Monday, July 27, 2026 03:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!

by Our Correspondent
21 Mar, 2019- 04:49 PM
in Latest News, News, Politics
1 min read
0
ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!
ଭୁବନେଶ୍ୱର: ଦୁଇଦିନ ହେଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ କମିଟି ବସି ପ୍ରାର୍ଥୀ ତନାଘନା କରୁଛନ୍ତି । ହେଲେ ଅଙ୍କ ଛିଣ୍ଡି ପାରୁନାହିଁ । ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପାଇଁ ହାତରେ ମାତ୍ର ଦୁଇଦିନ । ସୁତରାଂ ପ୍ରାର୍ଥୀଙ୍କ ପାଇଁ ପ୍ରବଳ ରିସ୍କ ଜାଣି ମଧ୍ୟ ହାଇକମାଣ୍ଡ ନିରୁପାୟ । ଆମଦାନୀ ନେତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରାଯାଇଥିବାରୁ ଗୋଳମାଳିଆ ହୋଇଛି । ୯ଟି ଆସନରେ ବିଜେଡ଼ି ପ୍ରାର୍ଥୀ ଘୋଷଣା ବାକି ରଖିଥିବାରୁ ତାହା ବି ଅପେକ୍ଷା କରାଯାଇଛି । ସେଠାକାର ଆଶାୟୀ ହତାଶଙ୍କୁ ବିଜେପି ଟିକେଟ ଦେଇ ଥଇଥାନ କରିବାର ଯୋଜନା ଥିବାରୁ ସମସ୍ୟା ବଢ଼ିଛି । ତେଣୁ ସମୟ ଗଡ଼ିଯାଉଥିବା ସତ୍ତ୍ୱେ ବିଜେପି କର୍ତ୍ତୃପକ୍ଷ ନାଚାର ।
ବିଜେପି ପ୍ରାର୍ଥୀ ଚୟନର ଏହା ହେଉଛି ଏବେକାର ସ୍ଥିତି । ପ୍ରଶ୍ନ ଉଠିଲାଣି, ଦେଢ଼ବର୍ଷ ତଳୁ ମିଶନ ୧୨୦ ର ନାରା ଦେଉଥିବା ବିଜେପି ନିଜ ବଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀ କ’ଣ ଯୋଗାଡ଼ କରିପାରିନାହିଁ? ଯୋଗ୍ୟ ପ୍ରାର୍ଥୀ ଥିଲେ ବି ବିଜେଡ଼ିକୁ ଟକ୍କର ଦେଇପାରିବେ ବୋଲି କ’ଣ ଭରସା ପାଉନାହିଁ? ଯାହାଙ୍କୁ ଅଯୋଗ୍ୟ ଭାବି ବିଜେଡ଼ି ଟିକେଟ ଦେଉନି ବିଜେପି ତାଙ୍କୁ ଯୋଗ୍ୟ ସାର୍ଟିଫିକେଟ ଦେଇ ପ୍ରାର୍ଥୀ କରିବାକୁ କ’ଣ ବ୍ୟାକୁଳ? ଏହି ପ୍ରଶ୍ନ ଖାଲି ସାଧାରଣରେ ନୁହେଁ, ବିଜେପି ତଳସ୍ତର କର୍ମୀଙ୍କୁ ବି ଆନେ୍ଦାଳିତ କରୁଛି । ମୁଖିଆମାନଙ୍କ ଆଭିମୁଖ୍ୟ ବିଜେପି ଆଶାୟୀଙ୍କୁ ତତେଇ ରଖିଲାଣି । ଟିକେଟ ଘୋଷଣା ହେଲା ପରେ ଏହା ନିଆଁ ହୋଇ ଜଳିବ, ଏହି ଆଭାସ ବି ମିଳିଲାଣି । ଯେଉଁମାନେ ବର୍ଷ ବର୍ଷ ଧରି ଦଳରେ ରହି ସଂଗଠନ ବଢ଼ୋଉଛନ୍ତି, ସେମାନଙ୍କୁ ଟିକେଟ ନ ଦେଇ ଆମଦାନୀ ନେତାଙ୍କୁ ମୁଣ୍ଡରେ ବସାଇଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଶୁଭିଲାଣି ।
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡ଼ିରୁ ବଞ୍ଚିତ ଟିକେଟ ଆଶାୟୀଙ୍କୁ ପାଖକୁ ନେଇ ବିଜେପି ଖୁସି ହେଉଥିଲେ ବି ନିଜ ଘରର ଅବସ୍ଥା ପାଇଁ ପ୍ରସ୍ତୁତ ହେବା ଦରକାର । ବିଜେପିରେ ବିଦ୍ରୋହ ଦାନା ବାନ୍ଧୁଛି ଏବଂ ଆଗକୁ ବିସ୍ଫୋରଣ ଘଟାଇବ ବୋଲି ସେମାନେ କହିଛନ୍ତି । ବିଶ୍ୱସ୍ତସୂତ୍ରର ଖବର ଅନୁଯାୟୀ, ବିଜେପିର ପାଖାପାଖି ୪୦ ଜଣ ଆଶାୟୀ ଏବେ ବିଜେଡ଼ି ଯୋଗସୂତ୍ରରେ ଅଛନ୍ତି । ଟିକେଟ ଘୋଷଣା ହେଲା ପରେ ସେମାନେ ବିଜେପି ଛାଡି ବିଜେଡ଼ିକୁ ପଳାଇ ଆସିବେ । ବିଜେଡ଼ିରେ ସେମାନଙ୍କର ଟିକେଟ ଆଶା ନାହିଁ । କେବଳ ପ୍ରତିଶୋଧ ନେବାକୁ ଆସିବେ ।
ବିଜେପି ମହଲର ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ଆଗରୁ ପ୍ରାର୍ଥୀ କସରତ୍ କରିଥିଲେ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିସାଥିଲେ । ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲା ପରେ ଗୁଡ଼ାଏ ପରିବର୍ତ୍ତନ ଚାହିଁଲେ । ବିଶେଷ କରି ବିଜେଡ଼ି ଆମଦାନୀ ନେତାଙ୍କ ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ଉଭୟ ନେତାଙ୍କ ମଧ୍ୟରେ ଆପୋଷ ସମାଧାନ ଜରିଆରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇ ଦିଲ୍ଲୀ ପଠାଯାଇଥିଲା । ମାତ୍ର ବିଜେଡ଼ି ପାଣିପାଗ ଦେଖି ତାହା ଅଟକି ରହିଛି । ବିଜେଡ଼ିରୁ ଅଧିକରୁ ଅଧିକ ଆମଦାନୀ ପାଇଁ ବୈଜୟନ୍ତ ପଣ୍ଡା କୁଆଡ଼େ ଦାୟିତ୍ୱ ନେଇଛନ୍ତି । ତେବେ ବିଜେଡ଼ି ଘର ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବା କିଛି ନେତାଙ୍କୁ ପସନ୍ଦ ହେଉନି । ଫଳରେ ଦଳୀୟ ନେତୃତ୍ୱଙ୍କ ମଧ୍ୟରେ ଟଣାଓଟରା ହେଉଛି ।
ଯାହା ବି ହେଉ, ବିଜେଡ଼ିରୁ ଆମଦାନୀ ନେତାଙ୍କୁ ଦଳରେ ମିଶାଇ ଟିକେଟ ଦେଲେ ତାହା ଆଶାୟୀଙ୍କୁ ବିଦ୍ରୋହୀ କରିବାଟା ସୁନିଶ୍ଚିତ । ବିଜେଡ଼ିରେ ଯେଉଁ ସ୍ଥିତି ଉପୁଜୁଛି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନୁରୂପ ସ୍ଥିତି ଉପୁଜିବ ବୋଲି ରାଜ୍ୟର ବିଭିନ୍ନ ଅଞ୍ଚଳର ରାଜନୈତିକ ପାଣିପାଗରୁ ଆଭାସ ମିଳିଲାଣି । ୪୦ ଜଣ ବିଜେପି ଆଶାୟୀ ଟିକେଟ ନ ପାଇଲେ ବିଜେଡିକୁ ପଳେଇ ଆସିବେ ବୋଲି ଯାହା କୁହାଯାଉଛି, ତାହା ଯଦି ସତ୍ୟ ହୁଏ ତେବେ ବିଜେଡ଼ି ଭଳି ବିଜେପିକୁ ତାହା ଭାରି ପଡ଼ିପାରେ ।
Previous Post

ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

Next Post

୯୯ରୁ ୬୪ ଆସନରେ ବିଜେପିର ନୂଆ ମୁହଁ, ୯ ମହିଳା

Next Post
୯୯ରୁ ୬୪ ଆସନରେ ବିଜେପିର ନୂଆ ମୁହଁ, ୯ ମହିଳା

୯୯ରୁ ୬୪ ଆସନରେ ବିଜେପିର ନୂଆ ମୁହଁ, ୯ ମହିଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA