Wednesday, April 29, 2026 10:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି

by Our Correspondent
26 Nov, 2019- 11:42 AM
in Latest News, News, Politics
1 min read
0
ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆସନ୍ତାକାଲି ବିଧାନସଭାରେ ଦେବେ ଶକ୍ତି ପରୀକ୍ଷା ବା ଫ୍ଲୋର୍ ଟେଷ୍ଟ । ସୁପ୍ରିମକୋର୍ଟ ଆଜି ଏହି ମହାରାୟ ଶୁଣାଇଛନ୍ତି । ଫଡନାଭିସ୍ ଙ୍କ ନେତୃତ୍ୱାଧୀନ ବିଜେପି ସରକାରର ଭବିଷ୍ୟତ ଏହି ଫ୍ଲୋର୍ ଟେଷ୍ଟରୁ ନିର୍ଣ୍ଣୟ ହୋଇଯିବ । ଗତକାଲି ଉଭୟ ପକ୍ଷର ଶୁଣାଣି କରିଥିଲେ ବିଚାରପତି ଏନ.ଭି. ରମନ୍ନା, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ । ଗତକାଲି ରାୟ ସଂରକ୍ଷିତ ରଖି ଆଜି ଏହାର ଶୁଣାଣି କରିଛନ୍ତି ।
ପ୍ରୋ-ଟେମ୍ ବାଚସ୍ପତିଙ୍କ ଦ୍ୱାରା ଫ୍ଲୋର୍ ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନବ ନିର୍ବାଚିତ ବିଧାୟକମାନଙ୍କୁ ପ୍ରୋ-ଟେମ୍ ବାଚସ୍ପତି ଶପଥ ଦେଲା ପରେ ଫ୍ଲୋର୍ ଟେଷ୍ଟ ହେବ । ସଂଧ୍ୟା ୫ଟା ପୂର୍ବରୁ ଫ୍ଲୋର୍ ଟେଷ୍ଟ କରାଯିବ । ଏଥିପାଇଁ ସିକ୍ରେଟ୍ ବାଲାଟ୍ ବ୍ୟବହାର କରାଯିବ ନାହିଁ । ଓପନ୍ ବାଲାଟ୍ ଯୋଗେ ଶକ୍ତି ପରୀକ୍ଷା କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଏହାର ସିଧାପ୍ରସାରଣ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଏବଂ କଂଗ୍ରେସର ୪୪ ବିଧାୟକ ନିର୍ବାଚିତ ହୋଇଛନ୍ତି । ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଏନସିପିର ୫୪ ଜଣ ଯାକ ବିଧାୟକଙ୍କ ସମେତ ବିଜେପି ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଅଛି ବୋଲି ଦାବି କରାଯାଇଛି । ଅନ୍ୟପକ୍ଷରେ ଗତକାଲି ସଂଧ୍ୟାରେ ମୁମ୍ବାଇର ଗ୍ରାଣ୍ଡ ହାୟତ୍ ହୋଟେଲରେ ଶିବସେନା, ଏନସିପି ଏବଂ କଂଗ୍ରେସ ପକ୍ଷରୁ୧୬୨ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ(ମହା ବିକାଶ ଅଗଧି) କରାଯାଇଛି ।
ତେଣୁ ବାସ୍ତବରେ କାହାର କେତେ ଦମ୍ ତାହା ବିଧାନସଭା ଫ୍ଲୋର୍ ଟେଷ୍ଟ ନିର୍ଣ୍ଣୟ କରିଦେବ । ଶକ୍ତି ପରୀକ୍ଷାରେ ଫେଲ୍ ହେଲେ ଫନଡାଭିସ୍ ଏବଂ ପାୱାର୍ ବିଦା ହେବେ ।
ସୂଚନାଥାଉକି, ସମସ୍ତଙ୍କୁ ଚକିତ କରି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ରାତିଅଧିଆ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ୨୩ ତାରିଖ ପାହାନ୍ତା ୫.୪୭ ମିନିଟ୍ ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିଲା । ସକାଳ ୮ଟା ବେଳକୁ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ତଥା ବିଧାୟକ ଦଳ ନେତା ଅଜିତ୍ ପାୱାର ବିଜେପି କ୍ୟାମ୍ପକୁ ଡେଇଁ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ । ବିଜେପି ସରକାର ଗଠନ ପଛରେ ଏନସିପିର ୫୪ ଜଣ ଯାକ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଥିଲେ । ତେବେ ତାଙ୍କ ଦାବିକୁ ଏନସିପି ସୁପ୍ରିମୋ ଅସ୍ୱୀକାର କରି ଅଜିତ୍ ପାୱାରଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଥିଲେ ।
ପରବର୍ତ୍ତୀ ଘଟଣାକ୍ରମରେ ଶରଦ ପାୱାର ଦଳର ୪୬ ବିଧାୟକଙ୍କୁ ଏକ ହୋଟେଲରେ ଏକାଠି କରିଥିଲେ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକୁରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ନିଜର ଶକ୍ତି ଦେଖାଇଥିଲେ । ଗତକାଲି ଗ୍ରାଣ୍ଡ ହାୟତ୍ ହୋଟେଲରେ ଶିବସେନା, ଏନସିପି ଏବଂ କଂଗ୍ରେସର ୧୬୨ ବିଧାୟକ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବା ସହ ଉଦ୍ଧବ ଠାକୁରଙ୍କ ନେତୃତ୍ୱକୁ ସମର୍ଥନ କରିବାକୁ ଶପଥ ନେଇଥିଲେ ।
ରାଜ୍ୟପାଳଙ୍କ ଅସାମ୍ବିଧାନିକ ନିଷ୍ପତ୍ତି ଏବଂ ବିଜେପି ସରକାର ଗଠନ ବିରୋଧରେ ଶିବସେନା,ଏନସିପି ଏବଂ କଂଗ୍ରେସ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ସେମାନେ ଦାବି କରିଥିଲେ । ୨୩ ତାରିଖରେ ସୁପ୍ରିମକୋର୍ଟ ସେମାନଙ୍କ ପିଟିସନ୍ କୁ ଗ୍ରହଣ କଲା ପରେ ଗତକାଲି ଉଭୟ ପକ୍ଷର ଶୁଣାଣି କରି ଆଜି ମହାରାୟ ଶୁଣାଇଛନ୍ତି ।
ଶେଷ ଖବର ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଙ୍କ ଉପରେ ଚାପ ବଢ଼ିଯାଇଛି । ଉଭୟଙ୍କ ମଧ୍ୟରେ ନିଭୃତ ଆଲୋଚନା ଚାଲିଛି । ଅଜିତ୍ ପାୱାର ନିଜ ପଦରୁ ଇସ୍ତଫା ଦେଇ ଏନସିପିକୁ ଫେରି ଆସିପାରନ୍ତି ବୋଲି ସୂଚନା ମିଳିଛି ।
Previous Post

ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍! ମହାରାଷ୍ଟ୍ରରେ ରାତାରାତି ଗଢ଼ିଦେଲା ସରକାର

Next Post

ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର

Next Post
ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର

ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA