ମୋ ସରକାର ର ସଫଳତା ପାଇଁ ଜିଲ୍ଲାର ଅତି କମରେ କୋଡ଼ିଏ ତିରିଶ ବୁଦ୍ଧିଜୀବୀ ଙ୍କୁ ସାମିଲ କରି ପରାମର୍ଶ ନେବା ନିହାତି ଆବଶ୍ୟକ।ନୋଚେତ କାଗଜ କଲମରେ ରହିଯିବ।