Monday, July 27, 2026 04:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନେପଡ଼ିଲା ମାମୁଁଘର

by Our Correspondent
23 Sep, 2017- 11:33 PM
in Latest News, Politics
1 min read
0
ମନେପଡ଼ିଲା ମାମୁଁଘର
ଭୁବନେଶ୍ୱର: ବୈଜୟନ୍ତ‘ଜୟ’ ପଣ୍ଡା ଏବେ ତାଙ୍କ ମାମୁଁଘର ‘ବରଗଡ଼’କୁ ଝୁରୁଛନ୍ତି । ମାମୁଁଘର ମାଟିର ସେବା କରିବାକୁ ମନ ତାଙ୍କର ଉଚ୍ଛନ୍ନ ହୋଇଛି । ଆଜି ସମ୍ବଲପୁର ପ୍ରେସ୍ କ୍ଲବ୍ ଉତ୍ସବରେ ଯୋଗଦେଇ ନିଜ ମାମୁଁଘର ପ୍ରେମର ଜ୍ୱାଳା ଖୋଲିଛନ୍ତି ବୈଜୟନ୍ତ । ମାମୁଁଘର ଆଳରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରେମଫାସରେ ପକାଇବାକୁ ଚେଷ୍ଟା କରିଛନ୍ତି । କହିଛନ୍ତି, ମାମୁଁଘରୁ ତାଙ୍କୁ ସ୍ନେହ ମିଳେ । ଆଜି ବି ମିଳୁଛି । ସେହି ସ୍ନେହର ପ୍ରତିଦାନ ଦେବାକୁ ଚାହୁଁଛି । ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ସେବା କରିବି ।
ବୈଜୟନ୍ତଙ୍କର ହଠାତ୍ ଏବେ ମାମୁଁଘର କଥା କାହିଁକି ମନେପଡ଼ିଲା ? କ’ଣ ବରଗଡ଼ରୁ ଲଢ଼ିବାକୁ ମନସ୍ଥିର କରିଦେଲେ ? କେଉଁ ଦଳର ଟିକେଟରେ ଲଢ଼ିବେ ? କେନ୍ଦ୍ରାପଡ଼ାର ଏହି ବିଜେଡ଼ି ସାଂସଦଙ୍କୁ ନେଇ ଏମିତି ଗୁଡ଼ାଏ ଜଟିଳ ପ୍ରଶ୍ନ ଉଠିଛି । ଦଳ ଭିତରେ ରହି ଦଳୀୟ ନେତୃତ୍ୱ ଓ ପରିଚାଳନାକୁ ସମାଲୋଚନା କରୁଥିବା ବୈଜୟନ୍ତ ଖାତା କଲମ ବାହାରେ ଯେ ବିଜେଡ଼ିରେ ଆଉ ନାହାନ୍ତି ସେ କଥା ନିଜେ ଜାଣିଛନ୍ତି, ଲୋକେ ବି ଜାଣିଛନ୍ତି । ବିଜେଡ଼ିରୁ ମଂଜ ଶୋଷି ସାରିଲା ପରେ ନବୀନଙ୍କଠାରୁ ମୁହଁ ଫେରାଇଛନ୍ତି । ଆଉ ରାଜନୈତିକ ଥଇଥାନ ପାଇଁ ମୋଦି ପୂଜା କରୁଛନ୍ତି । କହିବା ବାହୁଲ୍ୟ, ଶିଳ୍ପପତିରୁ ନେତା ବନିଥିବା ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦେଇଛନ୍ତି । ୨୦୦୦ ମସିହାରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇଛନ୍ତି । ଦୁଇ ଦୁଇ ଥର ଲୋକସଭା ଟିକେଟ ଦେଇ ଜିତାଇଛନ୍ତି । ଦିଲ୍ଲୀ ରାଜନୀତିରେ ତାଙ୍କର ପ୍ରତିପତ୍ତି ବଢ଼ାଇଛନ୍ତି । ତାଙ୍କ ଶିଳ୍ପସାମ୍ରାଜ୍ୟକୁ ପରିପୃଷ୍ଟ କରିଛନ୍ତି । ୨୩୦୦ କୋଟି ଟଙ୍କା ଋଣଛାଡ଼ କରାଇଛନ୍ତି । କୋଟି କୋଟି ଟଙ୍କାର ବିଜୁଳି, ପାଣି ବିଲ୍ ଛାଡ଼ କରିଛନ୍ତି । ମାଇନିଂ ଅପରେସନ୍ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେଇଛନ୍ତି । ନେଇ ନେଇ ବଳୀୟାନ୍ ବୈଜୟନ୍ତ ଏବେ ଦାତା ନବୀନଙ୍କୁ ଗୋଇଠା ମାରି ମୋଦିସ୍ତୁତି ଗାନ କରୁଛନ୍ତି । ନବୀନ ଓ ବିଜେଡ଼ିର ଛିଦ୍ର ଦେଖି ଟୁଇଟ୍ କରୁଛନ୍ତି, ଆର୍ଟିକିଲ୍ ଲେଖୁଛନ୍ତି ।
ତେବେ ନବୀନଙ୍କୁ ମାଡ଼ମାରି ମୋଦିଙ୍କ ସ୍ତୁତିଗାନରେ ମାତିଥିବା ବୈଜୟନ୍ତ ବିଜେପିକୁ ଖୁସି କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଓଡ଼ିଶାରେ ତାଙ୍କର ବାଟ ଅଟକି ଯାଇଥିବା ଚର୍ଚ୍ଚା ହେଉଛି । କୁଆଡେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଚାହୁଁନାହାନ୍ତି । ଏଇଥିପାଇଁ କି ବୈଜୟନ୍ତଙ୍କଠାରେ ଧର୍ମେନ୍ଦ୍ର ନିଜ ଭବିଷ୍ୟ ପ୍ରତିଦ୍ୱନ୍ଦୀର ଛବି ଦେଖୁଛନ୍ତି । ଯାହାକୁ ସହ୍ୟ କରିବା ତାଙ୍କ ଜାତକରେ ନାହିଁ । ସୁତରାଂ ବୈଜୟନ୍ତ ଦିଲ୍ଲୀ ଡୋର ଧରି ଯେତେ ବାଡ଼େଇ ହେଲେ ବି ଧର୍ମେନ୍ଦ୍ର ତାଙ୍କୁ ବାଟ ଛାଡୁନାହାନ୍ତି । ନିଜର ଏକ ନମ୍ବର ଟିଭି ଚାନେଲକୁ ଅସ୍ତ୍ର କରି ଯେତେ ଡରାଇଲେ ବି ଧର୍ମେନ୍ଦ୍ରଙ୍କୁ କାଟୁ କରୁନି । ରାଜନୀତିର ଏହି ଅନିଶ୍ଚିତ ଘଡ଼ିସନ୍ଧି ମୁହୁର୍ତ୍ତରେ ବୈଜୟନ୍ତ ତାଙ୍କର ଶେଷ ଗୋଟିଚାଳନା ଆରମ୍ଭ କରିଛନ୍ତି । ଉପକୂଳ ଓଡ଼ିଶା ଛାଡ଼ି ପଶ୍ଚିମ ଓଡ଼ିଶାମୁହାଁ ହୋଇଛନ୍ତି । ବରଗଡ଼ ଲୋକସଭା ଆସନରୁ ବିଜେପି ଟିକେଟ ହାସଲ ପାଇଁ ଚାଲବାଜି ଲଗାଇଛନ୍ତି । ଧର୍ମେନ୍ଦ୍ରଙ୍କ ବୋଲକରା ହୋଇପାରୁ ନ ଥିବା ସୁବାସ ଚୌହାନଙ୍କ ଜାଗା ଦଖଲ ପାଇଁ ସେ ଗୋଟି ଖେଳୁଛନ୍ତି । ଏଥିରେ ଧର୍ମେନ୍ଦ୍ର ରାଜି ହୋଇଯିବେ ବୋଲି ତାଙ୍କର ବିଶ୍ୱାସ । ଏହି ବିଶ୍ୱାସ ରଖି ବୈଜୟନ୍ତ ମାମୁଁଘର ମନେପକାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ରାଜନୈତିକ କ୍ୟାରିୟର ଆରମ୍ଭରୁ ମାମୁଁଘରକୁ ମନେ ପକାଉ ନ ଥିବା ବୈଜୟନ୍ତଙ୍କର ମାମୁଁଘର ରାଜନୀତି ଜନମାନସରେ ତାଙ୍କୁ ଲୋକହସା କରିଛି ।
Previous Post

ବିଜେଡ଼ି ପାଇଁ ସହଜ ନୁହେଁ ବିଜେପୁର

Next Post

ନିଜ ବାଣରେ ନିଜେ ଘାଇଲା

Next Post
ନିଜ ବାଣରେ ନିଜେ ଘାଇଲା

ନିଜ ବାଣରେ ନିଜେ ଘାଇଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA