Thursday, June 25, 2026 10:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ନିଆଁ: ଧର୍ମେନ୍ଦ୍ରଙ୍କ ବିରୋଧରେ ତେଜିଲା ବିଦ୍ରୋହ

by Our Correspondent
17 Jan, 2019- 01:19 PM
in Latest News, News, Politics
1 min read
0
ବିଜେପିରେ ନିଆଁ: ଧର୍ମେନ୍ଦ୍ରଙ୍କ ବିରୋଧରେ ତେଜିଲା ବିଦ୍ରୋହ

ଭୁବନେଶ୍ୱର: ବିଜେପିରେ ନୂଆ-ପୁରୁଣା ବିବାଦ ଗୁମୁରୁ ଥିଲା । ନିର୍ବାଚନ ଦିନ ପାଖେଇ ଆସିବା ବେଳକୁ ଏଥିରେ ନିଆଁ ଲାଗିବା ଆରମ୍ଭ କରିଛି । ନୂଆ-ପୁରୁଣା ବିବାଦର ସ୍ରଷ୍ଟା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଗଡ଼ ଅନୁଗୁଳରେ ହିଁ ଏହା ବିସ୍ଫୋରକ ରୂପ ନେଇଛି । ଅଖଣ୍ଡ କ୍ଷମତାଶାଳୀ ତଥା ରାଜ୍ୟ ବିଜେପିର ସର୍ବେସର୍ବା ଧର୍ମେନ୍ଦ୍ରଙ୍କୁ ତାଙ୍କ ଗଡ଼ର ଜଣେ ନେତା ନାଲିଆଖି ଦେଖାଇଛନ୍ତି । ‘ପାର୍ଟି କ’ଣ ତମ ପୈତୃକ ସମ୍ପତ୍ତି’ ବୋଲି ଧର୍ମେନ୍ଦ୍ରଙ୍କ ମୁହଁରେ ଜବାବ ଦେଇଛନ୍ତି । କେବଳ ଅନୁଗୁଳ ନୁହେଁ ଯାଜପୁର, ପଟ୍ଟାମୁଣ୍ଡାଇରେ ବି ଧର୍ମେନ୍ଦ୍ର ବିରୋଧୀ ଅଭିଯାନ ଜୋର୍ ହୋଇଛି । ଭୁବନେଶ୍ୱର ରାଜ୍ୟ ଅଫିସ ଆଗରେ ଯାଜପୁର ଜିଲ୍ଲା ବିଜେପି ନେତାମାନେ ଧାରଣାରେ ବସିଛନ୍ତି । ନୂଆ ଓ ଆମଦାନୀ ନେତାଙ୍କୁ ଧରି ଧର୍ମେନ୍ଦ୍ରଙ୍କ ରାଜନୀତିକୁ ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ଉପେକ୍ଷିତ ପୁରୁଣା ନେତା ।

ଗତକାଲି ଗୋଟିଏ ଦିନରେ ଧର୍ମେନ୍ଦ୍ର ଦୁଇ ଦୁଇଟି ଜାଗାରେ ବିରୋଧର ସମ୍ମୁଖୀନ ହୋଇଥିଲେ । ନିଜ ଗଡ଼ ଅନୁଗୁଳ ଜିଲ୍ଲାର ବଅଁରପାଳସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ଧର୍ମେନ୍ଦ୍ର । ସେଠାରୁ ଫେରି ହେଲିପ୍ୟାଡ୍ ରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାକାଳରେ ପ୍ରତାପ(ନିଲୁ) ପ୍ରଧାନଙ୍କୁ ଏଥର ଏମଏଲଏ ଟିକେଟ ଦିଆଯିବ ଏବଂ ତାଙ୍କୁ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ଧର୍ମେନ୍ଦ୍ର କହିଦେଇଥିଲେ । ଧର୍ମେନ୍ଦ୍ରଙ୍କ ମୁହଁରୁ ଏକଥା ଶୁଣି ନିଆଁ ହୋଇଯାଇଥିଲେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଦିଲ୍ଲୀପ ପ୍ରଧାନ । ଜିଲ୍ଲାର ଦଳୀୟ ନେତାଙ୍କ ସହ ଆଲୋଚନା ନ କରି ମନେ ମନେ କେମିତି ଏହି ନିଷ୍ପତ୍ତି ନେଲେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ ।
ତେବେ ଜଣେ ଜିଲ୍ଲା ନେତାଙ୍କଠାରୁ ଏଭଳି ଜବାବ ଆଶା କରି ନ ଥିବା ଧର୍ମେନ୍ଦ୍ର ରାଗି ପାଚି ଯାଇଥିଲେ । କହିଥିଲେ, ତୁମେ ଦଳରେ ବିଶୃଙ୍ଖଳା କରୁଛ । ମୋ ନିଷ୍ପତ୍ତିରେ ଯିଏ ଏକମତ ହେବନାହିଁ, ଦଳରୁ ବାହାରିଯାଉ । ଆଜି ସଂଧ୍ୟା ସୁଦ୍ଧା ତମେ ପାର୍ଟି ଛାଡ଼ି ଚାଲିଯାଅ ବୋଲି ଦିଲ୍ଲୀପଙ୍କୁ ଧମକାଇଥିଲେ । ତେବେ ଦିଲ୍ଲୀପ ଡରି ନ ଯାଇ ଓଲଟି ଧର୍ମେନ୍ଦ୍ରଙ୍କୁ ନାଲି ଆଖି ଦେଖାଇଥିଲେ । ତମେ କିଏ? ପାର୍ଟି କ’ଣ ତମ ପୈତୃକ ସମ୍ପତ୍ତି ? ତମ କଥାରେ ଆମେ କ’ଣ ପାର୍ଟି ଛାଡ଼ିଦେବୁ କହି ଜୋର୍ ଚିଲ୍ଲାଇଥିଲେ । ଏଭଳି ଜବାବ ଆଶା କରି ନ ଥିବା ଧର୍ମେନ୍ଦ୍ରଙ୍କୁ ଏହା ଭୀଷଣ ଅପମାନିତ କରିଥିଲା । ରାଗ ତମ ତମ ହୋଇ ହେଲିକପ୍ଟରକୁ ପଳାଇ ଯାଇଥିଲେ ।
ସୂଚନାଯୋଗ୍ୟ, କଂଗ୍ରେସରେ ଥିବା ନିଲୁ ପ୍ରଧାନ ଗତ ଏପ୍ରିଲ୍ ମାସରେ ବିଜେପିରେ ମିଶିଛନ୍ତି । ବିଜେପିକୁ ଆସୁ ଆସୁ ଧର୍ମେନ୍ଦ୍ରଙ୍କ ଖୁବ୍ ନିକଟତ୍ତର ହୋଇଛନ୍ତି । ଦଳରେ ନବାଗତ ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ବଳରେ ସେ ଦଳର ପୁରୁଖା ନେତାମାନଙ୍କୁ କୁଆଡ଼େ ପାଣି ପିଆଉଛନ୍ତି । ଦଳରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ନେତାମାନେ ଏଥିଯୋଗୁଁ ଧର୍ମେନ୍ଦ୍ରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ‘ମିଡ଼ଡ଼େ ଓଡ଼ିଶା’ କୁ ଦିଲ୍ଲୀପ ପ୍ରଧାନ କହିଛନ୍ତି, ଧର୍ମେନ୍ଦ୍ର ଏବେ ଏକଛତ୍ରବାଦ ଚଳାଇଛନ୍ତି । ଦଳ ପାଇଁ ରକ୍ତ ଦେଇଥିବା ପୁରୁଖା ନେତାମାନଙ୍କୁ ଅଣଦେଖା କରି ଚାଲିଛନ୍ତି । ଆମେ ତାଙ୍କୁ ବିରୋଧ କରୁନୁ । ମାତ୍ର ତାଙ୍କ ନିଷ୍ପତ୍ତିକୁ ଆମେ ମାନିପାରିବୁ ନାହିଁ । ସମସ୍ତଙ୍କୁ ନେଇ ନ ଚାଲିଲେ ଦଳର ଅସ୍ତିତ୍ୱ ହଜିଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଧର୍ମେନ୍ଦ୍ରଙ୍କ ସାମନାରେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବି ନୂଆ-ପୁରୁଣା ବିବାଦ ଉଗ୍ର ମୋଡ଼ ନେଇଥିଲା । ଧର୍ମେନ୍ଦ୍ର ସେଠାକୁ ଯାଇଥିବା ବେଳେ ନୂଆ-ପୁରୁଣା ନେତା ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇ ପରିସ୍ଥିତି ଭୟଙ୍କର ହୋଇଥିଲା ।
ଯାଜପୁର ଜିଲ୍ଲାରେ ନୂଆ-ପୁରୁଣା ବିବାଦ ଜଟିଳ ମୋଡ଼ ନେଇଛି । ପୁରୁଣା ନେତାଙ୍କୁ କୋଣଠେସା କରି ଆମଦାନୀ ନେତାଙ୍କୁ ଗୁରୁତ୍ୱ ଦିଆଯାଉଥିବାରୁ ବହୁ ଦିନରୁ ବିବାଦ ଚାଲିଛି । ଜିଲ୍ଲାରେ ବିଜେପି ଦୁଇଭାଗ ହୋଇ ରହିଛି । ବଡ଼ଚଣାରେ ଏହା ଅଧିକ ଜଟିଳ ହୋଇଛି । ଗତକାଲିଠାରୁ ବିବାଦ ଭୁବନେଶ୍ୱର ଚାଲି ଆସିଛି । ବିଜେପି ପାର୍ଟି ଅଫିସ ଆଗରେ ଅହୋରାତ୍ର ଧାରଣା ଦେଖିବାକୁ ମିଳିଛି । ଜିଲ୍ଲାରେ ନିର୍ବାଚିତ ହୋଇଥିବା ୨୯ ଜଣ ମଣ୍ଡଳ ସଭାପତିଙ୍କୁ ଅଗଣତାନ୍ତ୍ରିକ ଭାବେ ବିଦା କରିଦିଆଯାଇଥିବା ପ୍ରତିବାଦରେ ଦଳର ପୁରୁଣା ସଂଗଠକ ତଥା କର୍ମକର୍ତ୍ତାମାନେ ଏହି ଧାରଣାରେ ବସିଛନ୍ତି । ସେମାନଙ୍କର ମୁଖ୍ୟ ଟାର୍ଗେଟ୍ ରହିଛନ୍ତି ଧର୍ମେନ୍ଦ୍ର । ନ୍ୟାୟ ନ ମିଳିଲା ଯାଏଁ ସେମାନେ ଧାରଣାରେ ବସିବେ ଏବଂ ଆତ୍ମାହୂତି ଭଳି ଚରମ ପଦକ୍ଷେପ ନେବେ ବୋଲି ଧମକ ଦେଇଛନ୍ତି ।
ବିଜେପିର ଏହି ନୂଆ-ପୁରୁଣା ସବୁ ଜିଲ୍ଲାରେ ଜଟିଳ ରୂପ ନେଉଥିବା ଖବର ମିଳିଛି । ଆଗକୁ ନିର୍ବାଚନ ଥିବାରୁ ଟିକେଟ ଆଶାୟୀମାନେ ତତ୍ପର ହୋଇଛନ୍ତି । ଦୁଇ ଗୋଷ୍ଠୀ ଛକାପଂଝା ଅବସ୍ଥାକୁ ଆସିଛନ୍ତି । ଏଭଳି ସ୍ଥିତି ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଗୋଷ୍ଠୀର ଚିନ୍ତା ବଢ଼ାଇ ଦେଇଛି ।
Previous Post

କ୍ରିଷନ୍ କୁମାର ବିଏମସି ପ୍ରଶାସକ

Next Post

କଂଗ୍ରେସରୁ ଯୋଗେଶ ସସପେଣ୍ଡ୍, ବିଧାୟକ ପଦ ଛାଡ଼ିବାକୁ ଘୋଷଣା

Next Post
କଂଗ୍ରେସରୁ ଯୋଗେଶ ସସପେଣ୍ଡ୍, ବିଧାୟକ ପଦ ଛାଡ଼ିବାକୁ ଘୋଷଣା

କଂଗ୍ରେସରୁ ଯୋଗେଶ ସସପେଣ୍ଡ୍, ବିଧାୟକ ପଦ ଛାଡ଼ିବାକୁ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA