Tuesday, June 23, 2026 03:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

by Our Correspondent
24 Jul, 2017- 11:26 AM
in Latest News, News
1 min read
0
ବାବୁଙ୍କ ପତ୍ନୀ ବାବୁଆଣି ନୁହଁନ୍ତି

ଭୁବନେଶ୍ୱର: ଆଇଏଏସ୍ ବାବୁମାନଙ୍କ ପ୍ରତି ସାଧାରଣତଃ ଲୋକଙ୍କ ମନରେ ରହିଛି ଭିନ୍ନ ଏକ ଧାରଣା । ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କ ମନରେ କୁଆଡେ ହୀନମନ୍ୟତା ଥାଏ । ତଳିଆ ଅଫିସରଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରନ୍ତି । ମଳିମୁଣ୍ଡିଆ ଲୋକେ ସେମାନଙ୍କୁ ଗନ୍ଧାନ୍ତି । ସମାଜରେ ସେମାନେ ସ୍ୱତନ୍ତ୍ର ପରିଚୟର ଦାବି ନେଇ ବଞ୍ଚନ୍ତି । ଅର୍ଥ ଓ କ୍ଷମତା ହୋଇଥାଏ ସେମାନଙ୍କ ଜୀବନର ଧାରା । ଲୋକଙ୍କ ଏହି ଧାରଣା ବି ଅମୂଳକ ନୁହେଁ । ସାଧାରଣ ଲୋକଙ୍କ ସେବା ମନୋବୃତ୍ତି ନେଇ ବହୁ ପରିଶ୍ରମ ବଳରେ ଏହି ଇଲାଇଟ୍ ଚାକିରିରେ ନିଯୁକ୍ତି ପାଇଗଲା ପରେ ଅଧିକାଂଶ ସିଭିଲ୍ ସର୍ଭାଣ୍ଟ ମୁଖ୍ୟ ସାମାଜିକ ସ୍ରୋତରୁ ନିଜକୁ ଅଲଗା କରିବାର ବହୁ ଉଦାହରଣ ରହିଛି । ପରଲୋକଙ୍କ କଥା ଛାଡନ୍ତୁ, କିଛି ଆଇଏଏସ୍ ବାବୁ ଖୋଦ୍ ନିଜ ବାପା, ମାଆ, ଭାଇ, ଭଉଣୀଙ୍କୁ ଛିଛାକର କରି ଅଛୁଆଁ କରିଦେବାର ଅନେକ ନଜିର ରହିଛି । ତେବେ ସବୁ ଆଇଏଏସ୍ କି ଆଇପିଏସ୍ ଯେ ସେଭଳି ଏହା ନୁହେଁ ।

ଏମିତି ଆଇଏଏସ୍ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ଦରଦ୍ ଖାଲି ଅନୁଭବ କରନ୍ତିନି ବରଂ ସେମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦିଅନ୍ତି । ଏମିତି ଜଣେ ଯୁବ ଆଇଏଏସ୍ ହେଉଛନ୍ତି ମଙ୍ଗେଶ୍ ଘିଲଦୟାଲ୍ । କଲେକ୍ଟର ଭାବେ ଖାଲି ନିଜେ ନୁହଁନ୍ତି ନିଜ ପତ୍ନୀଙ୍କୁ ବି ସାମାଜିକ ସେବା ଓ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାମିଲ କରି ସାରା ଦେଶରେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।

ଉତ୍ତରାଖଣ୍ଡରେ ଜନ୍ମିତ ମଙ୍ଗେଶ୍ ଘିଲଦୟାଲ୍ ହେଉଛନ୍ତି ୨୦୧୧ ବ୍ୟାଚର୍ ଆଇଏଏସ୍ । ଅତ୍ୟନ୍ତ ମେଧାବୀ ଘିଲଦୟାଲ୍ ସାରା ଦେଶରେ ଚତୁର୍ଥ ର୍ୟାଙ୍କ୍ ରଖିଥିଲେ । ଆଇଏଫଏସ୍ ରେ ଯୋଗଦେବାକୁ ତାଙ୍କୁ ଅଫର୍ ଥିଲା । ମାତ୍ର ନିଜ ଜନ୍ମମାଟିର ସେବା କରିବାକୁ ଇଚ୍ଛା କରି ସେ ଆଇଏଏସ୍ ରେ ଯୋଗଦେଲେ । ବାଗେଶ୍ୱର ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଭାବେ କାମ କଲାବେଳେ ସେ ନିଜର ପ୍ରତିଭା ଦେଖାଇଥିଲେ । ଲୋକଙ୍କ ଭାବାବେଗ ସହିତ ନିଜକୁ ଜଡ଼ିତ କରାଇବାର କାର୍ଯ୍ୟଶୈଳୀ ଲୋକଙ୍କୁ ପାଗଳ କରିଦେଲା । ଏମିତିକା କଲେକ୍ଟର ସେମାନେ ପୂର୍ବରୁ କେବେ ଦେଖି ନ ଥିଲେ । ତାଙ୍କର ଯେବେ ସେଠାରୁ ବଦଳି ଅର୍ଡର ବାହାରିଲା ସମଗ୍ର ଜିଲ୍ଲାରେ ଅସନ୍ତୋଷର ନିଆଁ ଜଳିଲା । ଲୋକେ ତାଙ୍କୁ ସେଠାରୁ ନ ଛାଡ଼ିବା ପାଇଁ ଜିଦ୍ ଧରି ବସିଲେ । ସରକାରୀ ବଦଳି ନିୟମ ଆଗରେ ଲୋକେ ଶାନ୍ତ ପଡ଼ିଲେ ସତ ହେଲେ ଘିଲଦୟାଲ୍ ସେମାନଙ୍କ ପାଇଁ ଆଜି ବି ଅଭୁଲା ହୋଇରହିଛନ୍ତି ।

ଏବେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍(କଲେକ୍ଟର) ଅଛନ୍ତି ଘିଲଦୟାଲ୍ । ପ୍ରତିଦିନ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଇ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ତଦାରଖ ନ କଲେ ତାଙ୍କୁ ରାତିରେ ନିଦ ହୁଏନି । ଯେ କୌଣସି କାର୍ଯ୍ୟ ଉପରେ ତୁରନ୍ତ ପଦକ୍ଷେପ (ପ୍ରମ୍ପଟ୍ ଆକ୍ସନ) ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀର ଅନ୍ୟ ଏକ ଆକର୍ଷଣ । ନିକଟରେ ନିଜ ଜିଲ୍ଲାର ଏକ ସରକାରୀ ମହିଳା କଲେଜ ପରଦର୍ଶନରେ ଯାଇଥିଲେ ଘିଲଦୟାଲ୍ । କଲେଜର ଦହନୀୟ ଅବସ୍ଥା ତାଙ୍କୁ ବିଚଳିତ କରିଥିଲା । ସେଠାରେ ବିଜ୍ଞାନ ଶିକ୍ଷକ ନ ଥିବାରୁ ବିଜ୍ଞାନ ଛାତ୍ରୀମାନେ ପାଠ ପଢ଼ିପାରୁ ନ ଥିଲେ । ଏହା ତାଙ୍କୁ ଏଭଳି ବ୍ୟଥିତ କଲା ଯେ ସରକାରୀ ନିଯୁକ୍ତିକୁ ଅପେକ୍ଷା ନ କରି ତୁରନ୍ତ ସେହି ଜାଗାରେ ନିଜ ପତ୍ନୀ ଉଷାଙ୍କୁ ଷ୍ଟପ୍ ଗ୍ୟାପ ମେଜର୍ ଭାବେ କାମରେ ଲଗାଇଦେଲେ । ଏକମାତ୍ର ଲକ୍ଷ୍ୟ ଶିକ୍ଷାଦାନରୁ ପିଲା ଦିନକ ପାଇଁ ବି ବଞ୍ଚିତ ନ ରହନ୍ତୁ ।

ପ୍ଲାଣ୍ଟ ପାଥୋଲୋଜିରେ ଡକ୍ଟରାଲ୍ ଫେଲୋ ଉଷା ବିନା ଦ୍ୱିଧାରେ ଆଗଭର ହୋଇ ସେଦିନଠାରୁ ପିଲାଙ୍କୁ ଆସି ପାଠ ପଢ଼ାଉଛନ୍ତି । ପାରିଶ୍ରମିକ ଦୂରେ ଥାଉ ନିଜ ପକେଟରୁ ଗରିବ ପିଲାଙ୍କ ପାଇଁ ଅକୁଣ୍ଠ ଚିତ୍ତରେ ପଇସା ଖର୍ଚ୍ଚ କରୁଛନ୍ତି । ତାଙ୍କର ବଦାନ୍ୟତା, ନମ୍ର ଆଚରଣ ଓ ସୁନ୍ଦର ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମହଲରେ ସେ ପ୍ରିୟପାତ୍ର ହୋଇଗଲେଣି । ଛାତ୍ରଛାତ୍ରୀଙ୍କ ସେବାରେ ନିଜର ସମୟ ଦେଇ ସେ ଖୁବ୍ ଆନନ୍ଦିତ ଓ ଗର୍ବିତ ବୋଲି ଉଷା କହିଛନ୍ତି । ସେପଟେ ସ୍ୱାମୀ ଘିଲଦୟାଲ୍ ବି ନିଜର ପତ୍ନୀଙ୍କ କାର୍ଯ୍ୟ ପାଇଁ ଢ଼େର୍ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି । ହୃଦୟର ସହ ଲୋକଙ୍କ ପାଇଁ କାମ କରି ଆମ ଦୁହିଁଙ୍କୁ ଖୁବ୍ ଆନ୍ତସନ୍ତୋଷ ମିଳୁଛି ବୋଲି ଘିଲଦୟାଲ୍ କହିଛନ୍ତି ।

(ସୌଜନ୍ୟ: ଦ ଲଜିକାଲ୍ ଇଣ୍ଡିଆନ୍)

Previous Post

ସୁଲୁ ମାଡାମ୍ ଙ୍କ ଅନ୍ତର ଜଳୁଛି

Next Post

ମନେ ପଡ଼ିଲା ଜିରୋ ଟଲେରାନ୍ସ

Next Post
ମନେ ପଡ଼ିଲା ଜିରୋ ଟଲେରାନ୍ସ

ମନେ ପଡ଼ିଲା ଜିରୋ ଟଲେରାନ୍ସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA