Sunday, June 28, 2026 09:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୟ ସମର୍ଥକଙ୍କ ଟ୍ରେଲର୍ ସୋ: ଟୁଲୁ ପରିଡ଼ା ଗୋଷ୍ଠୀଙ୍କୁ ଯନ୍ତିଲେ

by Our Correspondent
21 Dec, 2017- 07:07 PM
in Latest News, Politics
1 min read
0
ବିଜୟ ସମର୍ଥକଙ୍କ ଟ୍ରେଲର୍ ସୋ: ଟୁଲୁ ପରିଡ଼ା ଗୋଷ୍ଠୀଙ୍କୁ ଯନ୍ତିଲେ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁରଠାରେ ଆଜି ବିଜୟ ମହାପାତ୍ରଙ୍କ ସମର୍ଥକ ତାଙ୍କର ଶକ୍ତି ଦେଖାଇଛନ୍ତି । ବିଜୟଙ୍କୁ ଉପେକ୍ଷିତ କରୁଥିବା ବିଜେପି ବାଲାଙ୍କୁ ତଳେ ଯନ୍ତି ନିର୍ଦ୍ଧୁମ୍ ପିଟିଛନ୍ତି । ଉକ୍ରଳ କେଶରୀ(ଟୁଲୁ) ପରିଡ଼ା ମାଡ଼ ଭୟରେ ଲୁଚିଯିବାରୁ ବିଜୟ ସମର୍ଥକଙ୍କ ହାବୁଡ଼ରୁ ବର୍ତ୍ତି ଯାଇଛନ୍ତି । ବିଜୟ ସମର୍ଥକଙ୍କ ଏହି ଟ୍ରେଲର ସୋ ସିହିଂପୁରରେ ଆୟୋଜିତ ବିଜେପି ମିଶ୍ରଣ ପର୍ବକୁ ଧୂଳିସାତ୍ କରିଦେଇଛି ।
କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଟୁଲୁ ପରିଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତଧରି କିଛି ମାସ ତଳେ ବିଜେପିରେ ମିଶିଛନ୍ତି । ସେଥିପାଇଁ ଜିଲ୍ଲାର ବିଜେପି ପରିଚୟ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ପଚରା ବି ଯାଇ ନ ଥିଲା । ସେବେଠାରୁ ବିଜୟଙ୍କୁ ଅଲୋଡ଼ା କରି ଦଳୀୟ ନେତୃବୃନ୍ଦ ଟୁଲୁ ପରିଡ଼ାଙ୍କୁ ମୁଣ୍ଡରେ ବସାଇଛନ୍ତି । ଆଜି ଗରଦପୁର ବ୍ଲକ୍ ର ସିହିଂପୁରଠାରେ ଟୁଲୁ ପରିଡ଼ାଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ମାତ୍ର ସେଠାକୁ ବିଜୟ ମହାପାତ୍ର ଏବଂ ତାଙ୍କ ଗୋଷ୍ଠୀ କାହାରିକୁ ଆମନ୍ତ୍ରଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଟୁଲୁ ପରିଡ଼ାଙ୍କ ସମର୍ଥକମାନେ ଭୁବନ ଜେନା ଓରଫ୍ ନଣ୍ଡାଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରାରେ ମିଶ୍ରଣ ପର୍ବ ଆୟୋଜନସ୍ଥଳକୁ ଆସୁଥିବା ବେଳେ ସିହିଂପୁର ପୂର୍ବରୁ ସେମାନଙ୍କୁ ଅଟକାଇଥିଲେ ବିଜୟଙ୍କ ସମର୍ଥକ । ଆଗରେ ଆସୁଥିବା ପ୍ରଚାରଗାଡ଼ିକୁ ଭଙ୍ଗାରୁଜା କରି ଛଡ଼ାଇ ଆଣିଥିଲେ ଏବଂ ବିଜୟ ମହାପାତ୍ର ଜିନ୍ଦାବାଦ, ଟୁଲୁ ପରିଡ଼ା ମୁର୍ଦ୍ଦାବାଦ ଧ୍ୱନି ଦେଇ ହଲାପଟା କରିଥିଲେ । ଶୋଭାଯାତ୍ରାକାରୀଙ୍କୁ ବିଜୟ ସମର୍ଥକମାନେ ସେଠୁଁ ଗୋଡ଼େଇ ଗୋଡ଼େଇ ପିଟିବା ଆରମ୍ଭ କରିଥିଲେ । ବିଜୟ ସମର୍ଥକଙ୍କ ମାଡ଼ରେ ଟୁଲୁ ପରିଡ଼ା ସମର୍ଥକ ଛତ୍ରଭଙ୍ଗ ଦେଇ ପଛକୁ ଫେରିଯାଇଥିଲେ । ଏପଟେ ଉତକ୍ଷିପ୍ତ ବିଜୟ ସମର୍ଥକମାନେ ମିଶ୍ରଣ ପର୍ବ ପାଇଁ ଆୟୋଜିତ ମଞ୍ଚକୁ ଭଙ୍ଗାରୁଜା କରିବା ସହ ଟେଣ୍ଟଞ୍ଚର କନାପଟା, ପୋଷ୍ଟର ଚିରି ପକାଇଥିଲେ । ଚେୟାରଗୁଡ଼ିକୁ ପେଣ୍ଡୁ ପରି ଆକାଶକୁ ଫିଙ୍ଗିଥିଲେ ।
ବିଜୟ ସମର୍ଥକଙ୍କ ମାଡ଼ ଖବର ପାଇ ପଛରେ ଆସୁଥିବା ଖୋଦ୍ ଟୁଲୁ ପରିଡ଼ା ଚମ୍ପଟ୍ ମାରିଥିଲେ । ପରିସ୍ଥିତି ଅଣାୟତ୍ତ ହେବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସମ୍ଭଳା ପଡ଼ିଯାଇଥିଲା । ଏଭଳିସ୍ଥିତିରେ ମିଶ୍ରଣ ପର୍ବ ଆଉ ସମ୍ଭବ ହେଲାନି । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଜେପିର ଏହି ଅନ୍ତଃକନ୍ଦଳ ଦଳକୁ ଭୀଷଣ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଏ ସମ୍ପର୍କରେ ଟୁଲୁ ପରିଡ଼ାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ବିଜୟ ସମର୍ଥକମାନେ ପ୍ରତିହିଂସାପରାୟଣ ହୋଇପଡ଼ିଛନ୍ତି । ବିଜୟଙ୍କୁ ଛାଡ଼ି ଆଗକୁ ବିଜେପିର କୌଣସି କାର୍ଯ୍ୟକ୍ରମ କରାଇ ଦିଆଯିବନି ବୋଲି ସେମାନେ ଧମକ ଦେଇଛନ୍ତି ।
Previous Post

ଭିଭିଆଇପି ବକ୍ସରେ ଶୁଭଙ୍କର: ପାସ୍ ଦେଲା କିଏ, ଗଲେ କେମିତି ?

Next Post

ବିଜେପି ଲଢ଼ାଲଢ଼ି: ବିଜୟଙ୍କ ଉପରେ ଦୁର୍ଯୋଧନ ଚୋଟ

Next Post
ବିଜେପି ଲଢ଼ାଲଢ଼ି: ବିଜୟଙ୍କ ଉପରେ ଦୁର୍ଯୋଧନ ଚୋଟ

ବିଜେପି ଲଢ଼ାଲଢ଼ି: ବିଜୟଙ୍କ ଉପରେ ଦୁର୍ଯୋଧନ ଚୋଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA