Thursday, April 30, 2026 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସିବିଆଇ ଧମାକା! ମମତାଙ୍କ ରାସ୍ତା ଧରିଲା ବିଜେଡ଼ି

by Our Correspondent
19 Sep, 2017- 06:50 PM
in Latest News, Politics
1 min read
0
ସିବିଆଇ ଧମାକା! ମମତାଙ୍କ ରାସ୍ତା ଧରିଲା ବିଜେଡ଼ି
ଭୁବନେଶ୍ୱର: ବିଜେପିର ପ୍ରତିହଂସାପରାୟଣ ରାଜନୀତିକୁ ଏଥର ମମତା ବାନାର୍ଜୀଙ୍କ ଷ୍ଟାଇଲରେ ସାମନା କରିବ ବିଜେଡ଼ି । ବିଜେପିର ସିବିଆଇ ଷଡ଼ଯନ୍ତ୍ରରେ ଚୁପ୍ ବସିବ ନାହିଁ । ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ବିଜେଡ଼ି ଏଭଳି କଠୋର ଆଭିମୁଖ୍ୟ ନେଇଛି । ମମତା ବାନାର୍ଜୀଙ୍କ ଭଳି ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଯାଇଛି । ଆଜି ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତାମାନେ ଦଳର କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ପ୍ରଭାତ ତ୍ରିପାଠୀ ଓ ରାମଚନ୍ଦ୍ର ହାଁସଦାଙ୍କ କ୍ଷେତ୍ରରେ ଦଳ ଯେଉଁ ଆଭିମୁଖ୍ୟ ନେଇଥିଲା ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବଦଳାଇଛି । ସିବିଆଇ ଗିରଫଦାରିର ପ୍ରତିବାଦ ଲଢ଼େଇ ପାଇଁ ଓଲଟି ପ୍ରସ୍ତୁତ ହୋଇଛି ।
ନବୀନ ନିବାସରେ ସୁପ୍ରିମୋଙ୍କ ସହ ଦଳର ବରିଷ୍ଠ ନେତାଙ୍କ ବିଚାରବିମର୍ଷ ପରେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀ ଡାକିଥିଲା । ଉପସ୍ଥିତ ଥିଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ଶଶୀଭୂଷଣ ବେହେରା । ସିଧା ସିଧା କହିଥିଲେ, ତମାମ ଦେଶରେ ବିରୋଧୀ ରାଜନୈତିକ ଶକ୍ତିଙ୍କୁ ଜେଲ୍ ରେ ପୂରାଇବା ପାଇଁ ବିଜେପି ସିବିଆଇକୁ ଅସ୍ତ୍ର କରିଛି । ପ୍ରଭାତ ବିଶ୍ୱାଳଙ୍କ ଗିରଫ ତାହାର ଏକ ଅଂଶ । ଭୁବନେଶ୍ୱରରେ ଅମିତ୍ ଶାହା ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ବିଜେଡ଼ି ନେତାଙ୍କୁ ଜେଲ୍ ରେ ପୂରାଇବାକୁ ଧମକ ଦେଇ ଯାଇଥିଲେ । ୧୦ ଦିନ ନ ପୂରୁଣୁ ସେହି ଧମକକୁ କାର୍ଯ୍ୟକାରୀ କରାଯାଇଥିବା ପ୍ରଭାତଙ୍କ ଗିରଫ ସ୍ପଷ୍ଟ କରିଛି । ରାଜନୈତିକ ପ୍ରତିଶୋଧ ପାଇଁ ସିବିଆଇକୁ ବିଜେପି ହାତବାରିସୀ କରିଥିବା ଏଥିରୁ ପ୍ରମାଣିତ ହୋଇଛି । ତେବେ ବିଜେଡ଼ି ତାହା ବରଦାସ୍ତ କରିବ ନାହିଁ । ରାଜନୈତିକ ମୁକାବିଲା କରିବ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ଜଣାଇ ଦେଇଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ସିବିଆଇ ଦ୍ୱାରା ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରି ଛତ୍ରଭଙ୍ଗରେ ଥିବା ବିଜେଡ଼ି ନେତାଙ୍କୁ ଏକାଠି କରୁଛି । ଖୋଦ୍ ଚିଟଫଣ୍ଡରେ ସଂପୃକ୍ତ ନେତାମାନେ ଯେ କୌଣସି ମୁହୁର୍ତ୍ତରେ ଗିରଫର ପ୍ରମାଦ ଗଣୁଥିଲେ ମଧ୍ୟ ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଡିର ମିଳିତ ମୁକାବିଲା ପାଇଁ ବଳ ଗୋଟାଉଛନ୍ତି । ପରଷ୍ପର ଗୋଛି କଟାକଟିରେ ନ ରହି ଧର୍ମେନ୍ଦ୍ରଙ୍କ ବିଜେପି ବିରୋଧରେ ଲଢ଼ିବା ସେମାନଙ୍କୁ ସୁଯୋଗ ଆଣିଛି । ସେପଟେ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବିଜେପି ଯେଉଁ ଫାଇଦା ଚାହୁଁଥିଲା ତାହା ଫସର ଫାଟିଯାଇଛି । ଏହା ବିଜେଡ଼ିକୁ କ୍ଷତାକ୍ତ ନ କରି ବରଂ ବିଜେପିକୁ ବୁମେରାଂ ହୋଇଛି । ସିବିଆଇକୁ ଲଗାଇ ବିଜେପିର ଏହା ପ୍ରତିହିଂସାମୂଳକ ପଦକ୍ଷେପ ବୋଲି ଲୋକଙ୍କ ମନରେ ପଶିଯାଇଛି । ଆଇନ ତା ବାଟରେ ଯିବ ବୋଲି ବିଜେପି ନେତାଏ ଯେତେ ସଫେଇ ଦେଲେ ବି ଲୋକଙ୍କୁ କାଟୁ କରୁନି ।
Previous Post

ମିସନ୍ ସିବିଆଇ ଷ୍ଟାର୍ଟ…

Next Post

ବାଟହୁଡ଼ି ହାଇକୋର୍ଟ ଜଜ୍ ଙ୍କ ଘରେ ପଶିଲା ସିବିଆଇ !

Next Post
ବାଟହୁଡ଼ି ହାଇକୋର୍ଟ ଜଜ୍ ଙ୍କ ଘରେ ପଶିଲା ସିବିଆଇ !

ବାଟହୁଡ଼ି ହାଇକୋର୍ଟ ଜଜ୍ ଙ୍କ ଘରେ ପଶିଲା ସିବିଆଇ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA