Wednesday, April 29, 2026 11:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍

by Our Correspondent
22 Nov, 2019- 05:21 PM
in Latest News, News
1 min read
0
ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍
ଭୁୁବନେଶ୍ୱର: ୪୦ ବର୍ଷୀୟ ଜଣେ ଯୁବକ ବାଣୀବିହାରର ୮୦ ଫୁଟ ଛାତ ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିବାର ଧମକ ଦେଇ ଆଜି ସମସ୍ତଙ୍କୁ ପାଣି ପିଆଇଛି । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ନୟାନ୍ତ ହୋଇଛନ୍ତି । ପାଖାପାଖି ୫ ଘଣ୍ଟାର ଝାଳନାଳ ଉଦ୍ୟମ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଘଟିଥିବା ଏହି ଦୃଶ୍ୟକୁ ସାରା ଓଡ଼ିଶାବାସୀ ଆଜି ଟିଭିରେ ଦେଖିଛନ୍ତି । ନାଟକୀୟ ଢ଼ଙ୍ଗରେ ଆତ୍ମହତ୍ୟାର ଧମକ ଦେଇଥିବା ଯୁବକଟି ମାନସିକ ବିକୃତ ରୋଗୀ ବୋଲି ଜଣାପଡ଼ିଛି ।
ଆଜି ସକାଳ ପ୍ରାୟ ୧୦ଟା ବେଳେ ଯୁବକଟି ବାଣୀବିହାର ପରିସରରେ ଥିବା ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରକୁ ହଠାତ୍ ଚଢ଼ି ଯାଇଥିଲେ । ଆସନ୍ତାକାଲିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବ ପାଳନ ପାଇଁ ଲାଇବ୍ରେରୀ ହଲ୍ ର ରଙ୍ଗ ଦିଆ କାମ ଚାଲିଥିବାରୁ ସେଠାରେ ବ୍ୟବହୃତ ସିଢ଼ିକୁ ବ୍ୟବହାର କରି ସେ ଏମିତି କାଣ୍ଡ କରିଥିଲେ । ସବା ଉପରର ସ୍ଲୋପିଂ ଛାତ ଉପରେ ଛିଡ଼ା ହୋଇ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକାଇଥିଲେ । ବାଣୀବିହାରରେ ଏହା ପ୍ରଚାର ହେବାରୁ ଘଟଣା ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଛୁଟି ଆସିଥିଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଆସି ଟିଭିରେ ଲାଇଭ୍ ଆରମ୍ଭ କରିଦେଇଥିଲେ ।

ଅତ୍ୟନ୍ତ ବିପଦଶଙ୍କୁଳ ଜାଗାରେ ଯୁବକଟି ଥିବାରୁ ତାଙ୍କୁ ଉଦ୍ଧାର କରି ତଳକୁ ଆଣିବା ବେଶ୍ ଚାଲେଂଜକର ଥିଲା । ସୁରକ୍ଷିତ ଭାବେ ତାଙ୍କୁ କେମିତି ତଳକୁ ଅଣାଯିବ ଅଗ୍ନିଶମ ବିଭାଗ ଉଦ୍ଧାରକାରୀ ଦଳର ମୁଣ୍ଡ ଗୋଲ୍ ହୋଇଯାଇଥିଲା । ସହିଦନଗର ଓ ନୟାପଲ୍ଲୀ ପୁଲିସ ବି ଘଟଣାସ୍ଥଳରେ ଜଗି ରହିଥିଲେ । ସୁରକ୍ଷିତ ଉଦ୍ଧାର ପାଇଁ ବିଭିନ୍ନ କୌଶଳ କରାଯାଯାଇଥିଲା । କାଳେ ତଳକୁ ଡେଇଁ ସତରେ ଆତ୍ମହତ୍ୟା କରିଦେବେ ସେହି ଡରରେ ପରିଜା ଲାଇବ୍ରେରୀ ଚାରିପଟେ ଚାଲ୍ ବିଛାଇ ଜଗିଥିଲେ ୩୦ ଜଣ ଅଗ୍ନିଶମ କର୍ମଚାରୀ । ଦୁଇ ଦୁଇଟି ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା । ଅଗ୍ନିଶମ କର୍ମଚାରୀମାନେ ତିନି ତିନି ଥର ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବୁଝାଇ ତଳକୁ ଆଣିବାରେ ବିଫଳ ହୋଇଥିଲେ ।
ମଜ୍ଜାର କଥା, ତଳେ ସମସ୍ତଙ୍କୁ ପାଣି ପିଆଉଥିବା ଏହି ଯୁବକ ଛାତ ଉପରେ ବସି ଖାଇବା, ପିଇବା ଅର୍ଡର ଦେଉଥିଲେ । ଯାହା ଚାହୁଁଥିଲେ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯାଉଥିଲା । ଖାଇପିଇ ଯୁବକଟି ନାନା ଫନ୍ଦି ଫିକର କରୁଥିଲେ । ଆତ୍ମହତ୍ୟା କରିବାକୁ ଡରୋଉଥିଲେ ବି ତାଙ୍କ ହାବଭାବ ସେଭଳି ନ ଥିଲା । ଭିସିଙ୍କୁ ଡାକି ଆଣିଲେ ସେ ତଳକୁ ଓହ୍ଲାଇଯିବେ ବୋଲି କେତେବେଳେ କହୁଥିଲେ ତ ଆଉ କେତେବେଳେ ସୁରଥ ନାୟକ ବୋଲି କାହାରି ଜଣଙ୍କ ନାଁ ନେଇ ଡାକୁଥିଲେ । ତଳେ କୋଳାହଳ କରୁଥିବା ବାଣୀବିହାର ଛାତ୍ର ଓ ଅନ୍ୟ ଦେଖଣାହାରୀଙ୍କୁ ଗାଳିମନ୍ଦ କରି ତଳକୁ ଡେଇଁ ପଡ଼ିବେ ବୋଲି ଧମକୋଉଥିଲେ । ତାଙ୍କର ହାବଭାବ ଉଦ୍ଧାରକାରୀ ଦଳକୁ ଛାନିଆଁ କରୁଥିଲା ସତ ହେଲେ ଯୁବକଟି ପାଖରେ ଆତ୍ମହତ୍ୟା କରିବାର ପ୍ରବଣତା ଜମାରୁ ନ ଥିଲା ବରଂ କିଛି ମୂଲଚାଲ କରିବା ଚକ୍କରରେ ଥିଲା ।
ତାଙ୍କର ମନସ୍ତତ୍ତ୍ୱକୁ ଠିକ୍ ଭାବେ ଅନ୍ଦାଜ କରି ଅଗ୍ନିଶମ କର୍ମଚାରୀମାନେ ଉପାୟ ପାଞ୍ଚିଥିଲେ । ତାଙ୍କୁ ଡରେଇ କିମ୍ବା ବୁଝେଇ ତଳକୁ ଆଣିବାକୁ ଉପାୟ ସ୍ଥିର କରାଗଲା । ତାଙ୍କର ଜଣେ ବନ୍ଧୁଙ୍କୁ ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ରେ ନିଆଗଲା । ସେ ଯୁବକଙ୍କୁ ବୁଝାଇଲେ ମଧ୍ୟ ସେ ଶୁଣିବା ଅବସ୍ଥାରେ ନ ଥିଲେ । ତେବେ ବନ୍ଧୁ ବୁଝାସୁଝା କରୁଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ସାହାସ ଜୁଟାଇ ତାଙ୍କୁ ତାଙ୍କୁ ଲିଫ୍ଟ ଭିତରକୁ ଭିଡ଼ି ଆଣିବାରେ ସଫଳ ହୋଇଥିଲେ । ତଳକୁ ଅଣାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ତାଙ୍କର ମାନସିକ ବିକୃତ ଥିବା ମେଡ଼ିକାଲ୍ ରିପୋର୍ଟରୁ ଜଣାପଡ଼ିଛି ।
ମାନସିକ ବିକୃତଧାରୀ ଏହି ଯୁବକଙ୍କ ନାଁ ହେଉଛି ତପନ ଓରଫ୍ ସୁବୋଧ ବାରିକ । ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଛକ ଅଞ୍ଚଳରେ । ଗତ ଅକ୍ଟୋବର ୨୩ ତାରିଖରେ ଭୁବନେଶ୍ୱରର ବେହେରା ସାହିରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ମାତ୍ର ତା ପରଦିନ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ୨୪ ତାରିଖରେ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଏକ ମିସିଂ ରିପୋର୍ଟ କରିଥିଲେ । ପୁଲିସ ସେବେଠାରୁ ତାଙ୍କର ଖୋଜଖବର ପାଉ ନ ଥିଲା ।
ସୂଚନା ଅନୁଯାୟୀ, ସୁବୋଧ ବାରିକ ପୋଷ୍ଟାଲ୍ ବିଭାଗରେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରୁ ସେ ଚାକିରି କରୁଥିଲେ ମଧ୍ୟ ୨୦୧୮ ମସିହାରେ କୌଣସି କାରଣରୁ ଚାକିରିରୁ ବହିଷ୍କୃତ ହୋଇଥିଲେ । ସେ ବିବାହିତ । ଘରେ ବାପା,ବୋଉ, ପତ୍ନୀ ଏବଂ ଗୋଟିଏ ଝିଅ ଅଛନ୍ତି । ତାଙ୍କର କିଛି ସମ୍ପର୍କୀୟଙ୍କ କହିବାନୁଯାୟୀ, ଚାକିରିରେ ଥିବା ବେଳେ ସୁବୋଧ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେଥିପାଇଁ ଚିକିତ୍ସିତ ହେଉଥିଲେ । ସେ ଚାକିରି ହରାଇବା ପଛରେ ଏହା କାରଣ ନା ନାହିଁ ତାହା ଜଣାପଡ଼ିନାହିଁ । ତେବେ ମାନସିକ ରୋଗ ପାଇଁ ଗତ ଦୁଇବର୍ଷ ହେଲା ସେ ନିୟମିତ ଭାବେ ଔଷଧ ଖାଉଥିବା ଜଣାପଡ଼ିଛି । କିଛି ଦିନ ଔଷଧ ବନ୍ଦ କରିଥିବା ସମୟରେ ସେ ଘର ଛାଡ଼ି ଚାଲି ଆସିଥିବାରୁ ଏହା ମାନସିକ ବିକୃତଜନିତ ବୋଲି ଅନୁମାନ କରାଯାଉଛି ।
ବାଣୀବିହାରରେ ମାନସିକ ବିକୃତ ଯୁବକଙ୍କ ଏହି ମହାଡ୍ରାମା ଦେଖିବାକୁ ଆଜି କ୍ୟାମ୍ପସ୍ ରେ ବେଶ ଭିଡ଼ ଜମିଥିଲା । ପାଖାପାଖି ୫ ଘଣ୍ଟାର ଅପରେସନ୍ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାରୁ ସବୁଆଡୁ ପ୍ରଶଂସା ମିଳୁଛି ।
Previous Post

ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ

Next Post

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ରତା

Next Post
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ରତା

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ରତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA