Thursday, April 30, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ରତା

by Our Correspondent
22 Nov, 2019- 11:04 PM
in Latest News, News
1 min read
0
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ରତା

ଭୁବନେଶ୍ୱର:“ଆଜି ମୁଁ ଏକ ଚିରାଚରିତ ବିବୃତି ଦେବାକୁ ଯାଉନାହିଁ । ଦୁଇଟି ପ୍ରସଙ୍ଗରେ କହିବାକୁ ଚାହୁଁଛି । ଭୁଲିଯାଆନ୍ତୁ ମୁଁ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ସଭାପତି ବୋଲି । ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ ବିନମ୍ରତାର ସହ କହୁଛି- ଲୋକଙ୍କ ଦୁର୍ଦ୍ଦଶା ବିଶେଷକରି ମହିଳାମାନଙ୍କ ଦୁର୍ଦ୍ଦଶାକୁ ନେଇ ରାଜନୀତି କରିବା ଅମାନବୀୟ । ମୁଁ କହିବାକୁ ଚାହେଁ, ଏଭଳିି ରାଜନୀତି କାହାକୁ କିଛି ଦେବ ନାହିଁ । ଆମେ ସମସ୍ତେ ଏକ ପରିପକ୍ୱ ଗଣତନ୍ତ୍ରର ଅଂଶବିଶେଷ । ଆମେ ସାଢ଼େ ଚାରି କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଛୁ । ଆସନ୍ତୁ, ସମସ୍ତେ ବିଧାନସଭା ଭିତରେ ଓ ବାହାରେ ଏକ ଉଚ୍ଚ ରାଜନୈତିକ ମୂଲ୍ୟବୋଧ ଉପରେ ବିଶ୍ୱାସ ରଖିବା । “

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟିରୁ ଏଭଳି ଭାବବିହ୍ୱଳ ବିନମ୍ରତାର ଭାଷଣ ଶୁଣିବାକୁ ମିଳିଥିଲା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କାଳରେ ଯାଜପୁର ଜିଲ୍ଲା ହରିଦାସପୁରର ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ସମେତ ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗ ଧରି ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦଳର ହମଲାର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଭଳି ବିବୃତି ରଖିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ- ଦୁଷ୍କର୍ମ, ହତ୍ୟା ଓ କୌଣସି ମହିଳାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ନେଇ ରାଜନୀତି କରିବା ଅର୍ଥ, କ୍ଷତିଗ୍ରସ୍ତ ପରିବାରକୁ ଅଧିକ କ୍ଷତି ପହଞ୍ଚାଇବା ଏବଂ ସମାଜ ବିଶେଷକରି ଯୁବର୍ଗଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବା । କୌଣସି ବ୍ୟକ୍ତି ଯଦି ତଦନ୍ତକୁ ନେଇ ସନ୍ତୁଷ୍ଟ ନୁହଁନ୍ତି, ତେବେ ଆଇନ ବ୍ୟବସ୍ଥା ଉପରେ ଆସ୍ଥା ରଖନ୍ତୁ । ଯାହା ତାଙ୍କୁ ଆଶ୍ୱସ୍ତି ଦେବ । ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏହି ଗୃହକୁ ପ୍ରତିଶ୍ରୁତି ଦେଉଛି ଯେ ସମାଜରେ ମହିଳାଙ୍କ ବିରୋଧରେ ଅପରାଧକୁ ଆଦୌ ବରଦାସ୍ତ କରାଯିବ ନାହିଁ । ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ମୋର ସବୁଠୁ ବଡ଼ ପ୍ରାଥମିକତା । ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯାହା କରାଯାଇପାରେ କରିବି । ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।
ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ ଯେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଫେସନାଲ୍ ତଦନ୍ତ ଯୋଗୁଁ ଚାରଟି ସମ୍ବେଦନଶୀଳ ନାବାଳିକା ରେପ୍ ଏବଂ ମର୍ଡର କେସ୍ ର ଦୋଷୀଙ୍କୁ ପୋକସୋ ଆଇନ ବଳରେ ମୃତ୍ୟୁଦଣ୍ଡ ହୋଇଛି । ରେଡ୍ ଫ୍ଲାଗ୍ ମାମଲାଗୁଡ଼ିକରେ ଦୋଷୀଙ୍କୁ ଦଣ୍ଡବିଧାନ ହାର ଚଳିତବର୍ଷ ୪୧.୪୮% କୁ ବୃଦ୍ଧି ପାଇଛି । ‘ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ ନାରୀ ନିର୍ଯାତନା ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ । ତେବେ ଅନୁରୋଧ କରିବି ମହିଳା ଓ ଶିଶୁଙ୍କ ଦୁର୍ଦ୍ଦଶାକୁ ନେଇ ରାଜନୀତି କରନ୍ତୁ ନାହିଁ । ଲୋକ ହିଁ ଗଣତନ୍ତ୍ରର ଆତ୍ମା । ଲୋକଙ୍କ ସନ୍ତୁଷ୍ଟି ହେଉଛି ଗୋଟିଏ ଭଲ ପ୍ରଶାସନର ନମୂନା । ମୋ ସରକାର ଓ ୫ଟି ମାଧ୍ୟମରେ ଲୋକଙ୍କୁ ନ୍ୟାୟ ଦେବାକୁ ଯଥାସାଧ୍ୟ ଚେଷ୍ଟା କରୁଛି । ମୁଁ ବ୍ୟକ୍ତିଗତ ଭାବେ ୩୦୦ ଫୋନ୍ କଲ୍ କରିସାରିଲିଣି । ଏବଂ ୨୫୦୦ ଫୋନ୍ କଲ କରାଯାଇଛି ।’
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ- ‘ମୁଁ ଏହି ଗୃହକୁ ସୂଚାଇବାକୁ ଚାହୁଁଛି ଥାନାକୁ ଆସୁଥିବା ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି । ପୁଲିସ ବିଭାଗକୁ ସ୍ପଷ୍ଟ ଭାବରେ ମୋର ବାର୍ତ୍ତା ଯେ ସେମାନେ କାର୍ଯ୍ୟରେ ପ୍ରତିଶ୍ରୁତିବଦ୍ଧତା ରଖନ୍ତୁ । ବିନା ଭୟ ଓ ପକ୍ଷପାତିତାରେ କାମ କରନ୍ତୁ । ପଞ୍ଜିକରଣର ପରିସଂଖ୍ୟାନ ନେଇ ଚାପରେ ରହନ୍ତୁ ନାହିଁ । ମୋ ସରକାରରେ ଲୋକ ହିଁ ପରିସଂଖ୍ୟାନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।’
ରାଜ୍ୟରେ ମୋଟାମୋଟି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ ।
Previous Post

ବାଣୀବିହାର ଛାତରୁ ପାଣି ପିଆଇଲା ମେଣ୍ଟାଲ୍

Next Post

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post
ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA