Thursday, May 7, 2026 09:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା

by Our Correspondent
02 Aug, 2018- 12:06 AM
in Latest News, Politics
1 min read
0
ବୈଜୟନ୍ତଙ୍କ ବେକରେ ବିଜେପି ଗାମୁଛା
କଟକ: ବେକରେ ପଦ୍ମ ମାର୍କା ଉତ୍ତରୀୟ ସହ ବୈଜୟନ୍ତ ପଣ୍ଡାଙ୍କର ବିଜେପି ବହିନି ହୋଇଛି ! ବୁଧବାର କଟକରେ ବୈଜୟନ୍ତଙ୍କର ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ‘ହେଇଯାଉ’ ଅନୁଷ୍ଠିତ ହୋଇଥିଲା । ଏଥିରେ ବୈଜୟନ୍ତଙ୍କୁ ପଦ୍ମ ମାର୍କା ଗେରୁଆ ଉତ୍ତରୀୟ ଦେଖିବାକୁ ମିଳିଥିଲା । କିଛି ଯୁବକ ବୈଜୟନ୍ତଙ୍କ ବେକରେ ବିଜେପି ଉତ୍ତରୀୟ ପକାଇବା ପରେ ବୈଜୟନ୍ତ ତାକୁ ସାଦରେ ଗ୍ରହଣ କରିଥିଲେ । ସେହି ଯୁବକଙ୍କ ସହ ସେଲଫି ଉଠାଇଥିଲେ । ମନରେ ତାଙ୍କର ପ୍ରସନ୍ନତା ଭରିଯାଇଥିଲା । ବୈଜୟନ୍ତ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇ ନ ଥିଲେ ମଧ୍ୟ ତାଙ୍କର ଏଭଳି ରୂପ ସେଠାରେ ଉପସ୍ଥିତ ଲୋକଙ୍କୁ ବେଶ ଚକିତ କରିଥିଲା ।
କଟକ ସହିଦ ଭବନ ଚା’ ଷ୍ଟଲଠାରେ ବୈଜୟନ୍ତ କରିଥିଲେ ନିଜର ‘ହେଇଯାଉ’ କାର୍ଯ୍ୟକ୍ରମ । ଏଥିରେ ଯୋଗଦେଇଥିବା କିଛି ଯୁବକ ବୈଜୟନ୍ତଙ୍କୁ ବିଜେପିକୁ ଆମନ୍ତ୍ରିତ କରି ତାଙ୍କ ବେକରେ ଉତ୍ତରୀୟ ପକାଇଥିଲେ । ବୈଜୟନ୍ତ ଏଥିରେ ଆନନ୍ଦିତ ହୋଇଥିଲେ ମଧ୍ୟ ବିଜେପିରେ ମିଶିବା ନେଇ କିଛି ସ୍ପଷ୍ଟ କରି ନ ଥିଲେ । ଠିକ୍ ସମୟରେ ଲୋକେ ତାଙ୍କର ରାଜନୈତିକ ଭବିଷ୍ୟତ ବାବଦରେ ଜାଣିବେ ବୋଲି କହିଥିଲେ ।
କଟକ ଦୃଶ୍ୟପଟ ବୟାନ କରୁଛି ଯେ ବୈଜୟନ୍ତଙ୍କ ମନ ବିଜେପିରେ ସାମିଲ ହୋଇସାରିଲାଣି । ସେ ନିଜେ କିଛି ନ କହିଲେ ମଧ୍ୟ ଏଇ ୧୦ ଦିନ ଭିତରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି । ସେଥିପାଇଁ ଦିଲ୍ଲୀରେ ଚୂଡ଼ାନ୍ତ କଥା ସାରି ଆସିଛନ୍ତି । ତେବେ ବିଜେପିରେ ସେ କେଉଁ ରୂପରେ ଆର୍ବିଭାବ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ପୂର୍ବରୁ ଖବର ଆସିଥିଲା କି ଗତକାଲି ସେ ଦିଲ୍ଲୀରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସହ କଥା ହୋଇଥିଲେ । ଏହି ଦୁହିଁଙ୍କୁ ଦଳରେ ପ୍ରାଧାନ୍ୟ ଦେବା ସହ ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ନେତୃତ୍ୱ ଦେବାକୁ ସେ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି । ସଂଗଠନ ସମ୍ପାଦକ ରାମ ମାଧବ ଏହାକୁ ଗୁରୁତ୍ୱ ଦେଇଥିବା ବି କୁହାଯାଉଛି ।
Previous Post

ବସନ୍ତ ପଣ୍ଡା ଟେନସନ୍: ଧର୍ମେନ୍ଦ୍ର-ସଂଘ ପରିବାର ଲଢ଼ାଲଢ଼ି

Next Post

ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !

Next Post
ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !

ତେଲେଙ୍ଗାନା ମଡ଼େଲ; ନିର୍ବାଚନ ପୂର୍ବରୁ ବିଧାନ ପରିଷଦ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA