Wednesday, April 29, 2026 09:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବଜେଟ୍ ରେ କୃଷି, ମହିଳା ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ

by Our Correspondent
28 Jun, 2019- 08:28 PM
in Latest News, News
1 min read
0
ବଜେଟ୍ ରେ କୃଷି, ମହିଳା ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ
ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୨୦,୭୧୪ କୋଟିର ସ୍ୱତନ୍ତ୍ର କୃଷି ବଜେଟ୍ ଏବଂ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ସାଧାରଣ ବଜେଟ୍ ପ୍ରସ୍ତାବକୁ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିରେ ଚାଷୀ, ମହିଳା, ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ବଜେଟ୍ ରେ ଯଥାସାଧ୍ୟ ଉଦ୍ୟମ କରାଯାଇଛି । ‘କାଳିଆ’ ଯୋଜନାରେ ୭୫ ଲକ୍ଷ ହିତାଧିକାରୀଙ୍କ ପାଇଁ ୫୬୧୧ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଉକ୍ତ ଯୋଜନାରେ ମହିଳାମାନେ ୧୦ ଲକ୍ଷ ଟଙ୍କା ସହାୟତା ପାଇବେ । ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ୨୪% ଅଧିକ ଖର୍ଚ୍ଚ ବରାଦ କରାଯାଇଛି । ସାମଗ୍ରିକ ଭାବେ ଏହି କ୍ଷେତ୍ର ପାଇଁ ୩,୧୬୭ କୋଟି ଟଙ୍କା ଖର୍ଚ୍ଚ ହେବ ।
ମୋଟ ୧ ଲକ୍ଷ ୩୯ ହଜାର କୋଟି ବଜେଟ୍ ରୁ ପ୍ରାଶାସନିକ ବ୍ୟୟ ବାବଦକୁ ୫୭,୩୧୦ କୋଟି ଟଙ୍କା, ସୁଧ ବାବଦକୁ ୬,୫୦୦ କୋଟି, ଯୋଜନା କାର୍ଯ୍ୟକ୍ରମ ବାବଦକୁ ୭୪,୬୦୦ କୋଟି ଏବଂ ବିପର୍ଯ୍ୟୟ ପ୍ରଶମନ ଲାଗି ୪,୬୦୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ବଜେଟ୍ ରେ ପୁଞ୍ଜି ଅଟକଳ ପରିମାଣ ରହିଛି ୨୩,୬୫୫ କୋଟି ଟଙ୍କା ।
ସ୍ୱତନ୍ତ୍ର କୃଷି ବଜେଟ୍ ରେ ‘କାଳିଆ’ ଯୋଜନା ବାବଦ ୫,୬୧୧ କୋଟି ଛଡ଼ା ରାଜ୍ୟ ସରକାର ଘୋଷଣା କରିଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଶସ୍ୟ ବାବଦରେ ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦ ହଜାର ଗଭୀର ନଳକୂପ ଖନନ ପାଇଁ ୫୪୦ କୋଟି ଏବଂ ୧ ହଜାର କମୁ୍ୟନିଟି ଉଠାଜଳସେଚନ ପାଇଁ ୪୦୦ କୋଟି ଟଙ୍କା ବରାଦ କରାଯାଇଛି । ଗଙ୍ଗାଧର ମେହେର କେନାଲ୍ ସିଷ୍ଟମ୍ ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
ସାଧାରଣ ବଜେଟ୍ ରେ ଅର୍ଥ ବିଭାଗ ଲାଗି ୨୭ ହଜାର ୯୪୨.୭୨ କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୫ ହଜାର ୭୮୨ କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୧୮ ହଜାର ୪୧୯ କୋଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଲାଗି ୧୧୩୪.୧୫ କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୧୬ ହଜାର ୪୦୦ କୋଟି, ଜଳସମ୍ପଦ ବିଭାଗ ଲାଗି ୯ ହଜାର ୭୧୩ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ଲାଗି ୫ ହଜାର ୫୩୦ କୋଟି, ଶକ୍ତି ବିଭାଗ ଲାଗି ୨୨୫୦ କୋଟି, ସମବାୟ ବିଭାଗ ଲାଗି ୧୪୩୮ କୋଟି, ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ଲାଗି ୩ ହଜାର ୪୫୭ କୋଟି, ଉଚ୍ଚଶିକ୍ଷା ଲାଗି ୨୩୭୫ କୋଟି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଲାଗି ୧୭୩ କୋଟି ବ୍ୟୟବରାଦ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଲୋକଙ୍କ ଆକାଂକ୍ଷା ବଜେଟ୍ ରେ ପ୍ରତିଫଳିତ ହୋଇଛି । ‘କାଳିଆ’ ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଏବଂ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଦେବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାର ପାଳନ କରିଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଫନି କ୍ଷତିଗ୍ରସ୍ତ ଅଞ୍ଚଳର ପୁନରୁଦ୍ଧାର ପାଇଁ ବଜେଟ୍ ରେ ଅର୍ଥ ବରାଦ କରାଯିବା ଖୁସିର ବିଷୟ । ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ‘ଜଗା ମିଶନ’ ଲାଗି ୧୦୦ କୋଟି ଏବଂ ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଘର ଲାଗି ୧୩୦ କୋଟି ଦିଆଯାଇଛି । ଏହି ବଜେଟ୍ ରାଜ୍ୟର ଅଭିବୃଦ୍ଧି ସହ ଚାଷୀ, ଗରିବ ଓ ମହିଳାଙ୍କୁ ବେଶ ସୁହାଇବ । ଗତ ୬ ବର୍ଷ ଧରି ରାଜ୍ୟ ଅର୍ଥନୀତିର ବେଗ ଜାତୀୟ ହାରଠାରୁ ଅଧିକ ରହିଛି । ଏହି ବଜେଟ୍ ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରଣ କରିପାରିବ ବୋଲି ମୁଁ ଆଶା କରୁଛି ।
ପ୍ରଦୀପ୍ତ ନାୟକ,ବିରୋଧୀ ଦଳ ନେତା: ଏହି ବଜେଟ୍ ରେ କିଛି ନାହିଁ । ଅତ୍ୟନ୍ତ ନୈରାଶ୍ୟଜନକ ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା: ଗରିବ, ଖଟିଖିଆ, ଚାଷୀଙ୍କ ପାଇଁ ବଜେଟ୍ ଅତ୍ୟନ୍ତ ନୈରାଶ୍ୟଜନକ । ସରକାରଙ୍କ ନିଜସ୍ୱ ଆୟ ୪୫ ହଜାର କୋଟି ଟଙ୍କା ହେଉଥିବା ବେଳେ ୧ ଲକ୍ଷ ୩୯ ହଜାର କୋଟିର ବ୍ୟୟବରାଦ କେମିତି?
Previous Post

ମନ୍ତ୍ରୀଠାରୁ ମୋ କାଟତି ବେଶୀ

Next Post

ଟାଇମସ୍ ହାଇଅର ଏଜୁକେସନ୍ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ‘କିଟ୍’

Next Post
ଟାଇମସ୍ ହାଇଅର ଏଜୁକେସନ୍ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ‘କିଟ୍’

ଟାଇମସ୍ ହାଇଅର ଏଜୁକେସନ୍ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ‘କିଟ୍’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA