Thursday, May 7, 2026 08:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବସନ୍ତ ପଣ୍ଡା ଟେନସନ୍: ଧର୍ମେନ୍ଦ୍ର-ସଂଘ ପରିବାର ଲଢ଼ାଲଢ଼ି

by Our Correspondent
01 Aug, 2018- 03:19 PM
in Latest News, Politics
1 min read
0
ବସନ୍ତ ପଣ୍ଡା ଟେନସନ୍: ଧର୍ମେନ୍ଦ୍ର-ସଂଘ ପରିବାର ଲଢ଼ାଲଢ଼ି
ଭୁବନେଶ୍ୱର: ବସନ୍ତ ପଣ୍ଡାଙ୍କୁ ସଭାପତି ପଦରୁ ହଟାଇବାକୁ ସଂଘ ପରିବାର ନିଜ ଜିଦ୍ ରେ ଅଟଳ ଅଛନ୍ତି । ଏପରିକି ଅଗଷ୍ଟ ୧୦ ଡେଡଲାଇନ୍ ବି ଦିଆଯାଇଛି । ନ ହଟିଲେ, ସଂଘ ପରିବାର ବିଜେପିକୁ ଅସହଯୋଗ କରିବ ଏବଂ ଯାଜପୁର ଭଳି ସବୁ ଜିଲ୍ଲାରେ ସମାନ୍ତରାଳ ବୈଠକ ହେବ ବୋଲି ଚେତାଇ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ପ୍ରଭାରୀ ଅରୁଣ ସିଂ ନିକଟରେ ଭୁବନେଶ୍ୱରରେ ବସନ୍ତ ପଣ୍ଡାଙ୍କ ସପକ୍ଷରେ ଓକିଲାତି କରି ସେ ବଦଳିବେ ନାହିଁ ବୋଲି ଘୋଷଣା କରିବା ସଂଘ ପରିବାରର ଅଧିକାଂଶ ସଦସ୍ୟଙ୍କୁ କ୍ଷୁବ୍ଧ କରିଛି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ସଂଘ ପରିବାରର ଏଭଳି କଠୋର ଆଭିମୁଖ୍ୟରେ ଚେକ୍ ଲଗାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସମସ୍ତ ବଳକୌଶଳ ଖଟାଇଛନ୍ତି । ଦିଲ୍ଲୀରେ ଆରଏସଏସ ର ବରିଷ୍ଠ ନେତାଙ୍କୁ ସେ ବସନ୍ତ ପଣ୍ଡାଙ୍କ ସପକ୍ଷରେ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଯଦି ଧର୍ମେନ୍ଦ୍ର ସେଥିରେ ବିଫଳ ହୁଅନ୍ତି ତେବେ ତାହାର ବିକଳ୍ପ ମଧ୍ୟ ଚିନ୍ତା କରାଯାଇଛି । ବସନ୍ତ ପଣ୍ଡାଙ୍କ ଜାଗାରେ ପ୍ରତାପ ଷଡ଼ଙ୍ଗୀ ନୁହଁନ୍ତି, ବରଂ ସମୀର ମହାନ୍ତିଙ୍କୁ ସଭାପତି ଆସନରେ ବସାଇବାକୁ ବିକଳ୍ପ ପ୍ରସ୍ତାବ ରଖାଯାଇଛି । ବସନ୍ତ ପଣ୍ଡାଙ୍କ ଭଳି ସମୀର ମହାନ୍ତି ଧର୍ମେନ୍ଦ୍ରଙ୍କ କଣ୍ଟ୍ରୋଲରେ ରହିବା ସମସ୍ୟା ନଥିବାରୁ ଏଭଳି ବିକଳ୍ପ ପ୍ରସ୍ତାବର ଚିନ୍ତା କରାଯାଇଛି । ସୁତରାଂ ପ୍ରତାପ ଷଡ଼ଙ୍ଗୀଙ୍କୁ କୌଣସି ହାଲତ୍ ରେ ବି ସଭାପତି ଆସନରେ ବସାଇବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିର ଚାହୁଁନାହାନ୍ତି ।
ପ୍ରତାପ ଷଡ଼ଙ୍ଗୀ ନିଜେ ସଭାପତି ପଦ ପାଇଁ ଲାଳାୟିତ ନୁହଁନ୍ତି । ମାତ୍ର ତାଙ୍କ ଭଳି ଜଣେ ନିର୍ବିବାଦୀୟ, ଲୋକପ୍ରିୟ, ସାଧୁ ଓ ଯୋଗୀ ପୁରୁଷଙ୍କୁ ଦଳର ନେତୃତ୍ୱ ଦେଲେ ବିଜେପି ଓଡ଼ିଶାରେ ଚମତ୍କାରିତା ଦେଖାଇପାରିବ ବୋଲି ଅଧିକାଂଶ ନେତାଙ୍କ ମତ । ପ୍ରତାପଙ୍କ ସମ୍ଭାବ୍ୟ ନେତୃତ୍ୱକୁ ସଂଘ ପରିବାର ଓ ଧର୍ମେନ୍ଦ୍ରଙ୍କ ବୃହତ୍ତ ବିରୋଧୀ ଗୋଷ୍ଠୀ ସମର୍ଥନ କରୁଛନ୍ତି । ସେମାନଙ୍କ ମତରେ, ବସନ୍ତଙ୍କୁ ସଖି କଣ୍ଢେଇ କରି ଧର୍ମେନ୍ଦ୍ରଙ୍କ ଏକଚାଟିଆ ଶାସନ ବିଜେପିକୁ ସବଳ କରିବା ପରିବର୍ତ୍ତେ ଦୁର୍ବଳ କରିଦେଲାଣି । ତୃଣମୂଳସ୍ତରରେ ଦଳୀୟ ସଂଗଠନ ଆଜି ପର୍ଯ୍ୟନ୍ତ ଅଣ୍ଟା ସଳଖି ପାରୁନି । ଏଭଳିସ୍ଥିତିରେ ଦଳ ସାଧାରଣ ନିର୍ବାଚନକୁ ଯାଇ ଭଲ ଫଳ ଆଶା କରିବା ବୃଥା । ୧୨୦ ଆସନ କଥା ଛାଡ଼ନ୍ତୁ, ଦଳ ୨୦ ଆସନ ପାଇବ କି ନା ସନ୍ଦେହ ବୋଲି ଜଣେ ବରିଷ୍ଠ ନେତା ଆଶଙ୍କା ପ୍ରକାଶ କରିଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ନେତୃତ୍ୱ ଛାଡ଼ିଲେ ସଂଗଠନ ମଜବୁତ ହୋଇ ଦଳ କରିସ୍ମା ଦେଖାଇପାରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସଂଘ ପରିବାର ନେତାମାନେ ଏହି ଯୁକ୍ତି ରଖି ନିକଟରେ ଅମିତ୍ ଶାହାଙ୍କ ପାଖେ ଫେରାଦ୍ ହୋଇଥିଲେ । ଶାହା ଏହାକୁ ଗୁରୁତର ସହ ଚିନ୍ତା କରୁଥିବା ବେଳେ ଧର୍ମେନ୍ଦ୍ର ଫ୍ୟାକ୍ଟର ସେଥିରେ ବାଧକ ସାଜିଥିବା କୁହାଯାଉଛି ।
ଅନ୍ୟ ଏକ ସୂଚନା ଅନୁଯାୟୀ, ବୈଜୟନ୍ତ ପଣ୍ଡା ଖୁବ୍ ଶୀଘ୍ର ବିଜେପିରେ ମିଶିବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଗଲାଣି । ଦଳରେ ମିଶିବା ପୂର୍ବରୁ ଓଡ଼ିଶାରେ ସଂଗଠନକୁ ମଜବୁତ କରିବାକୁ ହାଇକମାଣ୍ଡଙ୍କୁ ସେ କିଛି ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ଏଥିରେ ପ୍ରତାଷ ଷଡ଼ଙ୍ଗୀଙ୍କ ହାତରେ ବିଜେପି ନେତୃତ୍ୱ ସମର୍ପିବାକୁ ସେ ତାଙ୍କ ଇଚ୍ଛା ଜଣାଇଥିବା ବେଳେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପ୍ରସ୍ତାବ ଦେଇଛନ୍ତି । ସଂଗଠନ ସମ୍ପାଦକ ରାମ ମାଧବ ବୈଜୟନ୍ତଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ସେ ଦିଗରେ ଗୋଟିଚାଳନା କରୁଥିବା କୁହାଯାଉଛି ।
Previous Post

୨୦୧୯ ଧାର୍ଯ୍ୟ ସମୟରେ ସାଧାରଣ ନିର୍ବାଚନ !

Next Post

ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

Next Post
ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA