ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପୁଣି ୨ ପଜିଟିଭି ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତ ବ୍ୟକ୍ତିଙ୍କଠାରୁ ଏମାନେ ସଂକ୍ରମିତ ହୋଇଥିବା କୁହାଯାଇଛି । ଏଥିସହ ବାଲେଶ୍ୱରରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ରେ ପହଞ୍ଚିଛି । ପୂର୍ବରୁ ଆଜି ଦିନରେ ଯାଜପୁରରୁ ୪ ପଜିଟିଭ୍ ବାହାରିଥିଲେ ।
ଆଜି ବାଲେଶ୍ୱରରୁ ଚିହ୍ନଟ ପଜିଟିଭ୍ ଙ୍କ ମଧ୍ୟରେ ୫୫ ବର୍ଷର ଜଣେ ମହିଳା ଥିବା ବେଳେ ୩୬ ବର୍ଷର ଜଣେ ଯୁବକ ଅଛନ୍ତି । ଉଭୟ କେଉଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା କୁହାଯାଇନାହିଁ ।