Thursday, April 30, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କୁ ଲାଜ !

by Our Correspondent
18 Sep, 2017- 06:01 PM
in Latest News, Politics
1 min read
0
ବୈଜୟନ୍ତଙ୍କୁ ଲାଜ !
ଭୁବନେଶ୍ୱର: ବିଜେଡ଼ିର ଏକଘରିଆ ସାଂସଦ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କୁ କୁଆଡେ ଭାରି ଲାଜ ଲାଗିଛି । ତେଲଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ସମର୍ଥକ ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି କରିଥିବାରୁ ସେ ଲଜ୍ଜିତ ହୋଇଛନ୍ତି । ରାଗି ବି ଯାଇଛନ୍ତି । ତାଙ୍କ ମତରେ, ବିଜୁବାବୁ ଆଜି ବଞ୍ଚିଥିଲେ ସେ ବି ଏହା ଅନୁଭବ କରିଥାଆନ୍ତେ । ୨୦ ବର୍ଷ ତଳେ ସେ ଯେଉଁ ପାର୍ଟି ଗଢ଼ିଥିଲେ, ଏ(ବିଜେଡ଼ି) ସେ ପାର୍ଟି ନୁହେଁ । ଘଟଣାରେ ଜଡ଼ିତ ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ । ଆରାମ୍ ଚେୟାର ନୀତି ନିର୍ଦ୍ଧାରଣକାରୀ ବିଦା ହେବା ଦରକାର ବୋଲି ଟୁଇଟ୍ ମାଷ୍ଟର୍ ବୈଜୟନ୍ତ ନିଜ ଟୁଇଟ୍ ରେ ବର୍ଷି ପକାଇଛନ୍ତି ।
ଗତମାସରେ ଅଜିତ୍ ଯୋଗୀଙ୍କ ଆଟାକ୍ ପରେ ନିରବି ଯାଇଥିବା ବୈଜୟନ୍ତଙ୍କର ଟୁଇଟ୍ ଖୋଲିଛି ବିଜେଡ଼ିର ହରତାଲ୍ ପ୍ରସଙ୍ଗରେ । ବିଜେଡ଼ି କର୍ମୀଙ୍କ ଆଚରଣ ପାଇଁ କୁଆଡେ ଲାଜ, ରାଗ ସମ୍ଭାଳି ପାରିନାହାନ୍ତି । ତେବେ ନିଜ ଟିଭି ପରଦାରେ ବ୍ରେକିଂ ନ୍ୟୁଜ୍ ପାଲଟିଥିବା ବୈଜୟନ୍ତଙ୍କ ଲାଜ ଓଡ଼ିଶାର କୋଟି କୋଟି ଲୋକଙ୍କୁ ଅଧିକ ଲଜ୍ଜିତ କରିଛି । ଲୋକଙ୍କ ପେଟରେ ନାତ ମାରି ପେଟ୍ରୋଲ୍, ଡିଜେଲ୍ ଦର ହୁ ହୁ ବଢ଼ୁଥିବା ବେଳେ ବୈଜୟନ୍ତଙ୍କୁ ଲାଜ କେମିତି ଲାଗୁନି ବୋଲି ପ୍ରଶ୍ନ ଉଠିଛି । ପ୍ରତିବାଦର ହିଂସାରେ ଲଜ୍ଜିତ ହେବା ପୂର୍ବରୁ ପେଟ୍ରୋଲ୍ ଦର ବୃଦ୍ଧି ବିରୋଧରେ ପଦୁଟିଏ ଟୁଇଟ୍ କରିଥିଲେ ତାଙ୍କର ସମ୍ମାନ ବଢ଼ିଥାଆନ୍ତା ଏବଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ହୃଦୟର ବିଶାଳତା ଜଣାପଡ଼ିଥାଆନ୍ତା । କିନ୍ତୁ କେଉଁ ରାଜନୈତିକ ବାଧ୍ୟବାଧକତା ତାଙ୍କର ପାଟି ଚୁପ୍ କରିଛି ତାହା ଓଡ଼ିଶାବାସୀଙ୍କୁ ଜଣାଇପାରିବେ ତ ବୋଲି ବୁଦ୍ଧିଜୀବୀମହଲ ପ୍ରଶ୍ନ କରିଛନ୍ତି ।
ବିଜେଡ଼ିର ଉତ୍ସୃଙ୍ଖଳିତ କର୍ମୀଙ୍କ ଅସଭ୍ୟ ଆଚରଣକୁ ଲୋକେ ପସନ୍ଦ କରିନାହାନ୍ତି । ନିନ୍ଦା କରିଛନ୍ତି । ତେବେ ବୈଜୟନ୍ତ ନିଜର ରାଜନୈତିକ ରାଗ ଶୁଝାଇବାକୁ ଯାଇ ଏହାର ଶସ୍ତା ଫାଇଦା ନେବାରୁ ବିରତ ରହିବାକୁ କିଛି ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି । ଆରାମ୍ ଚେୟାର ନୀତି ନିର୍ଦ୍ଧାରକଙ୍କୁ ବିଦା କରିବାର ବୈଜୟନ୍ତଙ୍କ ଜୋର ଜବରଦସ୍ତ ବିଳାପ ତାଙ୍କର ପୁରୁଣା ରାଗ ଓ ଅସଲ ଚେହେରା ଖୋଲିଦେଇଛି । ଔଷଧ ବିକଳରେ ବୈଜୟନ୍ତଙ୍କର ଏହା ତାଟିଆ କାମୁଡ଼ା ବୋଲି କୁହାଯାଉଛି ।
ଆହୁରି ଗୁରୁତର କଥା ହେଉଛି, ଦୁଇଦିନ ତଳେ ଛତ୍ରପୁରର ଯୁବ ବିଜେଡ଼ି ନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଅତି ବିଭତ୍ସ ଭାବେ ତାଙ୍କ ଘର ଭିତରେ ହତ୍ୟା କରାଗଲା । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଖୋଦ୍ ବୈଜୟନ୍ତଙ୍କ ଟିଭି ହତ୍ୟାକାଣ୍ଡର ସିସିଟିଭି ଫୁଟେଜକୁ ଅତି ନିଖୁଣ ଭାବେ ଦେଖାଇ ହୃଦୟ ବିଦାରକ ଦୃଶ୍ୟ ବୋଲି କହୁଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆର୍ଶିବାଦପ୍ରାପ୍ତ ବିଜେପି ସମର୍ଥକମାନେ ସଂଘବଦ୍ଧ ଭାବେ ଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ମଧ୍ୟ ଟିଭିରେ ଦେଖାଇଛି । ମାତ୍ର ସେହି ହୃଦୟ ବିଦାରକ, ବିଭତ୍ସ ରାଜନୈତିକ ହତ୍ୟା ବୈଜୟନ୍ତଙ୍କୁ ବିଚଳିତ କରିନି । ସଭ୍ୟ ସମାଜରେ ଘଟିଥିବା ଏଭଳି ଅମାନବୀୟ, ବର୍ବର କାଣ୍ଡ ତାଙ୍କୁ ଲଜ୍ଜିତ କରୁନି । ହତ୍ୟାକାରୀଙ୍କ ପାଇଁ ତାଙ୍କ ମନ କ୍ଷୁବ୍ଧ ହେଉନି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପାଟି ଦାବି କରୁନି ।
ବୈଜୟନ୍ତଙ୍କ ଦୁର୍ଭାଗ୍ୟ, ସେ ଏ କୂଳର ହେଉନାହାନ୍ତି କି ସେକୂଳର ହେଉନାହାନ୍ତି । ବିଚଳିତ ହୋଇପଡ଼ିଛନ୍ତି । ତେଲଦର ବୃଦ୍ଧି ଓ ବିଜେପି କର୍ମୀଙ୍କ ଦ୍ୱାରା ଛତ୍ରପୁରରେ ବିଭତ୍ସ ମର୍ଡର ଉପରେ ବୈଜୟନ୍ତଙ୍କ ନିରବତା ଏବଂ ତେଲଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ତଥାକଥିତ ହରତାଲ୍ ଓ ହିଂସାକାଣ୍ଡ ଉପରେ ବୈଜୟନ୍ତଙ୍କ ପ୍ରତିକ୍ରିୟାର ରାଜନୈତିକ ବାଚାଳାମି କେଉଁ ମହଲରେ ଅଛପା ନାହିଁ । ବିଲେଇ ଲୁଚି ଲୁଚି କ୍ଷୀର ପିଇ ଧରାପଡ଼ିଲା ଭଳି ବୈଜୟନ୍ତ ଧରାପଡ଼ିଛନ୍ତି । ବିଜେଡ଼ିରେ ବିଭୀଷଣମାର୍କା ବୈଜୟନ୍ତଙ୍କ ରାଜନୈତିକ ଚାଲବାଜି ଏବେ ଖାଲି ସହର ନୁହେଁ ଗାଁ ଗଣ୍ଡାରେ ବି ଚର୍ଚ୍ଚା ହେଲାଣି ।
Previous Post

ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ

Next Post

ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !

Next Post
ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !

ବିଜେଡ଼ି ହିଂସା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA