Tuesday, April 21, 2026 02:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିକୁ ଯିବେ ଶଗରିଆ !

by Our Correspondent
30 Oct, 2018- 10:44 PM
in Latest News, Politics
1 min read
1
ବିଜେପିକୁ ଯିବେ ଶଗରିଆ !
ଭୁବନେଶ୍ୱର: ବିଜେପି ସହ କୃଷ୍ଣ ଶଗରିଆଙ୍କ କୁଆଡ଼େ ମୂଲଚାଲ ସରିଯାଇଛି । ଖୁବ ଶୀଘ୍ର କଂଗ୍ରେସ ଛାଡ଼ି ସମ୍ଭବତଃ ସେୟାଡ଼େ ଯୋଗଦେବେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି । ବିଧାୟକ ପଦରୁ ଆଜି ସେ ଇସ୍ତଫା ଘୋଷଣା କରିଛନ୍ତି । ଦଳ ଛାଡ଼ି ନ ଥିଲେ ମଧ୍ୟ ଦଳ ଛାଡ଼ିବାର ସଙ୍କେତ ଦେଇଛନ୍ତି । କଂଗ୍ରେସରେ ଦଳିତ,ଆଦିବାସୀଙ୍କୁ ଉପେକ୍ଷା କରାଯାଉଥିବା ତାଙ୍କର ହୃଦବୋଧ ହେଉଛି । ତେଣୁ ଆବଶ୍ୟକ ପଡ଼ିଲେ ସେ ଦଳ ଛାଡ଼ିବେ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଛାଡ଼ିବାକୁ ଶଗରିଆ ମନସ୍ଥ କରିସାରିଛନ୍ତି । ଖୁବ୍ ଶୀଘ୍ର ତାଙ୍କର ନିଷ୍ପତ୍ତି ଘୋଷଣା କରିବେ ।
୨୦୧୪ ମସିହାରେ ପ୍ରଥମ ଥର ପାଇଁ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଟିକେଟରେ କୋରାପୁଟ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ବିଧାୟକ ହେବା ପରେ ଦଳୀୟ ନେତୃତ୍ୱ ସହ ତାଙ୍କର ଭଲ ପଡ଼ି ନ ଥିଲା । ପ୍ରସାଦ ହରିଚନ୍ଦନଙ୍କୁ ସେ ବିରୋଧ କରିଥିଲେ । ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ତାଙ୍କ ସହ ମଧ୍ୟ ପଡ଼ିଲାନି । ଜିଲ୍ଲାର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ତାଙ୍କର କଳିକଜ୍ଜା ଚରମ ସୀମାକୁ ଗଲା । ନିକଟରେ ତାଙ୍କୁ ପିସିସି ଦଳିତ ସେଲ୍ ଅଧ୍ୟକ୍ଷ ପଦରୁ ହଟାଯାଇ ସାଧାରଣ ସମ୍ପାଦକ ପଦବୀ ଦିଆଯାଇଥିଲା । ମାତ୍ର ସେ ଅପମାନବୋଧ କରି ପଦବୀଟିକୁ ଗ୍ରହଣ କରି ନ ଥିଲେ । ଦଳ ଛାଡ଼ିବେ ଛାଡ଼ିବେ ବୋଲି ବହୁ ଆଗରୁ ଚର୍ଚ୍ଚାରେ ଅଛନ୍ତି ।
କଂଗ୍ରେସ ମହଲର ଚର୍ଚ୍ଚା ଅନୁଯାୟୀ, ଶଗରିଆ ନାଁକୁ କଂଗ୍ରେସରେ ରହିଥିଲେ ମଧ୍ୟ ମନ ତାଙ୍କର ଅନ୍ୟ ଦଳକୁ ପଳେଇଛି । ଜିଲ୍ଲା ରାଜନୀତିରେ ଅନ୍ୟମାନଙ୍କୁ ପଛରେ ପକାଇ ନିଜ ପତିଆରା ବଢ଼ାଇବା ଉଦ୍ୟମରେ ବିଫଳ ହେବା ପରେ ସେ ଏଭଳି ଅନ୍ୟମନସ୍କ ହୋଇଛନ୍ତି । ଶଗରିଆ ଓ ବାହିନୀପତିଙ୍କ ମଧ୍ୟରେ ବିବାଦର ମୂଳମଂଜି କୁଆଡ଼େ ଠିକାଦାରି ବେପାର । ବେପାର ଓ ରାଜନୀତି ଉଭୟରେ ଶଗରିଆ ଏକଚାଟିଆ ହେବାକୁ ମନ । ଯାହାକି ବାହିନୀପତିଙ୍କୁ ସହ୍ୟ ହେଉନି । ସେମିତି ଦଳ ଭିତରେ ତାଙ୍କର ସବୁବେଳେ ଭିନ୍ନ ଗୋଠ । ପ୍ରସାଦ ହରିଚନ୍ଦନଙ୍କୁ ନିଜର କଲେନି । ଏବେ ନିରଞ୍ଜନ ପଟ୍ଟନାୟକଙ୍କୁ ବି ନିଜର କରିପାରିନାହାନ୍ତି । ସୁତରାଂ କଂଗ୍ରେସରେ ନିଜର ଭବିଷ୍ୟତ ତାଙ୍କୁ ସୁରକ୍ଷିତ ଲାଗୁନି ।
ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, କୁନ୍ଦୁଲି ଘଟଣା ପରଠାରୁ ଶଗରିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କରେ ଅଛନ୍ତି । ବିଜେଡ଼ି ସହ ଯୋଗସୂତ୍ର ବି ରଖିଛନ୍ତି । ବିଜେଡ଼ି ଟିକେଟରେ ଲଢ଼ିବାକୁ ସେ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ମିଳୁନି । ସେପଟେ ବିଜେପିଠାରୁ କୋରାପୁଟ ଟିକେଟ୍ ପ୍ରତିଶ୍ରୁତି ପକ୍କା ହୋଇଛି । ସାଙ୍ଗକୁ ତାଙ୍କ ବ୍ୟକ୍ତିଗତ କାରବାରର ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଠାରୁ ପ୍ରତିଶ୍ରୁତି ବି ପାଇଛନ୍ତି । ସୁତରାଂ ତାଙ୍କର ବିଜେପିରେ ଯୋଗଦେବା ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି ବୋଲି ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏହି ନେତା କହିଛନ୍ତି । ଯଦି କୌଣସି କାରଣରୁ ତାହା ନହୁଏ, ତେବେ ବିଜେପି ସମର୍ଥନରେ ଶଗରିଆ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି ।
ତେବେ ଅନ୍ୟ ଦଳରେ ଯୋଗଦେବାର ସମ୍ଭାବନାକୁ ଶଗରିଆ ଆଜି ଅସ୍ୱୀକାର କରିଛନ୍ତି । ତାଙ୍କ ବିରୋଧରେ ହେଉଥିବା ପ୍ରଚାରକୁ ମଧ୍ୟ ଖଣ୍ଡନ କରିଛନ୍ତି । ତେବେ ସେ ଯାହା ହେଉ, ପ୍ରଥମ ପର୍ଯ୍ୟାୟରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଉ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗକୁ ବାହାନା କରିଛନ୍ତି । କୁନ୍ଦୁଲି ଘଟଣାର ବର୍ଷେ ପରେ ନିଜ ବିବେକର ଦ୍ୱାହି ଦେଇଛନ୍ତି । ଦଳିତ ଓ ଅନୁସୂଚିତ ବର୍ଗ ପ୍ରତି କଂଗ୍ରେସ ଦଳର ଅବହେଳାକୁ ସେ ପରୋକ୍ଷରେ ଇଙ୍ଗିତ କରିଥିବାରୁ ଆଗକୁ କଂଗ୍ରେସ ଦଳ ଉପରେ ଦୋଷ ଲଦି ପୂରା ଖସିଯିବାର ବାଟ ରଖିଛନ୍ତି ବୋଲି କୁହାଯାଉଛି ।
Previous Post

ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା

Next Post

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?

Next Post
ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?

ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ: ରୋଗ କ’ଣ ବିପିଏଲ କାର୍ଡ ଦେଖିକି ଆସେ?

Comments 1

  1. Pradeep says:
    7 years ago

    He will not go to bjp. He is an Ambedkirite .

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA