Sunday, August 2, 2026 04:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଆଇଆଇ ଝଟକା: ସନ୍ଦେହରେ ବୈଜୟନ୍ତ-ଜାଗୀ

by Our Correspondent
11 Apr, 2018- 03:44 PM
in Latest News, Politics
1 min read
0
ସିଆଇଆଇ ଝଟକା: ସନ୍ଦେହରେ ବୈଜୟନ୍ତ-ଜାଗୀ
ଭୁବନେଶ୍ୱର: ‘ମେକ୍ ଇନ ଓଡ଼ିଶା’ କନକ୍ଲେଭର ଦ୍ୱିତୀୟ ସଂସ୍କରଣରୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓହରିଯିବା ନିଷ୍ପତ୍ତି ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ପଛରେ ବିଜେଡ଼ିରୁ ବିତାଡ଼ିତ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଜାଗୀମଙ୍ଗତ ପଣ୍ଡାଙ୍କ ଭୂମିକା ଉପରେ ସନ୍ଦେହ ଉଠିଛି । ପୂର୍ବରୁ ସବୁ ଠିକଠାକ ଥିଲା ବେଳେ କେଉଁ ପରିସ୍ଥିତିରେ ସିଆଇଆଇ ଓହରିବାକୁ ନିଷ୍ପତ୍ତି ନେଲା ? ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଭାବେ ଜାଗୀ ଦାୟିତ୍ୱ ନେବାର ୧୮ ଦିନ ପରେ ଏଭଳି ନିଷ୍ପତ୍ତି ହୋଇଥିବାରୁ କିଛି ଚାପ କାମ କରିଛି କି ? ବିଜେଡ଼ିରୁ ନିଲମ୍ବିତ ହେବା ପରେ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ବୈଜୟନ୍ତ ପଣ୍ଡା ପତ୍ନୀଙ୍କୁ ଆୟୁଧ କରି ରାଜ୍ୟ ସରକାରଙ୍କୁ ପାନେ ଦେଇଛନ୍ତି କି ? ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ଯାଇ ବୈଜୟନ୍ତ ନିଜର ତାକତ୍ ଦେଖାଇଛନ୍ତି କି ? ସୋସିଆଲ୍ ମିଡ଼ିଆଠାରୁ ଆରମ୍ଭ କରି ସହରର ଗଳିକନ୍ଦିରେ ଏମିତି ଚାଲିଛି ଆଲୋଚନା ।
ଗତକାଲି ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ସିଆଇଆଇ ପ୍ରସଙ୍ଗ ଜଣାଇଥିଲା । ‘ମେକ୍ ଇନ ଓଡ଼ିଶା’ କନକ୍ଲେଭ ବେଳେ ଅନ୍ୟତ୍ର କାର୍ଯ୍ୟ ଦର୍ଶାଇ ସିଆଇଆଇ ନିଜକୁ ଦୂରେଇ ଦେଇଥିବା ବିଜେଡ଼ି ମୁଖପାତ୍ର ସୂଚନା ଦେଇଥିଲେ । ପ୍ରଥମ ସଂସ୍କରଣ ଭଳି ଦ୍ୱିତୀୟ ସଂସ୍କରଣ ‘ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ପାର୍ଟନର ହେବାକୁ ସିଆଇଆଇ ମୂଳରୁ ଖାଲି ଆଗ୍ରହୀ ନଥିଲା ବରଂ ବଜେଟ୍ ଏବଂ କୋଅର୍ଡିନେଟର ତାଲିକା ଦେଇଥିଲା । ହେଲେ ସିଆଇଆଇର ଅଚାନକ ଓହରିବା ନିଷ୍ପତ୍ତି ପଛରେ ବୈଜୟନ୍ତଙ୍କ ପତ୍ନୀ ଜାଗୀଙ୍କ ଭୂମିକା ଉପରେ ବିଜେଡ଼ି ସନ୍ଦେହ କରିଥିଲା । ବ୍ୟକ୍ତିଗତ ରାଗ ରଖି ରାଜ୍ୟର ପ୍ରଗତିକୁ ଅଟକାଇବା ଉଦ୍ୟମ ହୋଇଥିଲେ ତାହା ସାଂଘାତିକ ବୋଲି ବିଜେଡ଼ି ମୁଖପାତ୍ର କହିଥିଲେ । ତେବେ ବିଜେଡ଼ି ଅଭିଯୋଗର ତୁରନ୍ତ ଜବାବ ଦେଇଥିଲେ ଜାଗୀ । ଓଡ଼ିଶା ଚାପଟର ଠାରୁ ସେ ସମ୍ପୂର୍ଣ୍ଣ ଦୂରରେ ବୋଲି କହିଥିଲେ । ଓଡ଼ିଶା ସମ୍ପର୍କିତ ନିଷ୍ପତ୍ତିରେ ତାଙ୍କର କିଛି ଯାଏ ଆସେ ନାହିଁ । ଓଡ଼ିଶା ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଷ୍ଟେଟ୍ କାଉନସିଲ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନେଇଥାଆନ୍ତି । ସିଆଇଆଇ ରାଜ୍ୟ ଅଫିସ, ସରକାରଙ୍କ ସହ ଉତ୍ତମ ସହଯୋଗ ରଖି କାମ କରେ ବୋଲି ଶ୍ରୀମତୀ ପଣ୍ଡା ବିବୃତ୍ତି ଦେଇଥିଲେ ।
ବିଡ଼ମ୍ବନା ହେଉଛି, ଜାଗୀଙ୍କ ବିବୃତି ପ୍ରେସ୍ କୁ ଆସିଲା ବେଳକୁ ସିଆଇଆଇ ଓଡ଼ିଶା ଚାପଟର ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ଇସ୍ତଫା ଦେଇସାରିଥିଲେ । ‘ମେକ୍ ଇନ ଓଡ଼ିଶା’ କନକ୍ଲେଭରୁ ସିଆଇଆଇ ଓହରିଯିବା ନିଷ୍ପତ୍ତି ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିଲେ । ଦୁଇ ମୁଖିଆଙ୍କ ଇସ୍ତଫାରୁ ଏହା ସୂଚାଉଛି ଯେ ସିଆଇଆଇ ନିଷ୍ପତ୍ତି ସପକ୍ଷରେ ସେମାନେ ନାହାନ୍ତି । ନିଶ୍ଚିତ ଭାବେ ସେମାନଙ୍କୁ ଅଣଦେଖା କରି ଏଭଳି ନିଷ୍ପତ୍ତି ହୋଇଛି । ଅର୍ଥାତ୍ ଜାଗୀ ପଣ୍ଡାଙ୍କ ସଫେଇରେ ସତ୍ୟତା ନ ଥିବା ଜଣାପଡ଼ୁଛି । ଓଡ଼ିଶା ଚାପଟରକୁ ଅନ୍ଧାରରେ ରଖି କୌଣସି ଅଦୃଶ୍ୟ ଶକ୍ତିର ଏହା ଖେଳ ବୋଲି ସ୍ପଷ୍ଟ ହେଉଛି । ସେହି ଅଦୃଶ୍ୟ ଶକ୍ତି ବୈଜୟନ୍ତ ଓ ଜାଗୀ ପଣ୍ଡା ବୋଲି ବିଜେଡ଼ି ସନ୍ଦେହ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଏହି ପ୍ରସଙ୍ଗ ଉତଥାପନ କରିଥିଲେ । ସେ ପାରିପାଶ୍ୱିର୍କ ଘଟଣାର ଅବତାରଣା କରିବା ସହ ସିଆଇଆଇ ମାମଲାରେ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀଙ୍କ ଉପରେ ସନ୍ଦେହ ରହିବା ସ୍ୱାଭାବିକ ବୋଲି କହିଥିଲେ । ରାଜ୍ୟର ସ୍ୱାର୍ଥ ପାଇଁ ସିଆଇଆଇ ନିଜ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।
ବୈଜୟନ୍ତଙ୍କ ବିଜେଡ଼ି ବିରୋଧୀ ଅଭିଯାନ ଜୋର୍ ହୋଇଥିଲା ବେଳେ ସିଆଇଆଇ ପ୍ରସଙ୍ଗରେ ବିଜେଡ଼ି ତାଙ୍କ ମୁଖା ଖୋଲିବାକୁ ଅସ୍ତ୍ର ପାଇଯାଇଛି । ରାଜ୍ୟ ସରକାରଙ୍କୁ ଅପଦସ୍ଥ କରିବା ପାଇଁ ନିଜ ପତ୍ନୀଙ୍କୁ ଧରି ବୈଜୟନ୍ତ ଏଭଳି କୁତ୍ସିତ ଖେଳ ଖେଳିଛନ୍ତି ବୋଲି ବିଜେଡ଼ି ନେତାମାନେ କହିଛନ୍ତି । ବିଜେପି ସହ ହାତ ମିଳାଇଥିବା ବୈଜୟନ୍ତ ଏବେ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଥିବା ବେଳେ ପତ୍ନୀ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଦାୟିତ୍ୱରେ । ବିଜେପି ସହଯୋଗରେ ଉଭୟ ପତି ଓ ପତ୍ନୀ ସେମାନଙ୍କ କ୍ଷମତା ଲଗାଇ ଓଡ଼ିଶା ସରକାରଙ୍କ ସହ ସିଆଇଆଇ ସହଯୋଗ ଉପରେ ବ୍ରେକ୍ କଷିଛନ୍ତି ବୋଲି ବିଜେଡ଼ି ନେତାଙ୍କ ବିଶ୍ୱାସ ।
ବିଜେଡ଼ି ମହଲର କହିବାନୁଯାୟୀ, ନବୀନ ପଟ୍ଟନାୟକଙ୍କ ସରକାର କ୍ଷମତାକୁ ଆସିଲା ପରେ ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଏହାର ସମ୍ପୂର୍ଣ୍ଣ ବ୍ୟବସାୟିକ ଫାଇଦା ପଣ୍ଡା ପରିବାର ନେଇଛନ୍ତି । ବ୍ୟବସାୟିକ ସ୍ୱାର୍ଥ ହାସଲ କରିସାରିଲା ପରେ ନିଜର ହୀନ ରାଜନୈତିକ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶାର ସ୍ୱାର୍ଥକୁ ବଳି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି କୁତ୍ସିତ ଉଦ୍ୟମକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ସେମାନେ ସତର୍କ କରାଇଛନ୍ତି ।
Previous Post

ପ୍ରତିଶୋଧ ପାଇଁ ସିଆଇଆଇ ଅସ୍ତ୍ର !

Next Post

ବିଜେଡ଼ି-ବୈଜୟନ୍ତଙ୍କ ପାଣିଟାଙ୍କି ଲଢ଼ାଲଢ଼ି

Next Post
ବିଜେଡ଼ି-ବୈଜୟନ୍ତଙ୍କ ପାଣିଟାଙ୍କି ଲଢ଼ାଲଢ଼ି

ବିଜେଡ଼ି-ବୈଜୟନ୍ତଙ୍କ ପାଣିଟାଙ୍କି ଲଢ଼ାଲଢ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA