Sunday, June 28, 2026 09:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍! ମହାରାଷ୍ଟ୍ରରେ ରାତାରାତି ଗଢ଼ିଦେଲା ସରକାର

by Our Correspondent
23 Nov, 2019- 01:30 PM
in Latest News, National, News, Politics
1 min read
0
ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍! ମହାରାଷ୍ଟ୍ରରେ ରାତାରାତି ଗଢ଼ିଦେଲା ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକୁରଙ୍କ ନେତୃତ୍ୱରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ଗଠନର ରାସ୍ତା ଗତକାଲି ରାତିରେ ଖୋଲିଥିଲା । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ରଖାଯାଇଥାଆନ୍ତା । ମାତ୍ର ରାତି ପାହିଲା ବେଳକୁ ରାଜନୀତିର ଚିତ୍ର ପଲଟି ଗଲା । ସକାଳୁ ସକାଳୁ ବିଜେପି- ଅଜିତ୍ ପାୱାରଙ୍କ ଏନସିପି ଭାଗର ସରକାର ଗଠନ ହୋଇଗଲା । ଏଭଳି ଅସମ୍ଭବକୁ ସମ୍ଭବ କରିବାର ଶ୍ରେୟ ଯାଇଛି ବିଜେପିକୁ । ଏହା ହିଁ ପ୍ରକୃତ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି ଦେଶବ୍ୟାପୀ ଚର୍ଚ୍ଚା ହେଉଛି ।

ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଅତି ତରବରିଆ ଭାବେ ଦେବେନ୍ଦ୍ର ଫଡ଼ନାଭିସ୍ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଥିବା ବେଳେ ବେଳେ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଦିଆଇଥିଲେ । ମହାରାଷ୍ଟ୍ର ରାଜନୀତିରେ ଏହି ମହାନାଟକ ସାରା ଦେଶବାସୀଙ୍କୁ ଚକିତ କରିଦେଇଛି । ରାଜନୀତିରେ ଅସମ୍ଭବକୁ କିଭଳି ସମ୍ଭବ କରାଯାଇପାରେ ମହାରାଷ୍ଟ୍ର ତାହାର ବଡ଼ ଉଦାହରଣ ଆଣିଦେଇଛି । ନରେନ୍ଦ୍ର ମୋଦି-ଅମିତ୍ ଶାହା ଯୋଡିଙ୍କର ଏହା କମାଲ୍ ବୋଲି କୁହାଯାଉଛି ।
ଗତକାଲି ସଂଧ୍ୟାରୁ ଆଜି ସକାଳ ଯାଏଁ ରାଜନୈତିକ ଘଟଣାକ୍ରମ ଏହିଭଳି ।
ଶୁକ୍ରବାର ସଂଧ୍ୟାରେ ମୁମ୍ବାଇର ନେହରୁ ସେଣ୍ଟରଠାରେ ଶିବସେନା, ଏନସିପି ଓ କଂଗ୍ରେସ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଶିବସେନା ନେତା ଉଦ୍ଧବ ଠାକରେ, ସୁବାସ ଦେଶାଇ, ସଞ୍ଜୟ ରାଉତ, କଂଗ୍ରେସ ନେତା ଅହମ୍ମଦ ପଟେଲ, ମଲ୍ଲିକାର୍ଜୁନ ଖଡ଼ଗେ, କେ.ସି. ବେଣୁଗୋପାଳ, ପୃଥ୍ୱୀରାଜ ଚୌହାନ୍, ଅବିନାଶ ପାଣ୍ଡେ, ବାଲାସାହେବ ଥୋରାଟ ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର, ଅଜିତ୍ ପାୱାର, ଜୟନ୍ତ ପାଟିଲ ପ୍ରମୁଖ ଯୋଗ ଦେଇଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକୁରଙ୍କ ନେତୃତ୍ୱରେ ମେଣ୍ଟ ସରକାର ପାଇଁ ଏଥିରେ ସହମତି ବାହାରିଥିଲା । କଂଗ୍ରେସ ଏବଂ ଏନସିପି ପକ୍ଷରୁ ପୃଥକ୍ ଭାବେ ଉଦ୍ଧବ ଠାକୁରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ସମର୍ଥନ କରି ରିଜୋଲ୍ୟୁସନ୍ କରାଯାଇଥିଲା । ଦୁଇ ଘଣ୍ଟା କାଳ ଏହି ବୈଠକ ଚାଲିଥିଲା । ବୈଠକ ଶେଷରେ ଶରଦ ପାୱାର୍ ଏବଂ ତାଙ୍କ ପୁତୁରା ଅଜିତ୍ ପାୱାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଜଣାଯିବ ବୋଲି ଏକପ୍ରକାର ସ୍ଥିର ହୋଇଥିଲା ।
ବୈଠକରେ ଏନସିପି ନେତା ଅଜିତ୍ ପାୱାର ଏକ ସାଦା କାଗଜରେ ଦଳୀୟ ବିଧାୟକଙ୍କ ଦସ୍ତଖତ ସଂଗ୍ରହ କରିଥିବା କୁହାଯାଉଛି । ଉଦ୍ଧବ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଜଣାଇ ଏହା ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଅନ୍ୟମାନେ ଭାବିନେଇଥିଲେ । ସେଇ କାଗଜକୁ ନିଜ ପକେଟରେ ପୂରାଇ ଅଜିତ୍ ପାୱାର ବୈଠକଖାନା ଛାଡ଼ିଥିଲେ । ସେତେବେଳକୁ ରାତି ପ୍ରାୟ ୯ଟା ବାଜିଥିଲା । ତାପରଠୁ ତାଙ୍କର ମୋବାଇଲ୍ ବନ୍ଦ ହେବା ସହ ସେ ଅନ୍ତର୍ଦ୍ଧାନ ହୋଇଗଲେ ।
କେହି କିଛି ବୁଝିବା ପୂର୍ବରୁ ଶନିବାର ଭୋର୍ ୫.୪୭ ମିନିଟ୍ ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନକୁ ଉଠାଇ ଦିଆଯାଇଥିଲା । ସକାଳ ୭ଟାରେ ଦେବେନ୍ଦ୍ର ଫଡନାଭିସ୍ ନିଜ ପତ୍ନୀ ଓ ଝିଅ ସହ ରାଜଭବନ ଅଭିମୁଖେ ଯାତ୍ରା କଲା ବେଳକୁ ଅଜିତ୍ ପାୱାର ନିଜ ପତ୍ନୀ ଓ ପିଲାଙ୍କୁ ଧରି ରାଜଭବନ ବାହାରିଥିଲେ । ରାଜଭବନରେ ସେମାନଙ୍କ ପାଇଁ ଅତ୍ୟନ୍ତ ଗୋପନୀୟ ଢ଼ଙ୍ଗରେ ପ୍ରସ୍ତୁତି ହୋଇଥିଲା । ଶପଥଗ୍ରହଣ ପାଇଁ ଆନୁସଙ୍ଗିକ କାଗଜପତ୍ର ଓ ମାଇକ୍ ରେଡ୍ଡି ହୋଇ ରହିଥିଲା । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିଜକୁ ପ୍ରସ୍ତୁତ କରି ରଖିଥିଲେ । ଠିକ୍ ୭.୩୦ ମିନିଟ୍ ରେ ଉଭୟ ଫଡ଼ନାଭିସ୍ ଏବଂ ପାୱାର୍ ରାଜଭବନରେ ପହଞ୍ଚିଲା ମାତ୍ରେ ରାଜ୍ୟପାଳ ସେମାନଙ୍କୁ ଶପଥପାଠ କରାଇଥିଲେ ।
ଉପମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ଅଜିତ୍ ପାୱାର୍ ଙ୍କ ପଛରେ ସୁପ୍ରିମୋ ଶରଦ ପାୱାର୍ ଙ୍କ ସମର୍ଥନ ଅଛି ନା ନାହିଁ ତାହା ପ୍ରଥମରୁ ଦ୍ୱନ୍ଦ ସୃଷ୍ଟି କରିଥିଲା । ବିଜେପିକୁ ସମର୍ଥନ କରିବା ଅଜିତ୍ ଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଶରଦ ପାୱାର୍ ଗୋଟିଏ ବାକ୍ୟରେ ନିଜ ପ୍ରତିକ୍ରିୟା ଦେଇଥିଲେ । ଅନ୍ୟପକ୍ଷରେ ଦଳୀୟ ବିଧାୟକମାନେ ଅଜିତ୍ ଙ୍କ ପଦକ୍ଷେପକୁ ସମର୍ଥନ ଦେଇ ବୟାନବାଜି ଜାରି ରଖିଥିଲେ । ତେଣୁ ଶରଦ ପାୱାର୍ ଙ୍କ ମୁହଁରୁ ଦଳର ଆଭିମୁଖ୍ୟ ଜାଣିବାକୁ ଉତ୍ସୁକତା ବଢ଼ିଥିବା ବେଳେ ଦିନ ୧୨.୪୦ ରେ ଶରଦ ପାୱାର ଓ ଉଦ୍ଧବ ଠାକୁରଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଚିତ୍ର ସ୍ପଷ୍ଟ ହୋଇଥିଲା ।
ଅଜିତ୍ ପାୱାରଙ୍କ ନିଷ୍ପତ୍ତି ପଛରେ ଦଳର ସମର୍ଥନ ନାହିଁ ବୋଲି ଶରଦ ପାୱାର ସ୍ପଷ୍ଟ କରିଛନ୍ତି । ଅଜିତ୍ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାର ସଙ୍କେତ ଦେଇଛନ୍ତି । ଆଜି ଅପରାହ୍ନ ୪.୩୦ ମିନିଟ୍ ରେ ଦଳୀୟ ବୈଠକ ବସି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ଅଜିତ୍ ଙ୍କୁ ସମର୍ଥନ କରୁଥିବା ଦଳୀୟ ବିଧାୟକଙ୍କୁ ସେ ଦଳବଦଳ ବିରୋଧୀ ଆଇନର ଛାଟ ଦେଖାଇଛନ୍ତି । ବିଶୃଙ୍ଖଳିତ ବିଧାୟକମାନେ ପରିଣାମ ଭୋଗିବେ ବୋଲି ସେ ସତର୍କ କରାଇଛନ୍ତି ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ସହ ଶରଦ ପାୱାରଙ୍କ ସୁସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । କିଛି ଦିନ ତଳେ ଶ୍ରୀ ପାୱାର୍ ଅଚାନକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଅଧଘଣ୍ଟା ଧରି ନିବୃତ୍ତ ଆଲୋଚନା ହୋଇଥିଲା । ପରେ ପରେ ପ୍ରଧାନମନ୍ତ୍ରୀ ମୋଦି ପାର୍ଲିଆମେଣ୍ଟରେ ଏନସିପି ଓ ବିଜେଡ଼ିକୁ ଶୃଙ୍ଖଳିତ ଦଳ କହି ବେଶ୍ ପ୍ରଶଂସା କରିଥିଲେ । ଏହି ଦୁଇ ଦଳକୁ ତାଙ୍କ ଦଳ ବିଜେପି ଓ ଅନ୍ୟ ଦଳର ନେତାମାନେ ଅନୁସରଣ କରିବାକୁ ପରାମର୍ଶ ଦେବାକୁ ବି ପଛାଇ ନ ଥିଲେ ମୋଦି । ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ବିଜେପି ସରକାରକୁ ଏନସିପିର ସମର୍ଥନ ନେଇ ଶରଦ ପାୱାରଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ସନ୍ଦେହରେ ପକାଇଥିଲା ।
ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୫ ଆସନରେ ଜିତିଥିବା ବେଳେ ଶିବସେନା ୫୬, ଏନସିପି ୫୪ ଏବଂ କଂଗ୍ରେସ ହାତରେ ୪୪ ଆସନ ରହିଛି । ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଦରକାର ପଡୁଥିବା ବେଳେ ବିଜେପି ପଛରେ ୧୭୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ବିଜେପି ନେତାମାନେ ଦାବି କରୁଛନ୍ତି । ତେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡ଼ନାଭିସ୍ ସଂଖ୍ୟା ଗରିଷ୍ଠତାର ପ୍ରମାଣ କେବେ ଦେବେ ରାଜଭବନ ପକ୍ଷରୁ ଏଯାଏଁ କୌଣସି ସୂଚନା ଆସିନାହିଁ ।
Previous Post

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post

ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି

Next Post
ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି

ଫଡନାଭିସ୍ ଙ୍କ ଶକ୍ତିପରୀକ୍ଷା ଆସନ୍ତାକାଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA