Thursday, April 30, 2026 04:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର

by Our Correspondent
23 Sep, 2017- 07:17 PM
in Latest News, Politics
1 min read
0
ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର
ଭୁବନେଶ୍ୱର: ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ଓ ପୁଅ ସୁମିତ୍ ଆଜି ବିଜେଡ଼ିରେ ମିଶିଛନ୍ତି । ଉପନିର୍ବାଚନରେ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିପାରେ । ମିଶ୍ରଣ ପର୍ବ ଅବସରରେ ରୀତା ନିଜ ଆଡୁ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି । ହୋଇପାରେ, ଏହି ସର୍ତ୍ତରେ ବିଜେଡ଼ି ତାଙ୍କୁ ଦଳରେ ମିଶାଇଛି । ସୁବଳଙ୍କ ମୃତ୍ୟୁର ଅନୁକମ୍ପା ଭୋଟ ହାସଲ ଉଦ୍ୟମରେ ବିଜେଡ଼ି ତାଙ୍କ ପରିବାରକୁ ମନେଇ କଂଗ୍ରେସ ଓ ବିଜେପିଠୁ ବାଜିମାତ୍ କରିଦେଇଛି । ଖାସ୍ କରି ବିଜେପି ଅକ୍ତିଆରକୁ ଆସୁଥିବା କଂଗ୍ରେସ ଭୋଟରେ ଚେକ୍ ଲଗାଇବାକୁ ଚେଷ୍ଟା କରିଛି । ତେବେ ବିଜେଡ଼ି ଏହି ଉଦ୍ୟମରେ ସଫଳ ହେବ ତ ? ସୁବଳଙ୍କ କଂଗ୍ରେସ ଭୋଟକୁ ତାଙ୍କ ଅନ୍ତେ ତାଙ୍କ ପରିବାର ମାଧ୍ୟମରେ ହାସଲ କରିପାରିବ ତ ? ରାଜନୈତିକ ମହଲରେ ଆଜି ସଭିଁଙ୍କ ମନରେ ଏହି ପ୍ରଶ୍ନ ।
ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍ର ୪୫୮ ଖଣ୍ଡ ଭୋଟରେ ହରାଇଥିଲେ । ୨୦୦୯ ନିର୍ବାଚନରେ ସୁବଳ ବିଜେଡ଼ିର ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାୟ ୯ ହଜାର ଭୋଟରେ ହରାଇଥିଲେ । ୨୦୦୪ରେ ବିଜେଡ଼ିର ଅଶୋକ ପାଣିଗ୍ରାହୀଙ୍କୁ ୨୨ ହଜାର ଭୋଟରେ ହରାଇଥିଲେ । ତିନିଟିଯାକ ନିର୍ବାଚନରେ ସୁବଳଙ୍କ ପାଇଁ ସଂଖ୍ୟାଗରିଷ୍ଠ ଜନସମର୍ଥନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଓ କଂଗ୍ରେସର ପତିଆରା କ୍ରମାଗତ ହ୍ରାସ୍ ପାଉଥିବା ଭୋଟ ଫଳାଫଳ କହୁଛି । ଗତ ନିର୍ବାଚନରେ ସୁବଳଙ୍କ ବିଜୟପଥକୁ ସୁଗମ କରିଥିଲା ବିଜେଡ଼ିର ଅର୍ନ୍ତଦ୍ୱନ୍ଦ । ଡେପୁଟେଡ଼ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମର୍ଥନ କରିପାରି ନଥିଲେ ଆଶାୟୀ ପ୍ରଭାତ ଆଦିତ୍ୟ ଓ ତାଙ୍କ ଗୋଷ୍ଠୀ । ଖୋଲାଖୋଲି ପ୍ରସନ୍ନଙ୍କୁ ବିରୋଧ କରିନଥିଲେ ମଧ୍ୟ ବିଜେଡ଼ି ପାଇଁ ମନ ଦେଇ ନ ଥିଲେ । ସେପଟେ ଅନ୍ୟତମ ଦାବିଦାର ଅଶୋକ ପାଣିଗ୍ରାହୀ ସ୍ୱାଧୀନ ଭାବେ ଲଢ଼ି ୧୮,୨୩୨ ଖଣ୍ଡ ଭୋଟ ପାଇଥିଲେ । ସୁତରାଂ ଗତ ନିର୍ବାଚନରେ ବିଜେଡ଼ି ଭୋଟକୁ ଖାଇଦେଇଥିଲା ଦଳର ଅସନ୍ତୁଷ୍ଟ ମୁଣ୍ଡ ।
ଏବେ ସୁବଳଙ୍କ ମୃତ୍ୟୁରେ ହେଉଥିବା ଉପନିର୍ବାଚନରେ ପ୍ରଭାତ ଆଦିତ୍ୟ ମିଶ୍ର ବିଜେଡ଼ି ଟିକେଟ ପାଇଁ ଆଶାୟୀ ଥିବା ବେଳେ ସୁବଳଙ୍କ ପତ୍ନୀଙ୍କୁ ବିଜେଡ଼ି ପ୍ରାର୍ଥୀ କରୁଥିବା ନିଶ୍ଚିତ ଜାଣି ବିଦ୍ରୋହୀ ହୋଇପଡ଼ିଛନ୍ତି । ପ୍ରଣବ ପ୍ରକାଶ(ବବି) ଦାସଙ୍କ ଗୋଟିଚାଳନାରେ ସୁଶାନ୍ତ ସିଂଙ୍କ ଖେଳକୁ ପ୍ରଭାତ ଓ ତାଙ୍କ ଭୁବନେଶ୍ୱରିଆ ଗଡ଼ଫାଦର୍ ଗ୍ରହଣ କରିନାହାନ୍ତି । ବବି-ସୁଶାନ୍ତଙ୍କ ଯୋଡିକୁ ପାନେ ଦେବା ପାଇଁ ସେମାନେ ଯୋଜନା କରୁଛନ୍ତି । ଶେଷ ଖବର ଅନୁଯାୟୀ, ପ୍ରଭାତ ଆଦିତ୍ୟ ବିଜେପିରେ ମିଶୁଥିବା ତାଙ୍କ ଗୋଷ୍ଠୀରୁ ସୂଚନା ମିଳିଛି । ଗୋଟେ ପଟେ ବିଜେଡ଼ିରୁ ନିଲମ୍ବିତ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିବା ଏକରକମ ନିଶ୍ଚିତ କୁହାଯାଉଥିଲା ବେଳେ ବିଜେପିକୁ ପ୍ରଭାତଙ୍କ ସମ୍ଭାବ୍ୟ ସମର୍ଥନ ବିଜେଡ଼ିକୁ ଅକଳରେ ପକାଇବା କୁହାଯାଉଛି ।
ସେପଟେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପୁରର ୭ ଟି ଜିଲ୍ଲା ପରିଷଦ ଜୋନ୍ ରୁ ବିଜେପି ୬ ଟିରେ ବିଜୟ ହୋଇ ନିଜର ସ୍ଥିତି ସୁଦୃଢ଼ କରିଛି । କଂଗ୍ରେସ ଓ ବିଜେଡ଼ିର ସ୍ଥିତି ଦୋହଲିଯାଇଛି । ଏହି ନିର୍ବାଚନରେ କଂଗ୍ରେସର ଭୋଟକୁ ବିଜେପି ନିଜ ସପକ୍ଷରେ ନେବାରେ ସମର୍ଥ ହୋଇଛି । ଏହାକୁ ବିଜେପିର ଭୋଟକିଣା ବୋଲି ଅଭିଯୋଗ ହୋଇଥିବାରୁ ଉପନିର୍ବାଚନରେ ତାହାର କ୍ଲାଇମାକ୍ସ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । ଏହି ଉପନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସବୁ ବଳ କୌଶଳ ଖଟାଇବା ଯୋଜନା କରିସାରିଲାଣି । ଖୋଦ୍ ଅମିତ୍ ଶାହା ଏହା ଉପରେ ନଜର ପକେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଶିବିର ବିଜେପୁରକୁ କବଜା କରିବାର କୌଣସି ବାଟ ହାତଛଡ଼ା କରିବେ ନାହିଁ ବୋଲି ସୂଚେଇ ଦେଲେଣି । ଏହି ପରିପ୍ରେକ୍ଷୀରେ ବିଜେପିକୁ ମୁକାବିଲା କରିବା ବିଜେଡ଼ି ପାଇଁ ମସ୍ତବଡ଼ ଚାଲେଂଜ ଆଣିଛି । ସୁବଳଙ୍କ ପତ୍ନୀଙ୍କୁ ବିଜେଡ଼ିକୁ ଆଣି ଅନୁକମ୍ପା ଭୋଟ ହାସଲର ଲକ୍ଷ୍ୟ ରଖିଥିଲେ ମଧ୍ୟ ଦଳୀୟ ଅର୍ନ୍ତଦ୍ୱନ୍ଦ ନେତୃତ୍ୱକୁ ଚିନ୍ତାରେ ପକାଇଛି ।
Previous Post

ସିବିଆଇ ପାଇଁ ଅଡୁଆ ବଢ଼ିଲା

Next Post

ମନେପଡ଼ିଲା ମାମୁଁଘର

Next Post
ମନେପଡ଼ିଲା ମାମୁଁଘର

ମନେପଡ଼ିଲା ମାମୁଁଘର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA