Thursday, April 30, 2026 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିସନ୍ ସିବିଆଇ ଷ୍ଟାର୍ଟ…

by Our Correspondent
19 Sep, 2017- 02:07 PM
in Latest News, Politics
1 min read
0
ମିସନ୍ ସିବିଆଇ ଷ୍ଟାର୍ଟ…
• ସିସୋର୍ ଲିଙ୍କ୍ ଅଭିଯୋଗରେ ପ୍ରଭାତ ବିଶ୍ୱାଳ ଗିରଫ
• ଅମିତ୍ ଶାହା କହିଥିଲେ, କରି ଦେଖାଇଲେ !
• ବିଜେଡ଼ି ଶିବିରରେ କମ୍ପନ
• ନବୀନ ନିବାସରେ ଏକାଠି ହେଲେ ବରିଷ୍ଠ ନେତା
• ଛାତ୍ର ବିଜେଡ଼ିର ଧମକ: ସବୁ ଅଚଳ କରିଦେବୁ
ଭୁବନେଶ୍ୱର: ନିକଟରେ ଓଡ଼ିଶା ଆସିଥିବା ଅମିତ୍ ଶାହା ବିଜେଡ଼ିକୁ ସିବିଆଇ ଡର ଦେଖାଇଥିଲେ । ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ କୌଣସି ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ଭରପୂର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଆଜି ତାହା ସତ ହୋଇଛି । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ଯୋଡି ତାଙ୍କର କରାମତି ଦେଖାଇଛନ୍ତି । ଓଡ଼ିଶାରେ ଚିଟଫଣ୍ଡର ସେକେଣ୍ଡ ଫେଜ୍ ସିବିଆଇ ଖଣ୍ଡା ବୁଲିବା ଆରମ୍ଭ ହୋଇଛି । ବିଜେଡ଼ିର ତେଲଦର ବୃଦ୍ଧି ପ୍ରତିବାଦର ମାତ୍ର କେଇ ଘଣ୍ଟା ପରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ସିସୋର ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ତାଙ୍କୁ ବନ୍ଧାଯାଇଛି । ମିସନ୍ ସିବିଆଇରେ ଦଶହରା ପୂର୍ବରୁ ଆଉ ଦୁଇ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।
ଗତକାଲି ସଂଧ୍ୟାରେ ସିବିଆଇ ପ୍ରଭାତଙ୍କୁ ପଚରାଉଚୁରା ପାଇଁ ଡାକିଥିଲା । ଦୀର୍ଘ ସମୟର ପଚରାଉଚୁରା ପରେ ରାତିରେ ଗିରଫ ଦର୍ଶାଇଥିଲା । ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯିବ । ସିବିଆଇ ହେପାଜତରେ ଥିବା ପ୍ରଭାତ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ତାଙ୍କର ରକ୍ତଚାପ ବଢ଼ିଯିବା ସହ ଛାତିରେ ଯନ୍ତ୍ରଣା ହେଉଛି । କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଡାକ୍ତର ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ବିଜେଡ଼ି ବିଧାୟକଙ୍କୁ ସିବିଆଇ ଗିରଫ ରାଜ୍ୟ ରାଜନୀତିରେ କମ୍ପମାନ ସୃଷ୍ଟି କରିଛି । ବିଜେପିର ସିବିଆଇ ଅସ୍ତ୍ରର ମୁକାବିଲା ପାଇଁ ବିଜେଡ଼ି ରଣନୀତି ପ୍ରସ୍ତୁତ କରୁଛି । ଛାତ୍ର ବିଜେଡ଼ି ରାଜରାସ୍ତା ଓହ୍ଲାଇବାକୁ ଧମକ ଦେଇଛି ।
ସିସୋର ଚିଟଫଣ୍ଡ କମ୍ପାନୀଠାରୁ ଜମି କିଣାବିକା ନାଁରେ ପ୍ରଭାତ ଅନୁଗ୍ରହ ଆକାରରେ ଟଙ୍କା ନେଇଥିବା ଅଭିଯୋଗକୁ ନେଇ ସିବିଆଇ ତିନିବର୍ଷ ହେଲା ଖୋଳତାଡ଼ କରୁଥିଲା । ପ୍ରଭାତ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ବାରମ୍ବାର ଜେରା କରିଥିଲା । ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ତାଙ୍କ ଘର ରେଡ୍ କରିଥିଲା । ହେଲେ ୭ ମାସ ପରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଛି । ପ୍ରଭାତଙ୍କୁ ସିବିଆଇ ଗିରଫ ଘଟଣା ବିଜେଡ଼ି ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହାର ପ୍ରତିରୋଧ ପାଇଁ ବିଜେଡ଼ି ନିଜକୁ ପ୍ରସ୍ତୁତ କରୁଛି । ଛାତ୍ର ବିଜେଡ଼ି ପକ୍ଷରୁ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରାଯାଇ ସବୁ ଅଚଳ କରିଦେବାର ଧମକ ଦିଆଯାଇଛି । ସେପଟେ ନବୀନ ନିବାସରେ ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦେବୀପ୍ରସାଦ ମିଶ୍ର, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ଦେବାଶିଷ ସାମନ୍ତରାୟ ପ୍ରମୁଖ ଆଲୋଚନାରେ ବସିଛନ୍ତି । ଏହି ବୈଠକରେ ଦଳର ପରବର୍ତ୍ତୀ ରଣନୀତି ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି ।
ବିଜେଡ଼ି ବିଧାୟକଙ୍କ ଗିରଫଦାରିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ବିଜେଡ଼ି ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ଭାବେ ସିଧାସଳଖ ଆରୋପ ଲଗାଇଛି । ବିଜେଡ଼ିର କଟର ବିରୋଧୀ ବିଜୟ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରିବାକୁ ଉଦ୍ୟମ ହୋଇଛି । ଯିଏ ଚୋର ସିଏ ଗିରଫ ହେବ । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ ବୋଲି ବିଜେପି ନେତାମାନେ ସଫେଇ ଦେଇଛନ୍ତି । ସୂଚନାଯୋଗ୍ୟ, ଚିଟଫଣ୍ଡ ସଂପୃକ୍ତି ଅଭିଯୋଗରେ ସିବିଆଇ ପୂର୍ବରୁ ବିଜେଡ଼ି ବିଧାୟକ ପ୍ରଭାତ ତ୍ରିପାଠୀ, ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତୀଙ୍କୁ ଗିରଫ କରିଥିଲା ।
Previous Post

ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !

Next Post

ସିବିଆଇ ଧମାକା! ମମତାଙ୍କ ରାସ୍ତା ଧରିଲା ବିଜେଡ଼ି

Next Post
ସିବିଆଇ ଧମାକା! ମମତାଙ୍କ ରାସ୍ତା ଧରିଲା ବିଜେଡ଼ି

ସିବିଆଇ ଧମାକା! ମମତାଙ୍କ ରାସ୍ତା ଧରିଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA