Thursday, April 30, 2026 09:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Our Correspondent
14 Oct, 2019- 07:43 PM
in Latest News
1 min read
2
ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ତାଙ୍କ ଟିମ୍ । ଗସ୍ତର ପ୍ରଥମ ଦିନରେ ତିନୋଟି ଯାକ ଜିଲ୍ଲା ସରକାରୀ ଡାକ୍ତରଖାନାର ରୋଗୀସେବା ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନର ଫଳ ଆଜି ଆସିଛି । ଟିମ୍ ର ରିପୋର୍ଟ ଭିତ୍ତିରେ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି ।
ମାଲକାନଗିରି ଜିଲ୍ଲା ଡାକ୍ତରଖାନା: ମାଲକାନଗିରି ଜିଲ୍ଲା ଡାକ୍ତରଖାନାର ବେଡ୍ ସଂଖ୍ୟା ୨୦୦ କୁ ବୃଦ୍ଧି। ଡାକ୍ତରମାନଙ୍କ ପାଇଁ ଉପଯୁକ୍ତ ରହିବା ବ୍ୟବସ୍ଥା ଏବଂ ଟ୍ରାନଜିଟ୍ ହୋମ୍ ସ୍ଥାପନ କରାଯିବ । ରୋଗୀମାନଙ୍କ ସହ ଆସୁଥିବା ସମ୍ପର୍କୀୟମାନଙ୍କ ପାଇଁ ରେଷ୍ଟସେଡ୍ ନିର୍ମାଣ ହେବ । ରୋଗୀ ଓ ସାଧାରଣ ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୋଟୁଠାରୁ ମାଲକାନଗିରି ପ୍ରତିଦିନ ବସ ଚଳାଚଳ କରିବ ।
କୋରାପୁଟ ମେଡ଼ିକାଲ୍ କଲେଜ: ୫୦୦ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ୍ ହସ୍ପିଟାଲ୍ ନିର୍ମାଣ ହେବ । ସେଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ ସରିଛି । ୨୪ ମାସରେ ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ । ମେଡ଼ିକାଲ୍ କ୍ୟାମ୍ପସରେ ଅନ୍ତରୀଣ ବ୍ୟବସ୍ଥା ଭାବେ ଏକ ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ କରାଯିବ । କମ୍ପୋଜିଟ୍ କ୍ୟାମ୍ପସ୍ ରେ ଷ୍ଟାଫ୍ କ୍ୱାଟର୍ସ ଏବଂ ଟ୍ରାନଜିଟ୍ ହୋମ୍ ନିର୍ମାଣ ହେବ । ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନସ୍ ଏବଂ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
କୋରାପୁଟ ଜିଲ୍ଲା ଡାକ୍ତରଖାନା: ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୨୫୦ କୁ ବୃଦ୍ଧି କରାଯାଇଛି । ବର୍ତ୍ତମାନର ହସ୍ପିଟାଲ୍ ବିଲଡିଂ ଉପରେ ନୂଆ ୱାର୍ଡ ନିର୍ମାଣ କରାଯିବ । ଷ୍ଟାଫ୍ କ୍ୱାର୍ଟର ଏବଂ ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ ସହ ଆଉ ଦୁଇଟି ଆମ୍ବୁଲାନସ୍ ଯୋଗାଇ ଦିଆଯିବ ।
ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା: ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି । ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ୍ ବିଲଡିଂ ନିର୍ମାଣ ହେବ । ଆଟେଣ୍ଡାଣ୍ଟ ରେଷ୍ଟ ସେଡ୍ ନିର୍ମାଣ କରାଯିବ । ତିନୋଟି ଆମ୍ବୁଲାନସ୍ ଏବଂ ୩ ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ।
ଉକ୍ତ ୪ଟି ଯାକ ରୋଗୀ କଲ୍ୟାଣ ସମିତିକୁ ରୋଗୀ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ସଂପୃକ୍ତ ଜିଲ୍ଲାରେ ରକ୍ତଦାନ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ଏସପିମାନଙ୍କୁ ୧୦ ଲକ୍ଷ ଟଙ୍କାର ପାଣ୍ଠି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଫିସରଙ୍କୁ ମୁଁ ପଠାଇଥିଲି

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ପୁଲିସ ଏବଂ ସ୍ୱାସ୍ଥ୍ୟସେବାକୁ ଫୋକସ୍ କରାଯାଇଛି । ଇତିମଧ୍ୟରେ ୧୨୦ ଟି ଫୋନ୍ କଲ କରି ଲୋକଙ୍କ ମତାମତ ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସମର୍ଥନ ତାଙ୍କୁ ଅଭିଭୂତ କରିଛି । ଏହି କାର୍ଯ୍ୟକ୍ରମର ଷ୍ଟ୍ରାଟେଜି ସ୍ୱରୂପ ଅନ୍ତତଃପକ୍ଷେ ୧୫ ଟି ଜିଲ୍ଲା ଗସ୍ତ କରିବା ପାଇଁ ଅଫିସରମାନଙ୍କୁ ସେ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କ ସହଭାଗିତା ବେଶ ଉତ୍ସାହଜନକ । ପୁଲିସ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସମର୍ଥନ ଆମକୁ ପ୍ରେରଣା ଦେଇଛି ବୋଲି ଆଜି ପ୍ୟାକେଜ୍ ଘୋଷଣା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Previous Post

ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

Next Post

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

Next Post
ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

Comments 2

  1. TRIMUL KUMAR REDDY says:
    7 years ago

    Namaste. Good beginning sir with such announcements. Follow up action in the field and resultant benefit to targeted people awaited to see. SALAD-9437161024

    Reply
  2. ଅଶୋକ ପରିଡା says:
    7 years ago

    ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେ।ବିଳମ୍ବରେ ହେଲ ମଧ୍ୟ ଏହା ନିୟମିତ ବ୍ୟବଧାନରେ ଚାଲୁ ରହିବା ଉଚିତ।କିନ୍ତୁ ଏକ ଘଣ୍ଟିଆ ଗସ୍ତ ହେଲେ କିଛି ହେବନି। ଅତ୍ୟନ୍ତ ଗୋଟିଏ ଦିନ ଗୋଟିଏ ଜିଲା।ରୁଦ୍ଧଦ୍ୱ।ର ବୈଠକ ନ କରି ନାଗରିକ ସମାଜ ର ପ୍ରତିନିଧି ଙ୍କୁ ସାମିଲ କରନ୍ତୁ।ନୋଚେତ ଗରିବ ରୋଗୀ ଙ୍କୁ ଡଭୟ ଦେଖାଇ ସପକ୍ଷରେ କହିବାକୁ ପ୍ରବତ୍ତାଇବେ।ତେଣୁ ମୋ ସରକାର ର ସଫଳତା ପାଇଁ ଜିଲ୍ଲାର ଅତି କମରେ କୋଡ଼ିଏ ତିରିଶ ବୁଦ୍ଧିଜୀବୀ ଙ୍କୁ ସାମିଲ କରି ପରାମର୍ଶ ନେବା ନିହାତି ଆବଶ୍ୟକ।ନୋଚେତ କାଗଜ କଲମରେ ରହିଯିବ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA