ଭୁବନେଶ୍ୱର: ପ୍ରଦୀପ ଅମାତ୍ ଙ୍କୁ ପୁଣି ମିଳିଛି ବାଚସ୍ପତି ଆସନ । ଆସନ୍ତା ୧୬ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେସନରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଗତ ବିଧାନସଭାରେ ବାଚସ୍ପତି ଥିଲେ ଅମାତ୍ । ଏଥର ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ତାହା ପୁଣି ନମ୍ବର ଟୁ ଅର୍ଥମନ୍ତ୍ରୀ ପଦ । ୭ ମାସ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ଅମାତ୍ ଙ୍କୁ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ମଧ୍ୟ ଦେଇଥିଲେ । ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଗତ ୭ ତାରିଖରେ ତାଙ୍କ ମନ୍ତ୍ରୀମଣ୍ଡଳର ନବକଳେବର କରିଥିଲେ । ସେଥିରେ ପ୍ରଦୀପ ଅମାତ୍ ଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦିଆଇଥିଲେ । ଆଜି ତାଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛନ୍ତି ।