Thursday, May 7, 2026 02:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତାପ ହେବେନି, ବସନ୍ତ ରହିବେ ସଭାପତିି !!

by Our Correspondent
27 Jul, 2018- 10:30 PM
in Latest News, Politics
1 min read
0

ବସନ୍ତଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ନିର୍ବାଚନ:ଅରୁଣ ସିଂ
ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ ଶିବିରରେ ନିଆଁ

ଭୁବନେଶ୍ୱର: ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ବିଜେପିର ନେତୃତ୍ୱ ନେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ରୀୟ ପ୍ରଭାରୀ ଅରୁଣ ସିଂ । ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ କରାଯିବନି । ତାଙ୍କ ନେତୃତ୍ୱରେ ଦଳ ଏଥର ନିର୍ବାଚନ ଲଢ଼ି ୧୨୦ ଆସନ ପାଇବ ବୋଲି ଆଜି ସେ ଭୁବନେଶ୍ୱରରେ ଦମ୍ଭ କରିଛନ୍ତି । ଏକଥା କହି ସେ ଆଗାମୀ ସାଧାରଣ ନିର୍ବାଚନରେ ବସନ୍ତ ପଣ୍ଡାଙ୍କ ଗୁରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାୟା ନେତୃତ୍ୱକୁ ଇଙ୍ଗିତ କରିଛନ୍ତି । ଖାଲି ସେତିକି ନୁହେଁ, ବସନ୍ତ ପଣ୍ଡାଙ୍କ ସପକ୍ଷରେ ସେ ଢ଼େର ଯୁକ୍ତି ବାଢ଼ିଛନ୍ତି । ବସନ୍ତ ପଣ୍ଡା ଗରିବ ପରିବାରରୁ ସଂଘର୍ଷ କରି ଆସିଛନ୍ତି । ଏତେ ଗରିବ ଯେ ନିଜର ପେଟପୋଷିବା ପାଇଁ ଢ଼ାବା କରିଛନ୍ତି । ସୁତରାଂ ଏଭଳି ଜଣେ ସର୍ବସମ୍ମତ ନିର୍ବାଚିତ ବ୍ୟକ୍ତିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିବ ବୋଲି ସେ ସୂଚାଇଛନ୍ତି ।
ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ କରାଯାଇ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରାଯିବ କି ବୋଲି ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ଅରୁଣ ସିଂ । ଅର୍ଥାତ୍ ଦକ୍ଷତା, ଗ୍ରହଣୀୟତା, ଜୀବନ ମାନଦଣ୍ଡ ଇତ୍ୟାଦିରେ ପ୍ରତାପ ଷଡ଼ଙ୍ଗୀଙ୍କଠାରୁ ବସନ୍ତ ପଣ୍ଡା ଅଧିକ ଯୋଗ୍ୟ ବୋଲି ସେ କହିବାକୁ ଚାହିଁଛନ୍ତି । ଅରୁଣଙ୍କ ଏହି ମନ୍ତବ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରକୁ ଅତ୍ୟନ୍ତ ଉଲ୍ଲସିତ କରିଛି । କାରଣ ଓଡ଼ିଶା ବିଜେପିରେ ବସନ୍ତ ପଣ୍ଡା ନାଁକୁ ସଭାପତି ଅଛନ୍ତି ସତ ହେଲେ ସବୁ କ୍ଷମତା ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ । ଧର୍ମେନ୍ଦ୍ରଙ୍କ ଇଚ୍ଛାକୁ ସାକାର କରିବାର ଦାୟିତ୍ୱ ବସନ୍ତ ପଣ୍ଡାଙ୍କର । ଏକଥା ବିଜେପି ମହଲରେ କାହାରିକୁ ଅଜଣା ନାହିଁ । ତେଣୁ ଧର୍ମେନ୍ଦ୍ରଙ୍କ ଶିବିର ଖୁସି ହେବା ସ୍ୱାଭାବିକ ବୋଲି ରାଜନୈତିକ ମହଲରେ କୁହାଯାଉଛି । ଅନ୍ୟପକ୍ଷରେ, ଅରୁଣ ସିଂଙ୍କ ଆଜିର ମନ୍ତବ୍ୟ ଧର୍ମେନ୍ଦ୍ରଙ୍କ ବୃହତ୍ତ ବିରୋଧୀ ଗୋଷ୍ଠୀ ବିଶେଷ କରି ପ୍ରତାପ ଷଡ଼ଙ୍ଗୀଙ୍କ ସମର୍ଥକ ଶିବିରରେ ନିଆଁ ଲଗାଇ ଦେଇଛି ।
ସେମାନଙ୍କ କହିବା କଥା, ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଓ ନିରାଡ଼ମ୍ବରତା ଓଡ଼ିଶା ଲୋକଙ୍କୁ ବଖାଣିବା ଦରକାର ନାହିଁ । ଓଡ଼ିଶା ବିଜେପିରେ ତାଙ୍କ ବ୍ୟକ୍ତିତ୍ୱ ଓ ଗ୍ରହଣୀୟତା ସହ କେହି ତୁଳନୀୟ ନୁହଁନ୍ତି । ବସନ୍ତ ପଣ୍ଡାଙ୍କୁ ଟେକିବାକୁ ଯାଇ ଅରୁଣ ସିଂ ପ୍ରତାପ ଷଡ଼ଙ୍ଗୀଙ୍କୁ ନ୍ୟୁନ କରିବାକୁ ଉଦ୍ୟମ କରିଛନ୍ତି । ବସନ୍ତ ପଣ୍ଡା ଜଣେ ଢ଼ାବା ମାଲିକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଖୀ କଣ୍ଢେଇ । ଅପରପକ୍ଷେ ପ୍ରତାପ ଷଡ଼ଙ୍ଗୀ ଚାଳଘରେ ରହୁଥିବା ଜଣେ ଗରିବ, ନିର୍ବିବାଦୀୟ, ବାଗ୍ମୀ, ସାଧୁ ମଣିଷ । ସଂଘ ଓ ବିଜେପି ଆଦର୍ଶରେ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଆଦର୍ଶ ସହ ସାଲିସ୍ କରିନାହାନ୍ତି କି କ୍ଷମତା ପାଇଁ କାହାର ଗୋଡ଼ାଣିଆ ହୋଇନାହାନ୍ତି । ଏଭଳି ଜଣେ ନିରାଡ଼ମ୍ବର ନେତାଙ୍କୁ ନ୍ୟୁନ କରିବାର ପ୍ରୟାସ ବିଜେପି ପାଇଁ ବହୁ ମୂଲ୍ୟ ପଡ଼ିବ ବୋଲି ତାଙ୍କର ଏହି ସମର୍ଥକମାନେ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଖୀ କଣ୍ଢେଇ କୁହାଯାଉଥିବା ବସନ୍ତ ପଣ୍ଡାଙ୍କ କାର୍ଯ୍ୟଶୈଳୀ ଉପରେ ସଂଘ ପରିବାର କ୍ଷୁବ୍ଧ । ତାଙ୍କୁ ପରିବର୍ତ୍ତନ କରା ନ ଗଲେ ବିଜେପି ସାଂଗଠନିକ କାର୍ଯ୍ୟରେ ସହଯୋଗ କରାଯିବ ନାହିଁ ବୋଲି ସଂଘ ପରିବାର ନେତାମାନେ ଖୋଦ୍ ଅମିତ୍ ଶାହାଙ୍କୁ ଚେତାବନୀ ଦେଇଛନ୍ତି । ଏଭଳି ଚେତାବନୀର ତିନି ସପ୍ତାହ ପରେ ସଂଘ ପରିବାରର ପ୍ରଥମ ପସନ୍ଦରେ ଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଅଚାନକ ଦିଲ୍ଲୀ ଡକରା ଏବଂ ସେଠାରେ ସେ ସାଂଗଠନିକ ମହାମନ୍ତ୍ରୀ, ମନ୍ତ୍ରୀ, ପ୍ରଭାରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିକୁ ସରଗରମ କରିଥିଲା । ପ୍ରତାପ ଷଡ଼ଙ୍ଗୀ ସଭାପତି ହେଉଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ।
ଆଜି ଅରୁଣ ସିଂ ଭୁବନେଶ୍ୱରରେ ପହଞ୍ଚି ବସନ୍ତ ପଣ୍ଡାଙ୍କ ସପକ୍ଷରେ ଓକିଲାତି କରିବା ନୂଆ ବିବାଦ ଛିଡ଼ା କରାଇଛି । ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ଏହା ଆହୁରି ପ୍ରଖର କରାଇଦେଇଛି । ଶେଷ ଖବର ଅନୁଯାୟୀ, ଅରୁଣଙ୍କ ମନ୍ତବ୍ୟ ସଂଘ ପରିବାର ନେତାଙ୍କୁ ଅତ୍ୟନ୍ତ କ୍ଷୁବ୍ଧ କରିଛି । ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆଗାମୀ ଦିନେ ଦି ଦିନ ଭିତରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।
Previous Post

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

Next Post

ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

Next Post
ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA