Friday, April 17, 2026 09:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବାଇଧରଙ୍କ ନିହାଣରେ ଯଯାତିକେଶରୀ

by Our Correspondent
01 Aug, 2017- 08:26 PM
in News
1 min read
0
ବାଇଧରଙ୍କ ନିହାଣରେ ଯଯାତିକେଶରୀ
ଯାଜପୁରରୁ ସତ୍ୟବ୍ରତ ସାମଲଙ୍କ ରିପୋର୍ଟ
ବାଇଧର ମହାପାତ୍ର । ଯାଜପୁର ଅନ୍ତର୍ଗତ ଗରିଆପୁର ବାସିନ୍ଦା ବାଇଧର ଜଣେ ସାଧାରଣ ଲୋକ ହୋଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ଅସାଧାରଣ । ନିଜ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ବାଇଧରଙ୍କ ନିଶା ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଐତିହାସିକ କିର୍ତ୍ତୀରାଜ ସ୍ଥାପନ । ନିଜର ସ୍ୱଭାବ ସୁଲଭ ଧୋତି ଓ ଗାମୁଛା ପିନ୍ଧା ବେଶଭୂଷାରେ ସେଥିପାଇଁ ବାରଦ୍ୱାର ବୁଲନ୍ତି ଓ ଲୋକଙ୍କ ସହଯୋଗ ଲୋଡନ୍ତି । ଆଜି ପର୍ଯ୍ୟନ୍ତ ଏହି ପ୍ରବୃତ୍ତି ମେଣ୍ଟଇବାରେ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି ବାଇଧର । ଯାଜପୁର ଟାଉନ୍ ଶିବମନ୍ଦିର ପାଶ୍ୱର୍କୁ ଲାଗି ତାଙ୍କ ସ୍ୱପ୍ନର କିର୍ତ୍ତୀରାଜ ଯଯାତିକେଶରୀଙ୍କ ଚିତ୍ରପଟ ସ୍ଥାପନରେ ଏବେ ଦିନରାତି ମନ ଓ ଶ୍ରମ ଲଗାଇଛନ୍ତି ସେ । ଦୁଇଜଣ ଶିଳ୍ପୀଙ୍କ ନିହାଣ ତାଙ୍କର ସ୍ୱପ୍ନ ସାକାର କରିବାକୁ ଯାଉଛି । ବାଇଧରଙ୍କ ଏହି ଉଦ୍ୟମ ସମଗ୍ର ଯାଜପୁର ବାସିନ୍ଦାଙ୍କ ମନ କିଣି ନେଇଛି ।
ଯଯାତିକେଶରୀଙ୍କ ଚିତ୍ରପଟ ସ୍ଥାପନ ପଛରେ ବାଇଧରଙ୍କ ଯୁକ୍ତି ବେଶ୍ ବଳିଷ୍ଠ । ଇତିହାସର ସ୍ମୃତିର ଆଇନାରେ ଯାଜପୁରର ଗଭୀର ଅତୀତକୁ ଆଜି ଜୀବନ୍ତ ଅନୁଭବ କରୁଥିବା କହିଛନ୍ତି । ଅତୀତର କଳିଙ୍ଗରାଜ୍ୟର ରାଜଧାନୀ ଯାଜ୍ରନଗର ଅଧୁନା ଯାଜପୁର ଭାବେ ପରିଚିତ । ଯାଜପୁରରେ ଥିବା ଦଶାଶ୍ୱମେଧଘାଟ ଯାଯାତିକେଶରୀ ଅଶ୍ୱମେଧ ଯଜ୍ଞ ନିମନ୍ତେ ଦେଶ ତଥା ବିଦେଶରେ ପରିଚିତ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ତଥା ଅଧୁନା ଓଡ଼ିଶାର ଅନେକ କିର୍ତ୍ତୀ ଯଯାତି କେଶରୀଙ୍କ ସମୟରେ ସ୍ଥାପନ ହୋଇଛି । ଯାଜପୁରରୁ କଟକ ଏବଂ କଟକରୁ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଯିବା ସ୍ଥଳେ ଆଜି ଦୁର୍ବଳ ନେତୃବର୍ଗ ତଥା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଯାଜପୁର ଅବହେଳିତ ହୋଇପଡ଼ିଛି । ଅବିଭକ୍ତ କଟକରୁ ଯାଜପୁର ଅଲଗା ଜିଲ୍ଲା ହେଲା ପରେ ସଦର ମହକୁମା ଯାଜପୁରରେ ପ୍ରତିଷ୍ଠା ହେଲା । ସେ ସମୟରେ ପାଣିକୋଇଲିର ନାଁ ଯଯାତିନଗର କରିବାକୁ ତତ୍କାଳୀନ କଂଗ୍ରେସ ସରକାରକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ତାହା ସେହି ପ୍ରସ୍ତାବରେ ହିଁ ରହିଗଲା । ନିଜମାଟିରେ ଏହି ମହାନ୍ ଐତିହାସିକ ପୁରୁଷ ଆଗାମୀ ପୀଡ଼ି ପାଇଁ ଅଜଣା ହୋଇନଯାଆନ୍ତୁ ଏହି ଲକ୍ଷ୍ୟରେ ସେ ଖଟାଇଛନ୍ତି ନିଜସ୍ୱ ଉଦ୍ୟମ । ସେଥିରେ ଯାଜପୁରବାସୀଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ ପାଇଁ ଚିର କୃତଜ୍ଞ ବୋଲି ବାଇଧର କହିଛନ୍ତି ।
Previous Post

ମୁକୁଙ୍କ ଡ୍ରିମ୍ କ୍ୟାବିନେଟ୍

Next Post

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

Next Post
ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA