Sunday, May 31, 2026 06:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତିଶୋଧ ପାଇଁ ସିଆଇଆଇ ଅସ୍ତ୍ର !

by Our Correspondent
10 Apr, 2018- 11:21 PM
in Latest News, News
1 min read
0
ପ୍ରତିଶୋଧ ପାଇଁ ସିଆଇଆଇ ଅସ୍ତ୍ର !
Spread the love
-‘ମେକ୍ ଇନ ଓଡ଼ିଶା’ ଦ୍ୱିତୀୟ କନକ୍ଲେଭ୍ ରୁ ଓହରିଲା ସିଆଇଆଇ
-ପ୍ରତିବାଦରେ ସିଆଇଆଇ ଓଡ଼ିଶା ଚାପଟର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଇସ୍ତଫା
-ଜାଗୀ ପଣ୍ଡାଙ୍କ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲା ବିଜେଡ଼ି, ଜାଗୀଙ୍କ ଖଣ୍ଡନ
ଭୁବନେଶ୍ୱର: ‘ମେକ୍ ଇନ ଓଡ଼ିଶା’ ପ୍ରଥମ କନକ୍ଲେଭ୍ ଭଳି ଦ୍ୱିତୀୟ କନକ୍ଲେଭ୍ ରେ ଓଡ଼ିଶା ସରକାରଙ୍କ ସହ ମିଳିତ ପାର୍ଟନର୍ ପାଇଁ ପ୍ରଥମରୁ ରାଜିଥିବା କନଫେଡେରେସନ୍ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ଏବେ ହଠାତ୍ ନାଁ କରିଦେଇଛି । ଆଗାମୀ ନଭେମ୍ବର ଦ୍ୱିତୀୟ ସପ୍ତାହରେ ପ୍ରସ୍ତାବିତ ଏହି କନକ୍ଲେଭ୍ ବେଳକୁ ଅନ୍ୟ କାର୍ଯ୍ୟର ଆଳ ଦେଖାଇଛି ସିଆଇଆଇ । ୨୦୧୬ ମସିହାରେ ସିଆଇଆଇ ସହ ଭାଗିଦାରିତାରେ ଓଡ଼ିଶା ସରକାର ସଫଳତାର ସହ ‘ମେକ୍ ଇନ ଓଡ଼ିଶା’ କନକ୍ଲେଭ୍ ଆୟୋଜନ କରିଥିଲେ । ପରବର୍ତ୍ତା କନକ୍ଲେଭ୍ ପାଇଁ ସିଆଇଆଇ ଖାଲି ସ୍ୱୀକୃତି ଦେଇ ନ ଥିଲା ବରଂ ଗତବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିବା ସମସ୍ତ ପ୍ରସ୍ତୁତି କାର୍ଯ୍ୟରେ ସହାୟତା ଦେଉଥିଲା । ସିଆଇଆଇ ପୂର୍ବାଞ୍ଚଳ ଅଧୀନରେ ରହୁଛି ଓଡ଼ିଶା । ଗତ ମାର୍ଚ୍ଚ ୧୭ ତାରିଖରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଧର୍ମପତ୍ନୀ ଜାଗୀ ମଙ୍ଗତ ପଣ୍ଡା ଏହାର ଅଧ୍ୟକ୍ଷା ଦାୟିତ୍ୱ ନେଇଛନ୍ତି । ସେ ଦାୟିତ୍ୱ ନେବାର ୧୮ ଦିନ ପରେ ‘ମେକ୍ ଇନ ଓଡ଼ିଶା’ ଦ୍ୱିତୀୟ କନକ୍ଲେଭ୍ ରୁ ସିଆଇଆଇ ଦୂରେଇ ଯିବା ସମସ୍ତଙ୍କୁ ବିସ୍ମିତ କରିଛି । ସିଆଇଆଇର ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇଥିବା ବେଳେ ରାଜ୍ୟବାସୀଙ୍କ ପାଇଁ କୁଠାରଘାତ ହୋଇଛି ।
ସିଆଇଆଇର ମିଳିତ ସହଯୋଗରେ ୨୦୧୬ରେ ଅନୁଷ୍ଠିତ ‘ମେକ୍ ଇନ ଓଡ଼ିଶା’ କନକ୍ଲେଭ୍ ପୂର୍ବ ଭାରତର ବୃହତ୍ତ କନକ୍ଲେଭ୍ ଭାବେ ଗଣାଯାଇଥିଲା । ୧୨୪ଟି ଶିଳ୍ପସଂସ୍ଥା ଜରିଆରେ ଓଡ଼ିଶାକୁ ୩.୬୪ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ ଆସିଥିଲା । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତରୁ ଅଧିକ ପ୍ରସ୍ତାବର କାର୍ଯ୍ୟକାରିତା ଆରମ୍ଭ ହୋଇଛି । ଏଭଳି ସଫଳ ଉଦ୍ୟମର ପୁନରାବୃତ୍ତି ପାଇଁ ସିଆଇଆଇ ପ୍ରବଳ ଉତ୍ସାହିତ ଥିଲା । ଓଡ଼ିଶା ସରକାରଙ୍କ ସହଯୋଗିତା ପାଇଁ ଆଗଭର ହୋଇଥିଲା । ୨୦୧୭ ଜାନୁଆରୀ ୧୨ ତାରିଖରେ ରାଜ୍ୟ ସରକାରଙ୍କ ପ୍ରଥମ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲା । ୨୦୧୮ ଜାନୁଆରୀ ୧୭ରେ ସିଆଇଆଇ ପ୍ରତିନିଧି ଦୀପକ କୁମାର ସିଂହ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବିତ ‘ମେକ୍ ଇନ ଓଡ଼ିଶା’ ଦ୍ୱିତୀୟ କନକ୍ଲେଭ୍ ର ଏକ ବଜେଟ୍ ଦେଇଥିଲେ । ୨୦୧୮ ଫେବୃଆରୀ ୧୪ରେ ସିଆଇଆଇର ଶ୍ରୀମତୀ ନୀତା କର୍ମକାର ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବିତ କାର୍ଯ୍ୟକ୍ରମର ବିଭିନ୍ନ କମିଟି ପାଇଁ ସିଆଇଆଇ କୋଅର୍ଡିନେଟର ତାଲିକା ଦେଇଥିଲେ । ମାତ୍ର ହଠାତ୍ ସବୁ ଓଲଟିଗଲା । ସିଆଇଆଇ ରାଜ୍ୟ କାଉନସିଲ୍ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ ୨୦୧୮ ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ ସିଆଇଆଇ ପାର୍ଟନର ହୋଇପାରିବ ନାହିଁ ।
ସିଆଇଆଇର ଏଭଳି ଅଚାନକ ନିଷ୍ପତ୍ତି ସ୍ୱାଭାବିକ ଭାବେ ଅନେକ ପ୍ରଶ୍ନ ଛିଡ଼ା କରାଇଛି । ‘ମେକ୍ ଇନ ଓଡ଼ିଶା’ ଦ୍ୱିତୀୟ କନକ୍ଲେଭ ସମୟ ଓ ତାରିଖ ତରବରିଆ ଭାବେ ଧାର୍ଯ୍ୟ ହୋଇନାହିଁ । ଗତବର୍ଷ ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୟ ଘୋଷଣା ପରେ ସିଆଇଆଇ ଦୁଇ ଦୁଇ ଥର ଓଡ଼ିଶା ସରକାରଙ୍କ ସହ କଥାବାର୍ତ୍ତା କରି ବଜେଟ୍ ଏବଂ କୋଅର୍ଡିନେଟର ତାଲିକା ଦେବା ପରେ ହଠାତ୍ ଏବେ ‘ପ୍ରାୟୋର ଏନଗେଜମେଣ୍ଟ’ ଆଳ ଦେଖାଇ ସେଥିରୁ ଓହରିଯିବା ସମସ୍ତଙ୍କୁ ବିସ୍ମିତ କରିଛି । ଏହା ପଛରେ ନିଶ୍ଚିତ କିଛି ରହସ୍ୟ ଥିବା କୁହାଯାଉଛି ।
ସିଆଇଆଇର ଏହି ନିଷ୍ପତ୍ତିକୁ ବିରୋଧ କରି ସିଆଇଆଇ ଓଡ଼ିଶା ଚାପଟର ଅଧ୍ୟକ୍ଷ ଅରୁଣ ମିଶ୍ର ଏବଂ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ବିଜେଡ଼ି ଏହି ପ୍ରସଙ୍ଗରେ ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜାଗୀ ମଙ୍ଗତ ପଣ୍ଡାଙ୍କ ଆଡକୁ ଅଙ୍ଗୁଳି ଉଠାଇଛି । ଜାଗୀ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଦାୟିତ୍ୱ ନେବାର ୧୮ ଦିନ ପରେ ସିଆଇଆଇର ଏଭଳି ନିଷ୍ପତ୍ତି ପଛରେ ହୀନ ରାଜନୈତିକ ଉଦ୍ଦେଶ୍ୟ ଲୁଚିଥିବା ବିଜେଡ଼ି ମୁଖପାତ୍ର ଡ. ସସ୍ମିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ନିଜ ସ୍ୱାମୀଙ୍କ ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରି ଓଡ଼ିଶା ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଜାଗୀ ସିଆଇଆଇ ପ୍ଲାଟଫର୍ମକୁ ବ୍ୟବହାର କରିଥାଇପାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶାର ଶିଳ୍ପାୟନକୁ ଏହା ଖାଲି ପଛକୁ ଟାଣିବନି ବରଂ ଶିଳ୍ପାୟନକୁ ନେଇ ସୁନେଲି ସ୍ୱପ୍ନ ଦେଖୁଥିବା ଓଡ଼ିଆ ଯୁବକଙ୍କୁ ଶକ୍ତ ଧୋକ୍କା ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।
ସେପଟେ ଜାଗୀ ମଙ୍ଗତ୍ ପଣ୍ଡା ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ସିଆଇଆଇ ରାଜ୍ୟ କମିଟିର ସଦସ୍ୟ ନାହାନ୍ତି କି ଓଡ଼ିଶା ବ୍ୟାପାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଜାଗୀ ସଫେଇ ଦେଇଛନ୍ତି । ତେବେ ସେ ଯାହା ହେଉ, ଓଡ଼ିଶାର ସ୍ୱାର୍ଥରେ ବାଧା ପହଞ୍ଚାଉଥିବା ସିଆଇଆଇର ଏଭଳି ନିଷ୍ପତ୍ତି ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
Previous Post

ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଶୁଣି ବିଜେଡ଼ି ଛାନିଆଁ

Next Post

ସିଆଇଆଇ ଝଟକା: ସନ୍ଦେହରେ ବୈଜୟନ୍ତ-ଜାଗୀ

Next Post
ସିଆଇଆଇ ଝଟକା: ସନ୍ଦେହରେ ବୈଜୟନ୍ତ-ଜାଗୀ

ସିଆଇଆଇ ଝଟକା: ସନ୍ଦେହରେ ବୈଜୟନ୍ତ-ଜାଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA