Monday, May 25, 2026 09:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରୁ ବହିଷ୍କୃତ ହେଲେ ଦାମ

by Our Correspondent
12 Sep, 2018- 09:45 PM
in Latest News, Politics
1 min read
0
ବିଜେଡ଼ିରୁ ବହିଷ୍କୃତ ହେଲେ ଦାମ

ଭୁବନେଶ୍ୱର: ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ । ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର କଠୋରତା ଦେଖାଇଛନ୍ତି । ଶେଷରେ ଦାମଙ୍କୁ ଆଜି ବିଜେଡ଼ିରୁ ବହିଷ୍କୃତ କରିଛନ୍ତି । ଦଳୀୟ ଶୃଙ୍ଖଳା ଭାଙ୍ଗି ଦାମ ଏଇ କିଛି ଦିନ ହେଲା ବିଜେଡ଼ି ଉପରେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାରକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରିଥିଲେ । ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲାର ହଜାର ହଜାର ବିଜେଡ଼ି କର୍ମୀ ଦାମଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହେବା ପରେ ମାମଲା ନିର୍ଣ୍ଣାୟକ ମୋଡ଼ ନେଇଗଲା ।

ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ସୂଚନା ମିଳିଥିଲା । ତେବେ ଅଭିଯୋଗକୁ ବିଚାର କରୁଛନ୍ତି କହି ମୁଖ୍ୟମନ୍ତୀ ଦିଲ୍ଲୀ ପଳାଇଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ତାଙ୍କ ନିଷ୍ପତ୍ତି ଘୋଷଣା କରାଯାଇଛି ।
ମନ୍ତ୍ରୀ ପଦରେ ଥାଇ ଦାମ ସରକାରଙ୍କୁ ଅପଦସ୍ଥ କରିବାକୁ ପଛାଉ ନ ଥିଲେ । ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଦଳ ଓ ସରକାରଙ୍କୁ ଅଡୁଆରେ ପକାଉଥିଲେ । ଶେଷରେ ବ୍ରାହ୍ମଣମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ସେ ବିପଦକୁ ଡାକିଆଣିଲେ । ଗତବର୍ଷ ଡିସେମ୍ବର ୨୩ ତାରିଖରେ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ହୋଇଥିଲେ । ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଥିଲା । ଏହାପରେ ବି ଦାମ ଚୁପ୍ ହୋଇ ନ ଥିଲେ । ବିଭିନ୍ନ ସମୟରେ ଦଳ ଓ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେଉଥିଲେ ଏବଂ ନିଜ ଖବରକାଗଜରେ ସ୍ତମ୍ଭ ଲେଖୁଥିଲେ ।
ବିଧାନସଭା ଆରମ୍ଭ ହେବା ଦିନଠୁ ଦାମ ଅଧିକ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ । ସରକାରଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣି ହମଲା କରିଥିଲେ । ସୋମବାର ଦିନ ଦାମଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଫେରାଦ ହେବା ପରେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏକରକମ ନିଶ୍ଚିତ ହୋଇଯାଇଥିଲା । ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଜାଣି ଆଜି ଦାମ ନରମ ଭାବ ଦେଖାଇ ଚତୁରତାର କାର୍ଡ ଖେଳିଥିଲେ । ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ତେବେ ଦାମଙ୍କ ଏହି ଚାଲ୍ କାମ କରିନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି ।
Previous Post

ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ

Next Post

ଦାମ ରାଗି ପାଚି ଲାଲ୍

Next Post
ଦାମ ରାଗି ପାଚି ଲାଲ୍

ଦାମ ରାଗି ପାଚି ଲାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA