Friday, April 17, 2026 09:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

by Our Correspondent
02 Aug, 2017- 04:50 PM
in Latest News, Politics
1 min read
0
ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି
ଭୁବନେଶ୍ୱର: ଗୋଟେ ପଟେ ପିପିଲିର ଦୁଇ ଷଣ୍ଢ ପ୍ରଦୀପ ମହାରଥୀ ଓ ଯୁଧିଷ୍ଠିର ସାମନ୍ତରାୟ ତ ଆର ପଟେ ଜୟପୁରର ଦୁଇ ଷଣ୍ଢ ରବି ନନ୍ଦ ଓ ତାରା ବାହିନୀପତି । ଏହି ଦୁଇ ବଳୀୟାନ୍ ଯୋଡିଙ୍କ ଯୋଡାଯୋଡି ଆଜି ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ସଚିବାଳୟରେ ମହାରଥୀଙ୍କ ଚାମ୍ବରରେ ଯୋଡାଯୋଡି ପର୍ବ ଏକ ମହାଜାଗତିକ ଦୃଶ୍ୟର ଅବତାରଣା କରିଥିଲା । ରାଜନୈତିକ ଓ ବ୍ୟକ୍ତିଗତ ଭାବେ ଅହି ନକୂଳ ସମ୍ପର୍କରେ ଦୀର୍ଘ ଦୁଇ ଦଶନ୍ଧି ଧରି ବନ୍ଧା ମହାରଥୀ-ସାମନ୍ତରାୟ ଓ ନନ୍ଦ-ବାହିନୀପତି ଖାଲି ପିପିଲି କି ଜୟପୁର କାହିଁକି ଓଡ଼ିଶା ରାଜନୀତିରେ ସୁପର ଡୁପର୍ ବିରୋଧୀ ହିଟ୍ ଯୋଡି ଭାବେ ଜଣାଶୁଣା । ପିପିଲିରେ ତ କେହି କାହାରି ଛାଇ ଦେଖିଲେ ଉଭୟ ପକ୍ଷର ଖଣ୍ଡା ତରବାଲି ବୁଲେ । ବୋମା, ବନ୍ଧୁକ ଫୁଟେ । ଜୟପୁରରେ ଅବସ୍ଥା ବି କିଛି କମ୍ ନୁହେଁ ।
ନିର୍ବାଚନ ପାଖେଇ ଆସୁଥିଲା ବେଳେ ଉପକୂଳ ଅହି ନକୂଳ ଯୋଡି ମହାରଥୀ-ସାମନ୍ତରାୟ ଓ ଦକ୍ଷିଣୀ ଅହି ନକୂଳ ଯୋଡି ନନ୍ଦ-ବାହିନୀପତି କୋଳାକୋଳି ହେବାକୁ ରାଜନୈତିକ ମହଲ ଗମ୍ଭୀରତାର ସହ ନେଇଛନ୍ତି । ସିଧା ସିଧାରେ କହିଲେ, ସେମାନଙ୍କ ଭଗାରି ସମ୍ପର୍କ ଫାଟର ସୁଯୋଗ ପଦ୍ମଦଳିଆଙ୍କୁ ସମର୍ପି ନ ଦେବାକୁ ଉଭୟ ଯୋଡି ଏକାଠି ହୋଇଛନ୍ତି । ଖୋଦ୍ ମହାରଥୀ ଓ ସାମନ୍ତରାୟ ଏହାକୁ ଖୋଲାଖୋଲି ସ୍ୱୀକାର କରିଛନ୍ତି । ସେମାନଙ୍କ କହିବା କଥା, ଧରମୁ(ଧର୍ମେନ୍ଦ୍ର ପ୍ରଧାନ)ଚଳାଇଥିବା ବିଜେପିକୁ ଆମ ଇଲାକାରେ ପୂରାଇ ଦେବୁନୁ । ଲଢ଼େଇ ବିଜେଡ଼ି-କଂଗ୍ରେସ ଭିତରେ ହେବ । ପଦ୍ମ ପୋଖରୀ ଖୋଳିବାକୁ ଦିଆଯିବନି ବୋଲି ମହାରଥୀ-ସାମନ୍ତରାୟ ଦମ୍ଭ ଦେଖାଇଥିଲେ । ବିଜେପିବାଲାଙ୍କୁ ବ୍ରଏଲର୍ କୁକୁଡ଼ା ବୋଲି କଟାକ୍ଷ କରିବାକୁ ଭୂଲି ନ ଥିଲେ ମହାରଥୀ । ସିଧାରେ ନ ହେଲେ ମଧ୍ୟ ବଙ୍କାରେ ବଙ୍କାରେ ଏକା କଥା ଦୋହରାଇଥିଲେ ନନ୍ଦ-ବାହିନୀପତି ଯୋଡି ।
ବିଜେପିକୁ ଚେକ୍ ଦେବା ପାଇଁ ମହାରଥୀଙ୍କ ଚାମ୍ବରରେ ଏହି ଅହି ନକୂଳଙ୍କ ମହାମିଳନ ପର୍ବ ସୁଚିନ୍ତିତ ଥିଲା ନା ଅଚାନକ ହୋଇଗଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପିପିଲି ଅଞ୍ଚଳର ବିକାଶ ପ୍ରସଙ୍ଗ ଧରି ସେ ମହାରଥୀଙ୍କ ସହ ଆଲୋଚନା ପାଇଁ ଆସିଥିଲେ ବୋଲି ସାମନ୍ତରାୟ କଥା ଯୋଡିଥିଲେ । ସେହିଭଳି ଜୟପୁରର ବିକାଶ ପ୍ରସଙ୍ଗରେ ଆଲୋଚନା ପାଇଁ ସେମାନେ ମନ୍ତ୍ରୀଙ୍କ ପାଖକୁ ଆସିଥିଲେ ବୋଲି ନନ୍ଦ-ବାହିନୀପତି ସଫେଇ ଦେଇଥିଲେ । ସୂଚନାଯୋଗ୍ୟ, ମହାରଥୀ-ସାମନ୍ତରାୟ ଯୋଡି ୪୫ ମିନିଟ୍ ଧରି ବେଶ୍ ହସଖୁସି କରିଥିଲେ । ଆଲୋଚନା ମଝିରେ ମଝିରେ ଦୁହିଁଙ୍କ ଥଟ୍ଟାମଜା ପରିବେଶକୁ ଚମକାଇଥିଲା । ଦୁହିଁଙ୍କ ଆଲୋଚନା ମଝିରେ ଚାମ୍ବର ଭିତରକୁ ପଶି ଆସିଥିଲେ ନନ୍ଦ-ବାହିନୀପତି ଯୋଡି । ଆଉ ସେଠୁଁ ଡବଲ ଜମିଥିଲା ଡ଼ବଲ ଯୋଡିଙ୍କ ଥଟ୍ଟାତାମସା ।
Previous Post

ବାଇଧରଙ୍କ ନିହାଣରେ ଯଯାତିକେଶରୀ

Next Post

ଯେତିକି ମାରିଲେ, ସେତିକି ତଣ୍ଡ ଗଣିବେ ଖଣିମାଲିକ

Next Post
ଯେତିକି ମାରିଲେ, ସେତିକି ତଣ୍ଡ ଗଣିବେ ଖଣିମାଲିକ

ଯେତିକି ମାରିଲେ, ସେତିକି ତଣ୍ଡ ଗଣିବେ ଖଣିମାଲିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA