Thursday, April 30, 2026 08:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ ଏନକାଉଣ୍ଟର୍!! ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖତମ୍

by Our Correspondent
10 Jul, 2020- 11:51 AM
in Latest News, National, News
1 min read
0
ପୁଲିସ ଏନକାଉଣ୍ଟର୍!! ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ ଖତମ୍
ନୂଆଦିଲ୍ଲୀ: କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେକୁ ମାରିଦେଲା ୟୁପି ପୁଲିସ । ପୁଲିସ ହାତରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନକାଉଣ୍ଟର୍ କରାଯାଇଥିବା କୁହାଯାଇଛି । ଗତ ଶୁକ୍ରବାର ଦିନ କାନପୁର ନିଜ ଗାଁ ବିକ୍ରୁରେ ୮ ଜଣ ପୁଲିସକୁ ହତ୍ୟା କରି ଫେରାର ରହିଥିବା ବିକାଶ ଗତକାଲି ମଧ୍ୟପ୍ରଦେଶର ଉଜଇନସ୍ଥିତ ମହାକାଳ ମନ୍ଦିରରୁ ଧରାପଡ଼ିଥିଲା । ଆଜି ସକାଳୁ ତାକୁ କଡ଼ା ପୁଲିସ ପ୍ରହରା ଭିତରେ କାନପୁର ଅଣାଯାଉଥିବା ବେଳେ କାନପୁରଠାରୁ ୨୫ କିମି ପୂର୍ବରୁ ଏହି ଘଟଣା ଘଟିଛି ।
ୟୁପି ପୁଲିସ କହିବାନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ବିକାଶ ବସିଥିବା ଗାଡ଼ିଟି ଦୁର୍ଘଟଣା ହୋଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଏହି ସୁଯୋଗରେ ବିକାଶ ଜଣେ ସୁରକ୍ଷା କର୍ମୀଙ୍କ ହାତରୁ ବନ୍ଧୁକ ଛଡ଼ାଇ ଆଣିବା ସହ ଗୁଳି ବର୍ଷଣ କରି ଖସି ଯିବାକୁ ଉଦ୍ୟମ କରିଥିଲା । ମାତ୍ର ପୁଲିସ ତାକୁ ପାଲଟା ଗୁଳି କରିବାରୁ ସେ ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ହୋଇଥିଲା । ଏନକାଉଣ୍ଟର୍ ରେ ୪ ପୁଲିସ କର୍ମୀ ଆହତ ହୋଇଥିବା ପୁଲିସ ଦାବି କରିଛି ।

ତେବେ ପୁଲିସର ଏହି ଏନକାଉଣ୍ଟର୍ ଥିଓରି ସମସ୍ତଙ୍କୁ ଚକିତ କରିଛି । କାରଣ ସ୍ୱତନ୍ତ୍ର ଟାକ୍ସଫୋର୍ସ ବାହିନୀର ତିନୋଟି ଗାଡ଼ିରେ କଡ଼ା ଘେରିରେ ଆସୁଥିବା ଏହି ଦୁର୍ଦ୍ଦନ୍ତ ଗ୍ୟାଙ୍ଗଷ୍ଟର୍ ଯେ ଦୁର୍ଘଟଣାର ସୁଯୋଗରେ ପୁଲିସ ହାତରୁ ବନ୍ଧୁକ ଛଡ଼ାଇ ନେବ ଏବଂ ପୁଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରିବ ତାହା ଅସମ୍ଭବ ମନେ ହେଉଛି । ତଥାକଥିତ ଏନକାଉଣ୍ଟର କିଛି ସମୟ ପୂର୍ବରୁ ବିକାଶକୁ ଧରି କାନପୁର ଆସୁଥିବା ସ୍ୱତନ୍ତ୍ର ଟାକ୍ସଫୋର୍ସ ଗାଡ଼ିକୁ ଅନୁସରଣ କରୁଥିବା ସାମ୍ବାଦିକମାନଙ୍କୁ କାନପୁରର ସଚେନ୍ଦି ଏରିଆରେ ପୁଲିସ ଅଟକାଇବା, ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି । ବିକାଶକୁ ହତ୍ୟା କରାଯାଇ ଏନକାଉଣ୍ଟର୍ ରୂପ ଦେବାକୁ ପୁଲିସ ସୁଚିନ୍ତିିତ ଯୋଜନା କରିଥିଲା ବୋଲି ପାରିପାଶ୍ୱିର୍କ ଘଟଣା ସ୍ପଷ୍ଟ କରୁଥିବା କୁହାଯାଉଛି ।
ତିନି ଦିନ ପୂର୍ବରୁ ସମାନ ଢ଼ଙ୍ଗରେ ବିକାଶର ତିନି ଘନିଷ୍ଠ ସହଯୋଗୀ ପୁଲିସର ତଥାକଥିତ ଭିନ୍ନ ଏନକାଉଣ୍ଟର୍ ରେ ପ୍ରାଣ ହରାଇଥିଲେ । ହରିଆନାର ଫରିଦାବାଦ ହୋଟେଲରୁ ଧରାପଡ଼ିଥିବା ବିକାଶ ଗ୍ୟାଙ୍ଗ୍ ର ପ୍ରଭାତକୁ ପୁଲିସ ୟୁପି ଆଣିବା ରାସ୍ତାରେ ଏନକାଉଣ୍ଟର୍ କରିଥିଲା । ଆଉ ଜଣେ ସହଯୋଗୀ ବଉବ ଦୁବେକୁ ଲକ୍ଷ୍ମୋରୁ ୨୨୦ କିମି ଦୂର ଏଟୱାଠାରେ ପୁଲିସ ଏନକାଉଣ୍ଟର୍ କରିଥିଲା । ବିକାଶର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଅମନ ଦୁବେକୁ ମଧ୍ୟ ପୁଲିସ ଏନକାଉଣ୍ଟର୍ କରିଥିଲା ।
ପୁଲିସ ଦାବି କରୁଥିବା ସବୁତକ ଏନକାଉଣ୍ଟର୍ ର ଶୈଳୀ ସମାନ ହୋଇଥିବାରୁ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି । କୋର୍ଟରେ ବିକାଶ ଏବଂ ତାର ଗ୍ୟାଙ୍ଗ୍ ମୁହଁରୁ ସବୁ ଗୁମର ଫିଟିଯିବା ଭୟରେ ଏନକାଉଣ୍ଟର୍ ନାଁରେ ସେମାନଙ୍କୁ ସଫା କରି ଦିଆଯାଇଥିବା ସାଧାରଣରେ ବିଶ୍ୱାସ ଜନ୍ମିଛି । ମୁଷ୍ଟିମେୟ ନେତା ଓ ପୁଲିସ ସହାୟତାରେ ବିକାଶ ତାର ଅପରାଧ ସାମ୍ରାଜ୍ୟ ଚଳାଉଥିବା ସମସ୍ତେ ଜାଣନ୍ତି । ଏମାନଙ୍କ ସହଯୋଗ ଥିବାରୁ ବିକାଶ ଅନାୟାସରେ ବଡ଼ ବଡ଼ ଅପରାଧ କରି ଖସି ଯାଉଥିଲା । କାନପୁର ପୁଲିସରେ ବିକାଶର ଶତାଧିକ ଇନଫର୍ମର ଥିଲେ । ଏହି ଇନଫର୍ମରଙ୍କ ସହାୟତାରେ ବିକାଶ ପୁଲିସ ହାତରୁ ସବୁବେଳେ ଖସି ଯାଉଥିଲା ।
ସୂଚନାଯୋଗ୍ୟ, ବିକାଶ ନାଁରେ ୬୦ ରୁ ଉଦ୍ଧ୍ୱର୍ ହତ୍ୟା, ଦାଦାବଟି, ଅପହରଣ ଭଳି ସଙ୍ଗୀନ ମାମଲା ରହିଛି । ଏକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶକୁ ଗିରଫ କରିବାକୁ ଗତ ଶୁକ୍ରବାର ଦିନ(୩ ତାରିଖ) କାନପୁରର ଏକ ୩୦ ଜଣିଆ ପୁଲିସ ଟିମ୍ ତା ଘର ଉପରେ ଚଢ଼ାଉ କରିଥିଲା । ମାତ୍ର ପୂର୍ବରୁ ଏହି ଖବର ପାଇସାରିଥିବା ବିକାଶ ଓଲଟି ପୁଲିସକୁ ଆମ୍ବୁସ୍ ଜାଲ୍ ରେ ପକାଇ ୮ ଜଣ ସୁରକ୍ଷା କର୍ମୀଙ୍କୁ ଗୁଳି କରି ମାରି ଦେଇ ନିଜେ ଖସିଯାଇଥିଲା ।
ସହଯୋଗୀଙ୍କ ସହ କାନପୁରରୁ ହରିଆନାର ଫରିଦାବାଦ ପଳାଇଥିଲା ବିକାଶ । ଏକ ହୋଟେଲରେ ଥିବା ସମୟରେ ପୁଲିସ ଖବର ପାଇ ଚଢ଼ାଉ କରିବା ପୂର୍ବରୁ ବିକାଶ ସେଠୁ ଖସିଯିବାରେ ସକ୍ଷମ ହୋଇଥିଲା । ସେଠାରୁ ରାଜସ୍ଥାନର କୋଟା ହୋଇ ମଧ୍ୟପ୍ରଦେଶ ପଳାଇ ଆସିଥିଲା । ୧୫୦୦ କିମି ରାସ୍ତା ଅନାୟାସରେ ଯାତ୍ରା କରିଥିଲେ ମଧ୍ୟ ପୁଲିସ ଧରିପାରି ନ ଥିଲା । ଗତକାଲି ସକାଳୁ ମଧ୍ୟପ୍ରଦେଶର ଉଜଇନସ୍ଥିତ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପୂଜକ ତାକୁ ଚିହ୍ନି ପାରି ପୁଲିସକୁ ଖବର ଦେଇଥିଲେ ।
ଆଜି ସକାଳ ଘଟଣାକ୍ରମ
୬.୨୯: ୟୁପି ଏସଟିଏଫ ଟିମ୍ ବିକାଶକୁ ଧରି ମଧ୍ୟପ୍ରଦେଶରୁ କାନପୁର ଅଭିମୁଖେ ଯାତ୍ରା କଲେ
୭.୨୮: ବିକାଶ ବସିଥିବା ଏସଟିଏଫ୍ ଗାଡ଼ିଟି ରାସ୍ତା ଉପରେ ଓଲଟି ପଡ଼ିଲା
୭.୩୧: ବିକାଶ ଖସିଯିବାକୁ ଉଦ୍ୟମ କଲା ବେଳେ ପୁଲିସର ଏନକାଉଣ୍ଟର୍!
୭.୩୭: ବିକାଶ ଦୁବେ ମୃତ
Previous Post

ଜେଲ୍ ଗଲେ ରସିକିଆ ବାବୁ

Next Post

ସଙ୍ଗୀନ ସ୍ଥିତି: ଦିନକରେ ରେକର୍ଡ ୭୫୫ ପଜିଟିଭ୍, ୪ ମୃତ୍ୟୁ

Next Post
ସଙ୍ଗୀନ ସ୍ଥିତି: ଦିନକରେ ରେକର୍ଡ ୭୫୫ ପଜିଟିଭ୍, ୪ ମୃତ୍ୟୁ

ସଙ୍ଗୀନ ସ୍ଥିତି: ଦିନକରେ ରେକର୍ଡ ୭୫୫ ପଜିଟିଭ୍, ୪ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA