Thursday, April 30, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ

by Our Correspondent
18 Sep, 2017- 02:42 PM
in Latest News, Politics
1 min read
0
ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି, ଲୋକେ ହରକତ
• ହରତାଲ୍ ନାଁରେ ବନ୍ଦ, ଜୀବନଯାତ୍ରା ବ୍ୟାହତ
• ଗାଡ଼ି, ଟ୍ରେନ୍ ଚଳାଚଳ ଠପ୍
• ସ୍କୁଲ, କଲେଜ, ଦୋକାନବଜାର ବନ୍ଦ
• ଭୁବନେଶ୍ୱରରେ ବିଜେଡ଼ି କର୍ମୀଙ୍କ ଦାଦାଗିରି, ବିଜେପି ସହ ମୁହାଁମୁହିଁ
ଭୁବନେଶ୍ୱର: ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ଡାକିଥିଲା ଶାନ୍ତିପୂର୍ଣ୍ଣ ହରତାଲ୍ । ଭୁବନେଶ୍ୱର ସମେତ ସବୁ ଜିଲ୍ଲା ସଦର ମହକୁମା ଓ ବ୍ଲକ୍ ଆଗରେ ହରତାଲ୍ କରିବ ବୋଲି ଘୋଷଣା କରିଥିଲା । ମାତ୍ର ସେଇ ହରତାଲ୍ ଆଜି ‘ବନ୍ଦ’ ର ରୂପ ନେଇଥିଲା । ସାରା ରାଜ୍ୟରେ ଏହା ଶାନ୍ତିପୂର୍ଣ୍ଣ ହୋଇଥିବା ବିଜେଡ଼ି ଦାବି କରିଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ସେମାନଙ୍କ କର୍ମୀଙ୍କ ସାଂଘାତିକ ଉତ୍ପାତ ଦେଖିବାକୁ ମିଳିଛି ।
ସକାଳୁ ସକାଳୁ ରାଜଧାନୀର ସବୁ ଛକ ଓ ଜାତୀୟ ରାଜପଥରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କଲେ । ଷ୍ଟେସନ୍ ଯାଇ ରେଳ ଅଟକାଇଲେ । ଅଧିକାଂଶ ଛକରେ ହରତାଲ୍ ହିଂସା ରୂପକୁ ନେଇଗଲେ । ବିଜେଡ଼ି କର୍ମୀ ହାତରେ ଠେଙ୍ଗାବାଡ଼ି ଧରି ଗାଡ଼ିମଟର ଭାଙ୍ଗିଲେ । ଟାୟାର ଜାଳି ରାସ୍ତା ଅବରୋଧ କଲେ । ରାଜମହଲ ଛକରେ ରୋଗୀଙ୍କୁ ଡାକ୍ତରଖାନା ଛାଡ଼ିଲେନି । ଜନପଥରେ ସ୍ୱାମୀଙ୍କ ସହ ମଟରସାଇକେଲରେ ଯାଉଥିବା ମହିଳାଙ୍କୁ ଟଣାଭିଡ଼ା କଲେ । ଡେଲଟା ଛକରେ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଆକ୍ରମଣ କଲେ । ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସ୍କର୍ପିଓ ଗାଡ଼ିକୁ ଏଜି ଛକରେ ଅଟକାଇ ଦବଙ୍ଗଗିରି କଲେ । ତାଙ୍କ ଗାଡ଼ିକୁ ପିଟି କାଚ ଭାଙ୍ଗିଦେଲେ । ବାଇକ୍ ରାଲିରେ ଯାଇ ରାଜଭବନ ଛକରେ ଧାରଣାରେ ବସିଥିବା ବିଜେପି କର୍ମୀଙ୍କ ସହ ମୁହାଁମୁହିଁ ହେଲେ । ବିଜେଡ଼ି କର୍ମୀମାନେ ସେଠାରେ ଢ଼େଲାମାଡ଼ କରିଥିବା ବିଜେପି ଅଭିଯୋଗ କରିଛି । ରାଜନୀତିର ପାଠରେ ବିଜେଡ଼ିର ତଥାକଥିତ ‘ହରତାଲ୍’ ସଫଳ ଦାବି ହୋଇଥିଲେ ମଧ୍ୟ ଖୋଦ୍ ରାଜଧାନୀରେ ଦଳୀୟ କର୍ମୀଙ୍କ ଦାଦାଗିରି ଆନ୍ଦୋଳନକୁ ଭାଣ୍ଡିଆ କରିଦେଇଛି ।
ଭୁବନେଶ୍ୱରରେ ହରତାଲ୍ କୁ ନେଇ ଗତକାଲିଠାରୁ ବିଜେଡ଼ି-ବିଜେପି କର୍ମୀମାନେ ଛକାଛକିରେ ଥିଲେ । ବିଜେଡ଼ିର ହରତାଲ୍ ରେ ହିଂସା ପୂରାଇ ଭଣ୍ଡୁର କରିବାକୁ ବିଜେପି ଯୋଜନା କରିଥିଲା । ହରତାଲ୍ ସମୟରେ ରାଜଭବନ ସାମ୍ନାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଦଳର କୃଷକ ମୋର୍ଚ୍ଚା ଧାରଣା ଦେବ ବୋଲି ଗତକାଲି ଅଚାନକ ଘୋଷଣା କରିଥିଲା । ବିଭିନ୍ନ ବସ୍ତିରୁ ଲୋକ ଆଣି ବିଜେଡ଼ି ହରତାଲ୍ କୁ ପ୍ରତିହତ କରିବାକୁ ଯୋଜନା କରିଥିଲା । ବିଜେପିର ଏହି ଯୋଜନା ଜାଣି ବିଜେଡ଼ି କର୍ମୀମାନେ ମୁହାଁମୁହିଁ ପାଇଁ ସଜବାଜ ହୋଇଥିଲେ । ତେବେ ନଇ ନଦେଖୁଣୁ ଲଙ୍ଗଳା ହେଲା ଭଳି ସେମାନେ ସକାଳୁ ସକାଳୁ ଆଗ ଉତ୍ପାତ ଆରମ୍ଭ କରିଦେଇଥିଲେ । ହରତାଲ୍ ନାଁରେ ଲୋକଙ୍କୁ ହରକତ କରିଥିଲେ । ରାସ୍ତାରେ ବିଜେଡ଼ି ବ୍ୟାନର ଧରି ଠେଙ୍ଗାବାଡ଼ି ବୁଲାଇଲେ । ଏହା ସହରବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା । ଏଜି ଛକରେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରିଥିଲେ । ପରେ ପୁଲିସ ସେମାନଙ୍କୁ ଗିରଫ କରିନେଇଥିଲା ।
ହରତାଲ୍ ନାଁରେ ବିଜେଡ଼ି କର୍ମୀମାନେ ସାରା ରାଜ୍ୟରେ ଗାଡ଼ି ଚଳାଚଳ ସକାଳୁ ୫ ଘଣ୍ଟା ପାଇଁ ଠପ୍ କରିଦେଇଥିବା ଖବର ମିଳିଛି । ସେଥିପାଇଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ ।ସରକାରଙ୍କ ଅଲ୍ଲିଖିତ ନିର୍ଦ୍ଦେଶରେ ଭୁବନେଶ୍ୱର,କଟକ ସମେତ ବିଭିନ୍ନ ସହରର ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଥିଲା । ସରକାରୀ ଅଫିସ୍ ରେ ଉପସ୍ଥାନ କମ୍ ଥିଲା । ଦୋକାନବଜାର ବନ୍ଦ ରହିଥିଲା । ବିଭିନ୍ନ ସହରରେ କର୍ମୀମାନେ ରାସ୍ତାଘାଟକୁ ଟାୟାର ଜାଳି ଅବରୋଧ କରିଥିଲେ । ଷ୍ଟେସନ୍ ଯାଇ ରେଳଲାଇନ୍ ଉପରେ ପିକେଟିଂ କରିଥିଲେ । ହକ୍ ପାଇଁ ହରତାଲ୍ କରି ବିଜେଡ଼ି କର୍ମୀମାନେ ନିଜ ପତିଆରା ଦେଖାଇଥିଲେ ।
Previous Post

ବିଜେଡ଼ି-ବିଜେପି ଛକାଛକି, ହିଂସାକାଣ୍ଡ ଆଶଙ୍କା

Next Post

ବୈଜୟନ୍ତଙ୍କୁ ଲାଜ !

Next Post
ବୈଜୟନ୍ତଙ୍କୁ ଲାଜ !

ବୈଜୟନ୍ତଙ୍କୁ ଲାଜ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA