Monday, July 27, 2026 03:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ଲଢ଼ାଲଢ଼ି: ବିଜୟଙ୍କ ଉପରେ ଦୁର୍ଯୋଧନ ଚୋଟ

by Our Correspondent
22 Dec, 2017- 05:01 PM
in Latest News, Politics
1 min read
0
ବିଜେପି ଲଢ଼ାଲଢ଼ି: ବିଜୟଙ୍କ ଉପରେ ଦୁର୍ଯୋଧନ ଚୋଟ
ଭୁବନେଶ୍ୱର: ଶେଷରେ ବିଜୟ ମହାପାତ୍ରଙ୍କ ଉପରେ ପଡ଼ିଛି ଚୋଟ । ହାତରେ ନମାରି ତାଙ୍କୁ ଭାତରେ ମରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖଲୋକ ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯୋଧନ ସାହୁ ଆଜି ବିଜୟଙ୍କୁ ଜିଲ୍ଲା ବିଜେପି କମିଟି ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କୃତ କରିଛନ୍ତି । ଏଥିସହ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ହାଇକମାଣ୍ଡଙ୍କୁ ସୁପାରିଶ କରିଛନ୍ତି । ଗତକାଲି ଗରଦପୁର ଗଣ୍ଡଗୋଳ ଘଟଣାରେ ବିଜୟଙ୍କୁ ମୁଖ୍ୟ ଆସାମୀ ଦର୍ଶାଇଛନ୍ତି ଦୁର୍ଯୋଧନ । ଏହାର ଜବାବରେ ବିଜୟ ମହାପାତ୍ର ବିଜେପି ବିରୋଧରେ ବିଷ ଓଗାଳିଛନ୍ତି । ଯୋଜନାବଦ୍ଧ ଭାବେ ତାଙ୍କୁ ଦଳରୁ ବାହାର କରିବାକୁ ଷଡ଼ଯନ୍ତ୍ର ହୋଇଛି ଏବଂ ରାଜ୍ୟସ୍ତରୀୟ ନେତା ହିଁ ଏହି ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଲୋକଙ୍କ ସ୍ୱାର୍ଥ କଥା ଭୁଲି ବିଜେପି ମିଛ ଓ ଅପପ୍ରଚାରରେ ମାତିଛି ବୋଲି ସେ ପାଲଟା ଆକ୍ରମଣ କରିଛନ୍ତି । ବିଜୟ କାହାର ନାଁ ନେଇ ନ ଥିଲେ ମଧ୍ୟ ସମ୍ଭବତଃ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲକ୍ଷ୍ୟ କରିଛନ୍ତି ।
ଗତକାଲି ଗରଦପୁରର ସିହିଂପୁରରେ ଆୟୋଜିତ ବିଜେପି ମିଶ୍ରଣ ପର୍ବ ଭଣ୍ଡୁର ହୋଇଯାଇଥିଲା । ଉକ୍ରଳ କେଶରୀ(ଟୁଲୁ) ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି ପର୍ବକୁ ଭଣ୍ଡୁର କରିଥିଲେ ବିଜୟ ମହାପାତ୍ରଙ୍କ ସମର୍ଥକ । ବିଜୟଙ୍କ ସମେତ ତାଙ୍କ ସମର୍ଥିତ ପ୍ରାୟ ଅଧଡର୍ଜନ ବିଜେପି ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଡକାଯାଇ ନ ଥିବାରୁ ସେମାନେ ଉତକ୍ଷିପ୍ତ ହୋଇ ଛିନଛତ୍ର କରିଥିଲେ । ମିଶ୍ରଣ ପର୍ବର ରାଲି ଉପରକୁ ମାଡ଼ିଯାଇ ଟୁଲୁ ପରିଡ଼ାଙ୍କ ସମର୍ଥକଙ୍କୁ ଯନ୍ତି ପକାଇଥିଲେ । ମିଶ୍ରଣ ପର୍ବ ସ୍ଥଳର ଷ୍ଟେଜ୍ ଭଙ୍ଗାରୁଜା କରିଥିଲେ । ଏହା ସେମାନଙ୍କ ଟ୍ରେଲର ସୋ ବୋଲି ମଧ୍ୟ ଚେତାଇ ଦେଇଥିଲେ । ଘଟଣାଟି ବିଜେପିର ଆଭ୍ୟନ୍ତରୀଣ କଳିକୁ ଦାଣ୍ଡରେ ପକାଇଥିଲା ବେଳେ ଆଜି ନିର୍ଣ୍ଣାୟକ ମୋଡ଼ ମୁହାଁଇଛି । ବିଜୟ ମହାପାତ୍ରଙ୍କ ଉପରେ ଜିଲ୍ଲା ବିଜେପି ସଭାପତି ଚୋଟ ପକାଇଛନ୍ତି । କେନ୍ଦ୍ରାପଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ସେ ବିଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ବିଜୟ ଏ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ବେଳେ ଭୁବନେଶ୍ୱରରେ ଦଳ ତାଙ୍କୁ ଘେରିବାକୁ ଆରମ୍ଭ କରିଛି । ବିଜୟ ମହାପାତ୍ର ନିଜ ଆଡୁ ଦଳ ଛାଡ଼ିଦେବାକୁ ଉପସଭାପତି ସମୀର ମହାନ୍ତି ପରୋକ୍ଷରେ ଆହ୍ୱାନ ଦେଇଛନ୍ତି । ଗତକାଲି ଗରଦପୁର ଘଟଣା ଏବଂ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଥା ବିଚାର କରାଯାଉଛି ବୋଲି ସମୀର କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ବିଜୟ ମହାପାତ୍ର ବିଜେପିରୁ କେବେଠୁଁ ଅଲୋଡ଼ା ହୋଇସାରିଲେଣି । ରାଜ୍ୟରେ ବିଜେପି ମଙ୍ଗୁଆଳ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଯତିମତି ପଡୁ ନ ଥିବାରୁ ସେ ଦଳରେ ନିର୍ବାସନ ଦଣ୍ଡ ଭୋଗୁଛନ୍ତି । ରାଜ୍ୟଠାରୁ ଜିଲ୍ଲା ପର୍ଯ୍ୟନ୍ତ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାଯାଉନାହିଁ । ଧର୍ମେନ୍ଦ୍ରଙ୍କ ରାଡାରରେ ଥିବା ବିଜୟ ନିକଟରେ ମହାନଦୀ ଟ୍ରିବ୍ୟୁନାଲ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନିଜ ପାଇଁ ଅଧିକ ସମସ୍ୟା ଡାକି ଆଣିଛନ୍ତି । ତାଙ୍କୁ ଦଳରୁ ବାହାର କରିବାକୁ ରୀତିମତ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ବିଜୟ ନିଜ ଆଡୁ ଦଳ ଛାଡ଼ିଦେବାକୁ ପରିସ୍ଥିତି ସୃଷ୍ଟି କରାଯାଉଥିଲେ ହେଁ ବିଜୟ କିନ୍ତୁ ନଛୋଡ଼ବନ୍ଧା । ଦଳ ତାଙ୍କୁ ବହିଷ୍କାର କରୁ ବୋଲି ଓଲଟି ଚାଲେଂଜ ଛିଡ଼ା କରାଇଛନ୍ତି । ଏହାପଛରେ କି ରାଜନୀତି ତାହା ବିଜୟଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁନି ।
ତେବେ ଦିନ ଗଡ଼ିବା ସହ ଦଳରେ ବିଜୟଙ୍କ ଉପସ୍ଥିତି ତାଙ୍କ ବିରୋଧୀଙ୍କୁ ଅସହ୍ୟ ହୋଇଛି । ଏଭଳି ବେଳେ ଗରଦପୁର ଘଟଣା ସେହି ଅସହ୍ୟତାର ଧୂଆଁରେ ନିଆଁ ଲଗାଇଦେଇଛି । କୁହାଯାଉଛି, ଗରଦପୁର ମିଶ୍ରଣ ପର୍ବରେ ବିଜୟଙ୍କୁ ଅପମାନିତ ଏବଂ ତାଙ୍କ ସମର୍ଥକଙ୍କୁ ନିରାଶ କରିବାକୁ ବିଧିବଦ୍ଧ ଯୋଜନା ହୋଇଥିଲା । ବିଜୟଙ୍କୁ ଦଳରୁ ତଡ଼ିବା ପାଇଁ ଗଣ୍ଡଗୋଳ ଭଳି ଏକ ମୌକାକୁ ଅପେକ୍ଷା କରାଯାଇଥିଲା । ଆଉ ତାହା ସଫଳ ବି ହୋଇଛି । ମିଶ୍ରଣ ପର୍ବ ଭଣ୍ଡୁର ଓ ଗଣ୍ଡଗୋଳକୁ ଆଳ କରି ଏବେ ବିଜୟଙ୍କ ଉପରେ ଖଣ୍ଡା ବୁଲିଛି । ଶେଷରେ ତାଙ୍କ ଜିଲ୍ଲା ସଭାପତି ତାଙ୍କୁ ବହିଷ୍କୃତ କରିଛନ୍ତି ।
ସେ ଯାହା ହେଉ, ବିଜେପିରେ ବିଜୟଙ୍କ ଭବିଷ୍ୟତ ଏବେ ଅନ୍ଧାର ହୋଇଯାଇଛି । ମାତ୍ର ତାଙ୍କ ଜିଲ୍ଲା କେନ୍ଦ୍ରାପଡ଼ାରେ ବିଜେପି ଭବିଷ୍ୟତ କ’ଣ ହେବ ତାହା ଏବେ ପ୍ରଶ୍ନ । ବିଜୟ ମହାପାତ୍ରଙ୍କ ଦଳରୁ ଆଉଟ୍ କରିଦେଲେ ଯେ ବିଜେପି କଣ୍ଟା ସଫା ହୋଇଯିବ ତାହା ଭାବିବା ଭୁଲ୍ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଜିଲ୍ଲାରେ ବିଜୟଙ୍କର ପତିଆରା ଅଛି ଓ ରହିବ । ବିଜେପିରେ ଟୁଲୁ ପରିଡ଼ା ତାଙ୍କ ସମକକ୍ଷ ନେତା କେବେ ବି ହୋଇପାରିବେନି । ଖୋଦ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ହେପାଜତରେ ଜିଲ୍ଲାର ସଂଗଠନ ଥିବାରୁ ଆଗକୁ ସେ ବିଜୟଙ୍କ ଦୁର୍ଗକୁ କିଭଳି ଭେଦ କରିବେ ତାହା ଏବେ ଦେଖିବାର କଥା ।
Previous Post

ବିଜୟ ସମର୍ଥକଙ୍କ ଟ୍ରେଲର୍ ସୋ: ଟୁଲୁ ପରିଡ଼ା ଗୋଷ୍ଠୀଙ୍କୁ ଯନ୍ତିଲେ

Next Post

ତୁଣ୍ଡ ନେଲା ମୁଣ୍ଡ: ମନ୍ତ୍ରୀପଦରୁ ତଡ଼ାଖାଇଲେ ଦାମ

Next Post
ତୁଣ୍ଡ ନେଲା ମୁଣ୍ଡ: ମନ୍ତ୍ରୀପଦରୁ ତଡ଼ାଖାଇଲେ ଦାମ

ତୁଣ୍ଡ ନେଲା ମୁଣ୍ଡ: ମନ୍ତ୍ରୀପଦରୁ ତଡ଼ାଖାଇଲେ ଦାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA