Thursday, April 30, 2026 02:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !

by Our Correspondent
18 Sep, 2017- 11:32 PM
in Latest News, Politics
1 min read
0
ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !
ଭୁବନେଶ୍ୱର: ବିଜେଡ଼ିର ହରତାଲ୍ ହିଂସା ପଛରେ ଖୋଦ୍ ଦଳର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହାତ ଥିଲା । ବିଜେଡ଼ିକୁ ବଦନାମ କରିବାକୁ ବିଜେପି ସହ ହାତ ମିଳାଇଥିଲେ ଆଉ ଷଡ଼ଯନ୍ତ୍ରର ଜାଲ୍ ବିଛାଇଥିଲେ । ଭୁବନେଶ୍ୱରର କିଛି ଅନୁଗତ କର୍ପୋରେଟର ଓ କୁଜିନେତାଙ୍କୁ ହାତେଇ ସେ ହିଂସାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ । ଖାସ୍ କରି ତୃତୀୟ ମହଲାକୁ ବଦନାମ କରିବା ପାଇଁ ବୈଜୟନ୍ତ ଏଭଳି ଷଡ଼ଯନ୍ତ୍ର କରିଥିବାର ସାଂଘାତିକ ତଥ୍ୟ ଲାଗିଛି ଗୁଇନ୍ଦା ପୁଲିସ ହାତରେ । ତାହାକୁ ଅଧିକ ଦାନା ଧରେଇଛି ବୈଜୟନ୍ତଙ୍କ ଗୋଟିକ ପରେ ଗୋଟିଏ ଟୁଇଟ୍ ।
ଆଗରୁ ଜଗି ରହିଲା ଭଳି ଆଜି ବିଜେଡ଼ି କର୍ମୀଙ୍କ ହିଂସାକାଣ୍ଡ ଉପରେ ବୈଜୟନ୍ତ ତୁରନ୍ତ ଟୁଇଟ୍ ବର୍ଷା ଆରମ୍ଭ କରିଥିଲେ । ଟୁଇଟ୍ ରେ ସିଧାସଳଖ ଟାର୍ଗେଟ୍ କରିଥିଲେ ତୃତୀୟ ମହଲାକୁ । ବିଜେଡ଼ିକୁ ବି ମନଭରି ଗାଳି କରିଥିଲେ । ତେବେ ତାଙ୍କର ରାଗ ସେତିକିରେ ସରିନାହିଁ । ବିଚଳିତ ବୈଜୟନ୍ତ ଅତୀତରେ ତାଙ୍କର ପରମ ଶତ୍ରୁ ଥିବା ପ୍ୟାରୀବାବୁଙ୍କୁ ତାଙ୍କ ଆବର୍ତ୍ତନରେ ମୁଣ୍ଡରେ ବସାଇଛନ୍ତି । ପ୍ୟାରୀଙ୍କ ସମୟର ବିଜେଡ଼ିକୁ ପ୍ରକୃତ ବିଜେଡ଼ି ଦର୍ଶାଇବାକୁ ବି ପଛାଇନାହାନ୍ତି ଏବେକା ଦଳର ଏହି ବିଭୀଷଣ ଆଖ୍ୟାୟିତ ।
ତେଲଦର ବୃଦ୍ଧି ପ୍ରତିବାଦର ହରତାଲ୍ ନାଁରେ ରାଜଧାନୀରେ ବିଜେଡ଼ି କର୍ମୀମାନେ ଆତଙ୍କ ସୃଷ୍ଟି କରିଥିଲେ । ହସ୍ପିଟାଲ ଯାଉଥିବା ଗୁରୁତର ରୋଗୀ, ରାସ୍ତାରେ ଯାଉଥିବା ମହିଳା, ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିଲେ । ରାସ୍ତାରେ ଟାୟାର ଜାଳି ଗାଡ଼ି ଭଙ୍ଗାରୁଜା କରିଥିଲେ । ଦୀର୍ଘ ୫ ଘଣ୍ଟା ଧରି ଏଭଳି ଚାଲିଥିଲା ବିଜେଡ଼ି କର୍ମୀଙ୍କ ଆତଙ୍କରାଜ । ବିଜେଡ଼ିର ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜକୁ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ପୂର୍ବରୁ ବୈଜୟନ୍ତ କଡ଼ା ଭାଷାରେ ଟୁଇଟ୍ ଗାଳି ଆରମ୍ଭ କରିଥିଲେ । ଏଭଳି ଘଟଣା ପାଇଁ ସେ ଲଜ୍ଜା ଓ କ୍ଷୁବ୍ଧ ବୋଲି କହି ୨୦ ବର୍ଷ ତଳର ଏହା ବିଜେଡ଼ି ନୁହେଁ ବୋଲି କହିଥିଲେ । ବୈଜୟନ୍ତଙ୍କ ଟୁଇଟ୍ ସହ ତାଳ ଦେଇ ତାଙ୍କର ଟିଭି ଚାନେଲ୍ ବିଜେଡ଼ି କର୍ମୀଙ୍କ ହିଂସାକାଣ୍ଡ ଦୃଶ୍ୟକୁ ରିପିଟ୍ କରିଚାଲିଥିଲା ।
ବୈଜୟନ୍ତଙ୍କ ପ୍ରଥମ ଦୁଇଟି ଟୁଇଟ୍ ଉପରେ ଚର୍ଚ୍ଚା ନ ଥମୁଣୁ ସଂଧ୍ୟାରେ ନିଜ ସହ ସ୍ୱର୍ଗତ ପ୍ୟାରୀବାବୁଙ୍କ ଫଟୋ ଦେଖାଇ ଆଉ ଏକ ଟୁଇଟ୍ କରିଛନ୍ତି । ସେଥିରେ ଦୁଇଟି ଫଟୋ ଛାଡ଼ିଛନ୍ତି । ପ୍ୟାରୀବାବୁଙ୍କ ଉପସ୍ଥିତିରେ ୨୦୧୦ ମସିହାରେ ଆୟୋଜିତ ବିଜେଡ଼ିର ଏକ ଆନ୍ଦୋଳନର ଫଟୋ ସହ ଆଜିର ବିଜେଡ଼ି ହରତାଲ୍ ଫଟୋ । ଯେଉଁ ଫଟୋରେ ବିଜେଡ଼ି ଆନ୍ଦୋଳନକାରୀ ଜଣେ ବାଇକ୍ ଆରୋହୀଙ୍କୁ ଠେଙ୍ଗା ଉଠାଉଛି । ଦୁଇଟି ଫଟୋରୁ ପ୍ରଥମ(ବାମ) ଫଟୋଟିକୁ ସେ ଅର୍ଜିନାଲ୍/ରିଅଲ୍ ବିଜେଡ଼ିର ଆନ୍ଦୋଳନ କହିଥିଲା ବେଳେ ଦ୍ୱିତୀୟ(ଡାହାଣ) ଫଟୋକୁ ଆଜିର(ଉଗ୍ର ଜନବିରୋଧୀ) ବିଜେଡ଼ି ଆଖ୍ୟା ଦେଇଛନ୍ତି ।
ବୈଜୟନ୍ତଙ୍କ ଏହି ଟୁଇଟ୍ ରାଜନୈତିକ ଶିବିରରେ କମ୍ପନ ସୃଷ୍ଟି କରିଛି । ବିଜେଡ଼ିରେ ପ୍ୟାରୀବାବୁଙ୍କ ଉପସ୍ଥିତିକୁ ଯେଉଁ ବୈଜୟନ୍ତ ପଣ୍ଡା ଦେଖିଲେ ନାହି ଡିଆଁଉଥିଲେ, ଆଜି ସ୍ୱର୍ଗରେ ଥିବା ସେହି ପ୍ୟାରୀଙ୍କୁ ମନେ ପକାଇ ରିଅଲ୍ ବିଜେଡ଼ି ଟ୍ୟାଗ୍ ଦେବା ରାଜନୈତିକ ନେତୃବୃନ୍ଦଙ୍କୁ ବିସ୍ମିତ କରିଛି । ପ୍ୟାରୀବାବୁଙ୍କ ଆତ୍ମାକୁ ସେ ଉପହାସ କରିଛନ୍ତି ବୋଲି ଅନେକ ଟାହିଟାପରା କରିଛନ୍ତି । ବିଜେଡ଼ିରେ ନିଜର ଅସ୍ତିତ୍ୱ ହରାଇଥିବା ବୈଜୟନ୍ତଙ୍କର ଏହା କେଉଁ ଚାଲ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ବୈଜୟନ୍ତଙ୍କୁ ଏହା ଅଧିକ ଲୋକହସା କରୁଥିବା ବିଜେଡ଼ିର କିଛି ବରିଷ୍ଠ ନେତା ମତ ଦେଇଥିବା ବେଳେ ଦଳକୁ ବଦନାମ କରିବାର ଷଡ଼ଯନ୍ତ୍ର ସୂଚନା କାର୍ପଟଦାରଙ୍କ ନିଦ ହଜାଇଦେଇଛି ।
Previous Post

ବୈଜୟନ୍ତଙ୍କୁ ଲାଜ !

Next Post

ମିସନ୍ ସିବିଆଇ ଷ୍ଟାର୍ଟ…

Next Post
ମିସନ୍ ସିବିଆଇ ଷ୍ଟାର୍ଟ…

ମିସନ୍ ସିବିଆଇ ଷ୍ଟାର୍ଟ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA