Thursday, April 16, 2026 09:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

by Our Correspondent
24 Apr, 2016- 09:46 AM
in Politics
1 min read
0
ସଞ୍ଜୟଙ୍କୁ ମୁହଁ ବୁଲାଇଲେ ସାଥୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଇଁ ଏହି ଉକ୍ତିଟି ଏବେ ଅକ୍ଷରେ ଅକ୍ଷରେ ସତ ହୋଇଛି । ଯୁବ ବ୍ରିଗେଡ୍‌ ସହଯୋଗୀମାନେ ତାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ  ଯେଝା ବାଟରେ ଯେଝା । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ସେମାନେ ନିଜ ସୁରକ୍ଷାରେ ସଞ୍ଜୟଙ୍କଠାରୁ ଛତ୍ରଭଙ୍ଗ ଦେଇଛନ୍ତି । କିଏ ବୈଷ୍ଣୋଦେବୀ ଭ୍ରମଣରେ ମଉଜମସ୍ତି କରୁଛନ୍ତି ତ ଆଉ କିଏ ଦିଲ୍ଲୀରେ ବୁଲୁଛନ୍ତି । ନିଜ କର୍ମ ଓ ଭାଗ୍ୟକୁ ଆଦରି ଏକା ହୋଇଯାଇଛନ୍ତି ସଞ୍ଜୟ ।
ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇତିହାସ ପେଡ଼ି ଧରି ଘନ ଘନ ଆକ୍ରମଣ ଜାରି ରଖିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ଉପସଭାପତି ସମୀର ମହାନ୍ତି ସଞ୍ଜୟଙ୍କୁ ପ୍ରଶ୍ନବାଣରେ ଛନ୍ଦିଥିବା ବେଳେ ଲୁଲୁ ମହାପାତ୍ର ତାଙ୍କର ପୁରୁଣା ଫଟୋ ଧରି ଚିଟ୍‌ ଫଣ୍ଡ ସଂପୃକ୍ତିର ପୁଣି ଏକ ଖିଅ କାଢ଼ିଛନ୍ତି । ତେବେ ବିରୋଧୀଙ୍କ ପ୍ରଶ୍ନବାଣର ବିଜେଡ଼ି ତୁଣ୍ଡ ଚିରାଚରିତ ଜବାବ ଦେଇ କାମ ଚଳେଇ ଦେଉଛନ୍ତି । ସଞ୍ଜୟଙ୍କ ସପକ୍ଷରେ କିମ୍ବା ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାରେ ଦଳୀୟ ମୁଖପାତ୍ରମାନଙ୍କ ମୁହଁରେ ଏବଂ କଥାରେ ଆକ୍ରମଣାତ୍ମକ ଢ଼ଙ୍ଗ ନାହିଁ । ଯୁବ ମୁଖପାତ୍ରମାନେ କ୍ୟାମେରା ଆଗରେ ଦଳକୁ ବଞ୍ଚାଇ କହୁଥିଲେ ମଧ୍ୟ କ୍ୟାମେରା ବାହାରେ ସାମ୍ବାଦିକମାନଙ୍କୁ ଓଲଟି ସଞ୍ଜୟଙ୍କ ବିରୋଧରେ ଉସକାଉଛନ୍ତି । ମନ୍ତ୍ରୀ ପଗଡି ପିନ୍ଧି ବସିଥିବା ନିମାପଡ଼ା ବିଧାୟକ ତଥା ବିଜେଡ଼ିର କୁହାଳିଆ ମୁଖପାତ୍ର ସମୀର ଦାଶ ଏ କ୍ଷେତ୍ରରେ ସମସ୍ତଙ୍କଠାରୁ ଆଗରେ । ସଞ୍ଜୟ ଖସିଲେ ଚୌକି ପାଇବାର ଆକାଂକ୍ଷାରେ ସେ ମସଗୁଲ୍‌ । ମୁଖପାତ୍ର ପ୍ୟାନେଲର୍‌ ହାରୁ ବିଧାୟକ ପ୍ରତାପ ଦେବ ଓ ବିଧାୟକ ପ୍ରତାପ ଜେନାଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା । ଜାତିଭାଇ ସଞ୍ଜୟଙ୍କ ପ୍ରତିପତ୍ତି ଓ କ୍ଷମତାରେ ସେମାନେ ଇର୍ଷାନ୍ୱିତ । ତେଣୁ ସଞ୍ଜୟଙ୍କ ସପକ୍ଷରେ ସେମାନଙ୍କଠାରୁ ଆନ୍ତରିକତା ଆଶା କରା ନ ଯିବା ସ୍ୱାଭାବିକ ।
ସବୁଠାରୁ ବଡ଼କଥା, ପାଜେରୋର ତତଲା କରେଇରେ ସଞ୍ଜୟ ଦରମରା ହେଉଥିଲା ବେଳେ ଜିଗିରି ଦୋସ୍ତ ମନ୍ତ୍ରୀ ଅରୁଣ ସାହୁ ନିଜ ସହଚରଙ୍କୁ ଧରି ବୈଷ୍ଣୋବଦେବୀର ମଉଜମସ୍ତି କରିବା ବିଜେଡ଼ି ଯୁବ ମହଲକୁ ଆଚମ୍ବିତ କରିଛି । ସଞ୍ଜୟଙ୍କ ବିପଦ ବେଳେ ଡି-ବ୍ରଦର୍ସ ଲିଙ୍କ୍‌ କଳଙ୍କିତ ଚେଲା ବାପି ରାୟଙ୍କ ସୁରକ୍ଷା ପାଇଁ ବୈଷ୍ଣୋବଦେବୀଙ୍କ ଦର୍ଶନରେ ଯିବା ତାଙ୍କର ସଞ୍ଜୟ ଆନ୍ତରିକତାକୁ ପଦାରେ ପକାଇଛି । ଯୁବ ବ୍ରିଗେଡ୍‌ର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ ଇତିମଧ୍ୟରେ ସଞ୍ଜୟଙ୍କ ଘରକୁ ଯାଇ ଅନେକବାର ମନ୍ତ୍ରଣା କରିଥିଲେ ମଧ୍ୟ ଗଣମାଧ୍ୟମରେ ତାଙ୍କ ସପକ୍ଷରେ ପଦୁଟିଏ କହିନାହାନ୍ତି । ଏହାଦ୍ୱାରା ସଞ୍ଜୟଙ୍କୁ ସୁରକ୍ଷା ଦେବାରେ ସେମାନଙ୍କର ଆନ୍ତରିକତା ବି ପ୍ରଶ୍ନଘେରରେ । ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ତାଙ୍କ କାମ ଓ ବେପାରରେ କେତେବେଳେ ଦିଲ୍ଲୀ ତ ଆଉ ନିଜ ଅଞ୍ଚଳରେ ବୁଲୁଛନ୍ତି । ସଞ୍ଜୟଙ୍କ ଆଡକୁ ତାଙ୍କର ପରବାଏ ନାହିଁ । ପ୍ରଦୀପ ପାଣିଗ୍ରାହୀ ବି ସଞ୍ଜୟଙ୍କ ଆଡୁ ମୁହଁ ବୁଲାଇ ନିଜ ଭାବମୂର୍ତ୍ତିକୁ ଜାବୁଡ଼ି ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁନଜରରେ ଥିବା ଯୁବ ବ୍ରିଗେଡ୍‌ଙ୍କ ଏଭଳି ଅବସ୍ଥା ପଛରେ ରହିଛି ପରଷ୍ପର ଗୋଛି କଟାକଟି ଗୁଣ । ନିଜ ଭାବମୂର୍ତ୍ତି ଜଗି ସଞ୍ଜୟଙ୍କ ବଦନାମରେ କେହି ଭାଗିଦାରୀ ହେବାକୁ ଚାହୁଁନାହାନ୍ତି । ରାଜନୀତିରେ କେହି କାହାର ବନ୍ଧୁ ନୁହଁନ୍ତି ଏହା ତାହାର ସଦ୍ୟତମ ଉଦାହରଣ ।
ଆଉ ରହିଲେ ଦାମ ରାଉତ, ବିଜୟଶ୍ରୀ ରାଉତରାୟଙ୍କ ଭଳି ସିନିୟର୍‌ ନେତା । ଯୁବମନ୍ତ୍ରୀଙ୍କ ଆଧିପତ୍ୟରେ ସେମାନେ ଅତିଷ୍ଠ ଓ ଅସହ୍ୟ । ତୃତୀୟ ମହଲାର ଛତ୍ରଛାୟା ତଳେ ଯୁବମନ୍ତ୍ରୀଙ୍କ ଉତ୍ପାତରେ ଖପ୍ପା ଥିବା ବିଜେଡ଼ି ସିନିୟରଙ୍କ ପାଇଁ ସଞ୍ଜୟଙ୍କ ଚିଟ୍‌ ଫଣ୍ଡ ଲିଙ୍କ୍‌ ଅଭିଯୋଗ ବଢ଼ିଆ ମୌକା ହୋଇଛି । ସଞ୍ଜୟଙ୍କ ବିରୋଧରେ ସେମାନେ ଗଣମାଧ୍ୟମରେ ଖାଲି ବୟାନ ଦେଉନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିବାରେ ପଛଘୁଞ୍ଚା ଦେଇନାହାନ୍ତି । ସଞ୍ଜୟଙ୍କୁ ବଳି ପକାଇ ସେମାନେ ଯୁବମନ୍ତ୍ରୀ ଦମନ ଅଭିଯାନର ଷଡ଼ଯନ୍ତ୍ର ରଚିଛନ୍ତି । ଦୁଇଦିନ ତଳେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ମଧ୍ୟରେ ଦୀର୍ଘ ସମୟର କବାଟକୀଳା ଆଲୋଚନାରେ ଜୁନିୟର୍‌ଙ୍କ ବିରୋଧରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ସଞ୍ଜୟଙ୍କ ମାମଲାରେ ବିଜେଡ଼ିରେ ସିନିୟର୍‌-ଜୁନିୟର୍‌ କନ୍ଦଳର ବରାବର ଫାଇଦା ନେଉଛନ୍ତି ବିରୋଧୀ ।

Previous Post

ବିଜେଡ଼ିକୁ ବାଉଳା ରୋଗ

Next Post

ନାୟିକାର ନାଁ ସୋନିଆ

Next Post
ନାୟିକାର ନାଁ ସୋନିଆ

ନାୟିକାର ନାଁ ସୋନିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA