Tuesday, April 21, 2026 03:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?

by Our Correspondent
31 Oct, 2018- 03:01 PM
in Latest News, News
1 min read
0
ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?
ଭୁବନେଶ୍ୱର: ରୋଗ କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଯାହାର ବିପିଏଲ୍ କାର୍ଡ ନାହିଁ, ସେ କ’ଣ କରିବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ନାଁ ନ ନେଇ ବିଜେପିକୁ ଏମିତି ଭାଷାରେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ ହୋଲଡର ମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ସବୁ ନାଗରିକ ସୁବିଧା ପାଇବେ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପରିବର୍ତ୍ତେ ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ପରେ ବିଜେପି କଟୁ ସମାଲୋଚନା କରୁଥିବାରୁ ମୁଖ୍ୟମନ୍ତ୍ରୀ ଆଜି ବିଜେଡ଼ି ପଦଯାତ୍ରା ଅବସରରେ ଏଭଳି ଶାଣିତ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମର ଏକ ଐତିହାସିକ ପଦକ୍ଷେପ । ବିପିଏଲ,ଏପିଏଲ ସମସ୍ତେ ଏ ସୁବିଧା ପାଇବେ । ଆୟୁଷ୍ମାନ ଯୋଜନାଠାରୁ ଆମର ଯୋଜନା ବହୁତ ଭଲ ।’
ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଣ୍ଡପସାହିଠାରେ ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ- ‘ଆମ ସରକାର କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ତାହାହେଲା, ୧-ଖାଦ୍ୟ ସୁରକ୍ଷା,୨-ଘର, ୩-ସ୍ୱାସ୍ଥ୍ୟ ଓ ୪- ସାମାଜିକ ନିରାପତ୍ତା । ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ଏ ସବୁ ସୁବିଧାରୁ ବଞ୍ଚିତ ହେଲେ, ଏହା ମୋତେ ବାଧିଲା । ଆପଣଙ୍କ ଟଙ୍କାରେ ଓଡ଼ିଶାବାସୀଙ୍କ ଟଙ୍କାରେ ଆମେ ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନସନ୍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା ଆରମ୍ଭ କଲୁ ।’
ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।
ବିଜେଡ଼ିର ଏହି ଜନସମ୍ପର୍କ ପଦଯାତ୍ରା ସମାବେଶରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଭାଷଣ ଦେଇଥିଲେ ।
Previous Post

ବିଜେପିକୁ ଯିବେ ଶଗରିଆ !

Next Post

ଧର୍ମେନ୍ଦ୍ରଙ୍କ ଜବାବ: ମୁଖ୍ୟମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି

Next Post
ଧର୍ମେନ୍ଦ୍ରଙ୍କ ଜବାବ: ମୁଖ୍ୟମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି

ଧର୍ମେନ୍ଦ୍ରଙ୍କ ଜବାବ: ମୁଖ୍ୟମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA