Sunday, July 26, 2026 10:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରେସିଡେଣ୍ଟ ମେଡାଲ୍‍ର ମଜାକ୍‍

by Our Correspondent
27 Jan, 2016- 07:27 PM
in News
1 min read
0
ପ୍ରେସିଡେଣ୍ଟ ମେଡାଲ୍‍ର ମଜାକ୍‍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୫ ବର୍ଷ ହେଲା ପୁଲିସ ପୋଷାକରେ ତାଙ୍କୁ କେହି ଦେଖିନାହାନ୍ତି । ସଚିବାଳୟ ମାଟି ଛାଡ଼ି ଚୋର କି ନକ୍ସଲଙ୍କ ସହ ଫାଇଟ୍‍ କରିନାହାନ୍ତି । ମାତ୍ର ପୁଲିସ ଭାବେ ତାଙ୍କର ବିଶିଷ୍ଟ ସେବା ସରକାରଙ୍କ ମନ ମୋହିନେଇଛି । ତାଙ୍କର ସେହି ବିଶିଷ୍ଟ ସେବାକୁ ମିଳିବ ପ୍ରେସିଡେଣ୍ଟ ମେଡାଲ୍‍ । ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତିଙ୍କଠାରୁ ପଦକ ଗ୍ରହଣ କରି ଗୌରବାନ୍ୱିତ ହେବେ ଆଇପିଏସ୍‍ ଲଳିତ ଦାସ ।
ସାଧାରଣତନ୍ତ୍ର ଦିବସରେ ଘୋଷିତ ରାଷ୍ଟ୍ରପତି ପଦକ ତାଲିକାରେ ରାଜ୍ୟରୁ ୬ ଆପିଏଏସ୍‍ ଙ୍କ ସମେତ ୪୦ ଜଣ ପୁଲିସ ଓ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଅଛନ୍ତି ଲଳିତ ଦାସ । ଅଧୁନା ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ । ୫ ବର୍ଷ ହେଲାଣି ସେ ଏହି ପଦବୀରେ ଅଛନ୍ତି । ୨୦୧୧ ରେ ସେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । କହିବା ବାହୁଲ୍ୟ ଯେ, ରାଷ୍ଟ୍ରପତି ପଦକର ହିତାଧିକାରୀ ଚୟନରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ । ଫାଇଲ୍‍ ତାଙ୍କ ଦପ୍ତରରୁ ପ୍ରସ୍ତୁତ ହୋଇ ଉପରକୁ ଯାଏ କହିଲେ ଭୁଲ୍‍ ହେବନି । ଅବଶ୍ୟ ଏହା କହିବା ଠିକ୍‍ ହେବନି ଯେ ସ୍ୱନାମଧନ୍ୟ ଆଇପିଏସ୍‍ ଅଧିକାରୀ ଲଳିତ ଦାସ ନିଜକୁ ନିଜ ନାଁ ତାଲିକାଭୁକ୍ତ କରିଛନ୍ତି । ମାତ୍ର ଯେମିତି ବି ହେଉ ଲଳିତ ଦାସଙ୍କ ନାଁ ଆସିବା ପଛର ଯୁକ୍ତି ବୁଝିହେଉନି ।
ତାଙ୍କର ଦକ୍ଷତା ଥାଇପାରେ ମାତ୍ର ଏମିତି ବିଶିଷ୍ଟ ସେବା ଓଡ଼ିଶା ପୁଲିସକୁ ସେ ଦେଇନାହାନ୍ତି ଯାହା କି ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇବ । ତାଙ୍କ ଉପରେ ଅନେକ ଆଇପିଏସ୍‍ ଅଛନ୍ତି ଯେଉଁମାନେ ନିରବଚ୍ଛିନ୍ନ ଭାବେ ଖଟିଚାଲିଛନ୍ତି । ନକ୍ସଲଙ୍କୁ ସାହସର ସହ ମୁକାବିଲା କରି ନିପାତ କରିଛନ୍ତି । ରାଜ୍ୟର ସୁରକ୍ଷା ପାଇଁ ଝାଳନାଳ ଦେଉଛନ୍ତି । ମାତ୍ର ଲଳିତ ଦାସ ସେଭଳି କିଛି କରିନାହାନ୍ତି କି କରିବାର ସୁଯୋଗ ପାଇନାହାନ୍ତି ।
୧୯୯୨ ବ୍ୟାଚ୍‍ ର ଆଇପିଏସ୍‍ ହେଉଛନ୍ତି ଲଳିତ ଦାସ । ଚାକିରିର ଅଧାସମୟ ସେ ଝାଡଖଣ୍ଡରେ କଟାଇ ଓଡ଼ିଶା ଆସିଛନ୍ତି । ତାଳଚେର ରେଞ୍ଜର ଡିଆଇଜିରୁ କାମ ଆରମ୍ଭ କରିଥିବା ଲଳିତ ୨୦୧୦ରେ ଆଇଜି ସେଣ୍ଟ୍ରାଲ୍‍ ରେଞ୍ଜକୁ ବଦଳି ହୋଇଥିଲେ । ୨୭.୫.୨୦୧୧ରେ ପୁଲିସ ଆଧୁନିକୀକରଣର ଆଇଜି ହେଲେ । ଆଉ ୧୪.୧୨.୨୦୧୧ ରେ ସଚିବାଳୟରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦାୟିତ୍ୱ ନେଇ କାର୍ଯ୍ୟ କରୁଛନ୍ତି । ତେବେ ଫିଲଡ୍‍ ଚାକିରି ଜୀବନରେ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କି ଉଲ୍ଲେଖନୀୟ ସେବା ଦେଇ ନ ଥିବା ଲଳିତ ୫ ବର୍ଷ ହେଲା ସଚିବାଳୟରେ ବସିଥିଲେ ମଧ୍ୟ ଅଚାନକ ତାଙ୍କୁ ଉଲ୍ଲେଖନୀୟ ଓ ବିଶିଷ୍ଟ ସେବାରେ ରାଷ୍ଟ୍ରପତିଙ୍କ ପଦକ ଦେବା ଖୋଦ୍‍ ଆଇପିଏସ୍‍ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଖବର ରାଷ୍ଟ୍ରପତି ପଦକ ପାଇବାକୁ ହକ୍‍ ରଖିଥିବା ଅଫିସରଙ୍କୁ ନିରାଶ ଓ ହତୋତ୍ସାହିତ କରିଛି । ରାଷ୍ଟ୍ରପତି ପଦକରେ ବି ମଜାକ୍‍ ଅଛି ଏବେ ସେହି ଅଫିସରମାନେ ବୁଝୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପୁଲିସରୁ ଅମଲା ପାଲଟିଥିବା ଲଳିତ ଦାସଙ୍କର ସଚିବାଳୟର ତୃତୀୟ ମହଲାରେ ଭାରି କାଟତି । ଏମିତିରେ ଦକ୍ଷ ଓ ପ୍ରତିପତ୍ତିସମ୍ପନ୍ନ । ଅନେକ ହୁଏତ ଜାଣି ନ ଥିବେ ଲଳିତ ହେଉଛନ୍ତି ସରକାରରେ ଏକଦା ପାୱାରଫୁଲ୍‍ ତଥା ଜଳସମ୍ପଦ ବିଭାଗର ପୂର୍ବତନ ଚିଫ୍‍ ଇଂଜିନିୟର ଅକ୍ଷୟ କୁମାର ଦାସ ଓ ଖ୍ୟାତିସମ୍ପନ୍ନ ଲେଖିକା ପ୍ରତିଭା ରାୟଙ୍କ ଜ୍ୱାଇଁ ।

Previous Post

ମନ୍ତ୍ରୀ ଲଡୁ ଖାଇଲେ ସମୀର

Next Post

ବାଜି ମାରିଲା ଭୁବନେଶ୍ୱର

Next Post
ବାଜି ମାରିଲା ଭୁବନେଶ୍ୱର

ବାଜି ମାରିଲା ଭୁବନେଶ୍ୱର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA