Friday, April 17, 2026 12:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜେଡ଼ିକୁ ବାଉଳା ରୋଗ

by Our Correspondent
20 Apr, 2016- 07:43 PM
in News
1 min read
0
ବିଜେଡ଼ିକୁ ବାଉଳା ରୋଗ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗଣମାଧ୍ୟମରେ କେହି ନକରାତ୍ମକ ବୟାନବାଜି କରିବାକୁ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନେତା, କର୍ମକର୍ତ୍ତା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ଦେଇଥିବା ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବୟାନବାଜି କରିଛନ୍ତି । ଅବଶ୍ୟ ତାଙ୍କ ବୟାନ ଉପରେ ତୃତୀୟ ମହଲାର ମୋହର ବାଜିଛି । ଆଉ ମୁଖପାତ୍ରଙ୍କ ମନ୍ତବ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କୁ କ୍ଷୁବ୍ଧ କରିଛି । ବିବାଦକୁ ଥମେଇବା ପରିବର୍ତ୍ତେ ଅଧିକ ଜଟିଳ କରିଛି ।

ଗତକାଲି କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ତାଗିଦ୍‌ ଖବର ଟିଭିର ବ୍ରେକିଂ ଖବର ପାଲଟିଥିବା ବେଳେ ଖବରର ବାସ୍ତବତାର ଥଳକୂଳ ନ ଥିଲା । ବରଂ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ଅସ୍ୱୀକାର କରିଥିଲେ । ଜଣେ ପାୱରଫୁଲ୍‌ ଯୁବମନ୍ତ୍ରୀ ଗୋପନରେ ଏଭଳି ଖବର ଗଣମାଧ୍ୟମକୁ ଛାଡ଼ିଥିବା ଜଣାପଡ଼ିଥିଲା । ସକାଳର ସବୁ ଖବରକାଗଜରେ ବି କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ଖବର ହେଡ଼ଲାଇନ୍‌ ପାଲଟିଥିଲା । ତେବେ ପ୍ରଚାରିତ ଏହି ଖବରକୁ ନେଇ ଖୋଦ୍‌ ମନ୍ତ୍ରୀଙ୍କ ଭିତରେ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ସାମ୍ବାଦିକମାନେ ବି ନିଜେ ଦ୍ୱନ୍ଦରେ ପଡ଼ିଥିଲେ ଲୋକଙ୍କୁ ସେମାନେ ଯାହା ଜଣାଇଛନ୍ତି ତାହା ଠିକ୍‌ ନା ଭୁଲ୍‌? ଏଭଳି ଅବସ୍ଥାରେ ଆଜି ସଚିବାଳୟରେ ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌ ଖବର ମିଛ ବୋଲି ପୁଣି ଦୋହରାଇଥିଲେ । ଖାଲି ସେତିକି ନୁହେଁ, ଏଭଳି ଖବରକୁ ନେଇ ଟିଭିରେ ମୁହଁ ଦେଖାଇଥିବା ନେତାଙ୍କୁ ବହେ ବକିଥିଲେ । ସେମାନଙ୍କୁ ସଇତାନ କହିବାକୁ ବି ଦାମ ପଛାଇ ନ ଥିଲେ ।

ବିବାଦ ସାଂଘାତିକ ରୂପ ନେଉଥିଲା ବେଳେ ଦଳର ମୁଖ୍ୟ ମୁଖପାତ୍ର ବୋଲାଉଥିବା ପ୍ରତାପ ଦେବ, ପ୍ରତାପ ଜେନା ଓ ସମୀର ଦାଶ ଯାଇଥିଲେ ତୃତୀୟ ମହଲା । କାହାକୁ ଭେଟିଲେ ଜଣାନାହିଁ । ମାତ୍ର ଫେରିଲା ପରେ କ୍ୟାମେରା ଆଗରେ ଛାତି ଫୁଲାଇ ପ୍ରତାପ ଦେବ କହିଥିଲେ, ହଁ ମୁଖ୍ୟମନ୍ତ୍ରୀ ଦଳର ସବୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନକରାତ୍ମକ ବୟାନରୁ କ୍ଷାନ୍ତ ରହିବା ପାଇଁ । ନିଜ ବିଭାଗ ଛଡ଼ା ଅନ୍ୟ ବିଷୟରେ ହାଇକମାଣ୍ଡଙ୍କ ବିନା ପରାମର୍ଶରେ କେହି କିଛି କହିପାରିବେ ନାହିଁ । ଏଭଳି କହି ପ୍ରତାପ ଦେବ ସୂଚେଇ ଦେଇଥିଲେ ଯେ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶ ସେଠାରେ ଉପସ୍ଥିତ ଦାମବାବୁ ଜାଣିପାରିନାହାନ୍ତି ।
ତେବେ ପ୍ରତାପ ଦେବଙ୍କ ମନ୍ତବ୍ୟ ରାଜନୀତିରେ ରୁଚି ରଖୁଥିବା ସାଧାରଣ ଲୋକଙ୍କୁ ବି ବିସ୍ମିତ କରିଛି । ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଯଦି କିଛି ପରାମର୍ଶ ଦେବାର ଥିଲା ତେବେ କ୍ୟାବିନେଟ୍‌ ବୈଠକ କ’ଣ ଫୋରମ୍‌? କ୍ୟାବିନେଟ୍‌ ବୈଠକରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ହୁଏ । ସେଠାରେ ଦଳୀୟ ପ୍ରସଙ୍ଗରେ ଆଲୋଚନା ହେବାର ବିଧି କି ସୁଯୋଗ ନାହିଁ । ହଁ ମୁଖ୍ୟମନ୍ତ୍ରୀ ଯଦି କଥାଛଳରେ ମନ୍ତ୍ରୀମାନଙ୍କୁ କିଛି କହିଥାଇପାରନ୍ତି । କେବେ ସେ ଦଳୀୟ ନେତା କି କର୍ମକର୍ତ୍ତାଙ୍କ ଉଦ୍ୟେଶରେ କିଛି ପରାମର୍ଶ ବା ତାଗିଦ୍‌ କରିବା ବିଲକୁଲ୍‌ ଗ୍ରହଣୀୟ ନୁହେଁ । ମାତ୍ର ଦଳର ୩ ମୁଖିଆ ମୁଖପାତ୍ର ତୃତୀୟ ମହଲା ସହ ମନ୍ତ୍ରଣା କଲା ପରେ ଅଫିସିଆଲି ଯାହା କହୁଛନ୍ତି ତାହା ନିଶ୍ଚିତ ଭାବେ ବିବାଦକୁ ଜଟିଳ କରୁଛି ପଛେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇନି । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଦଳୀୟ ଫୋରମ୍‌ ରେ ହିଁ ଏହି ଆଲୋଚନା କରିଥାନ୍ତେ ଏବଂ ମନ୍ତ୍ରୀ ଓ ନେତାମାନେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ତାଗିଦ୍‌ କରିଥାନ୍ତେ । ମାତ୍ର କ୍ୟାବିନେଟ୍‌ ବୈଠକରେ ଦଳର ସବୁ ନେତାଙ୍କ ଉଦ୍ୟେଶରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋକହସା କଥା ଛଡ଼ା କିଛି ନୁହେଁ ।

ଦଳ ଭିତରେ ସୃଷ୍ଟି ହୋଇଥିବା ସିନିୟର୍‌-ଜୁନିୟର୍‌ କଳିକୁ ଆୟତ୍ତକୁ ଆଣି ତାଳି ପକାଇବା ପାଇଁ ତୃତୀୟ ମହଲାରୁ ଏଭଳି ଉଦ୍ୟମ ହୋଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏଭଳି କୁହନ୍ତୁ କି ନ କହନ୍ତୁ ଅନ୍ତତଃ ଗଣମାଧ୍ୟମ ଜରିଆରେ ଏଭଳି ବାର୍ତ୍ତା ଦେଇ ନେତାଙ୍କୁ ନିୟନ୍ତ୍ରଣରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ଯୋଜନା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିମ୍ବା କ୍ୟାବିନେଟ୍‌ ଆଲୋଚନା ଉପରେ ସରକାରୀ ପ୍ରତିନିଧି ନ କହି ଦଳୀୟ ମୁଖପାତ୍ର କଥା କହିବା ଖୋଦ୍‌ ସରକାରଙ୍କୁ ଉପହାସରେ ପକାଇଛି ।

Previous Post

ଜେଲ୍‌ରୁ ମୁକୁଳିଲେ ବୃଦ୍ଧ ବାନାମ୍ବର

Next Post

ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

Next Post
ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA