Friday, April 17, 2026 08:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଯେତିକି ମାରିଲେ, ସେତିକି ତଣ୍ଡ ଗଣିବେ ଖଣିମାଲିକ

by Our Correspondent
02 Aug, 2017- 08:16 PM
in Latest News
1 min read
0
ଯେତିକି ମାରିଲେ, ସେତିକି ତଣ୍ଡ ଗଣିବେ ଖଣିମାଲିକ
ଭୁବନେଶ୍ୱର: ବେଆଇନ ଖଣି ଖନନ କରିଥିବା ଖଣି ମାଲିକଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ଝଟକା । ବେଆଇନ ଭାବେ ଯେତିକି ଅର୍ଜଛନ୍ତି ସେତିକି ତଣ୍ଡ ଗଣିବେ ସରକାରଙ୍କୁ । ବେଆଇନ ଖଣି ଖନନକାରୀଙ୍କୁ ଶତପ୍ରତିଶତ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ଖଣି ଦୁର୍ନୀତି ଉପରେ ସୁପ୍ରିମକୋର୍ଟ ଆଜି ଏହ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ଜରିମାନା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନଦେଲେ ସେମାନଙ୍କ ଖଣି ବନ୍ଦ କରିଦିଆଯିବ । କମନ୍ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଗତ ମାମଲା ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ତେବେ ମାମଲାର ସିବିଆଇ ତଦନ୍ତ ଦାବିକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ରାୟ ପ୍ରକାଶ ପରେ ବେଆଇନ କାରବାରରେ ଲିପ୍ତ ଖଣିମାଲିକମାନଙ୍କୁ ବଡ଼ ଝଟକା ଲାଗିଛି । ଆଗାମୀ ଦିନରେ ଆଇନଗତ ଲଢ଼େଇ କରିବାକୁ ପୂର୍ବାଞ୍ଚଳ ଖଣି ମାଲିକ ସଂଘ ସଜବାଜ ହେଉଛି ।
ଲକ୍ଷାଧିକ ହଜାର କୋଟି ଟଙ୍କାର ଖଣି ମହାଦୁର୍ନୀତି ଅଭିଯୋଗ ୨୦୧୨ ମସିହା ବେଳକୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଅନୁମୋଦିତ ଜାଗା ବାହାରେ, ବିନା ପରିବେଶ ମଂଜୁରୀରେ ଖଣି ଖନନ, ଖଣିଜପଦାର୍ଥ ଉତ୍ତୋଳନ, ପରିବହନ ଆଦି ଅନିୟମିତତା ବର୍ଷ ବର୍ଷ ଧରି ଚାଲିଥିଲା । ଏହା ଉପରେ ରାଜ୍ୟ ସରକାର ଆଖି ବୁଜିଦେଇଥିବାରୁ ଅବାଧ ହୋଇଥିଲା କାରବାର । ଅଧିକାଂଶ ଖଣିମାଲିକ ରାତାରାତି କୁବେର ବନିଯାଇଥିଲେ । ଖଣିବେପାରୀଙ୍କ ସହ ନେତା, ଅଫିସର ମେଣ୍ଟ କରି ମାଲେମାଲ ହୋଇଥିଲେ । ଜଷ୍ଟିସ୍ ଏମ.ବି ଶାହା କମିସନଙ୍କୁ ସୁପ୍ରିମକୋର୍ଟ ଏହାର ତଦନ୍ତ ଦାୟିତ୍ୱ ଦେବା ସହ ସିଇସି ଗଠନ କରିଥିଲେ । ଉଭୟ ସିଇସି ଓ ଶାହା କମିସନଙ୍କ ନିକଟରେ ରାଜ୍ୟ ସରକାର ରଖିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୬୦୦ ଖଣି ଲିଜ୍ ମଧ୍ୟ ମଧ୍ୟରୁ ୨୪୦ ଟି ଖଣିରେ ଅନିୟମିତତା ରହିଥିବା କୁହାଯାଇଥିଲା । ଆବଶ୍ୟକୀୟ ଅନୁମତି ନ ଥାଇ ସେମାନେ ବର୍ଷ ବର୍ଷ ଧରି ଖଣି ଖନନ କରୁଥିଲେ । ସେହି ୨୪୦ ଖଣିକୁ ବନ୍ଦ କରାଯାଇଥିବା ରାଜ୍ୟ ସରକାର ଜଣାଇଥିଲେ । ଏଥିସହ ୧୪୦ଟି ଖଣିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଦର୍ଶାଇଥିଲେ । ୧୨୯ଟି ଖଣି ଅପରେସନାଲ୍ ଥିବା ରାଜ୍ୟ ସରକାର ଅବଗତ କରିଥିଲେ ।
ଇତିମଧ୍ୟରେ ରାଜ୍ୟ ସରକାର ବେଆଇନ ଖଣି କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ । ୧୪୬ ଖଣି ଉପରେ ୬୧ ହଜାର କୋଟି ଟଙ୍କା ଜରିମାନା କରିଥିଲେ । ମାତ୍ର ଏହି ଜରିମାନା ଆଦାୟ କରିବାରେ ସରକାର ଏଯାଏଁ ସକ୍ଷମ ହୋଇନାହାନ୍ତି ।
Previous Post

ବିଜେପିକୁ ଚେକ୍ ! ଜମେଇଲେ ଅହି-ନକୂଳ ଯୋଡି

Next Post

ମନ କିଣିନେଲା ଜେଡ଼ି ଆନୁଆଲ୍ ଡିଜାଇନ୍ ଆୱାର୍ଡସ୍ -୨୦୧୭

Next Post
ମନ କିଣିନେଲା ଜେଡ଼ି ଆନୁଆଲ୍ ଡିଜାଇନ୍ ଆୱାର୍ଡସ୍ -୨୦୧୭

ମନ କିଣିନେଲା ଜେଡ଼ି ଆନୁଆଲ୍ ଡିଜାଇନ୍ ଆୱାର୍ଡସ୍ -୨୦୧୭

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA