Thursday, May 7, 2026 12:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୟଙ୍କୁ ଗାଳି, ସୁପ୍ରିମକୋର୍ଟଙ୍କୁ କେବେ ?

by Our Correspondent
12 Dec, 2017- 05:08 PM
in Latest News, Politics
1 min read
0
ବିଜୟଙ୍କୁ ଗାଳି, ସୁପ୍ରିମକୋର୍ଟଙ୍କୁ କେବେ ?
ଭୁବନେଶ୍ୱର: ବିଜେପିର ବରିଷ୍ଠ ଏବଂ ଅଲୋଡ଼ା ନେତା ବିଜୟ ମହାପାତ୍ର ଗତକାଲି ଫେସବୁକ୍ ରେ ଏକ ଭିଡ଼ିଓ ବାର୍ତ୍ତା ପୋଷ୍ଟିଂ କରିଛନ୍ତି । ମହାନଦୀ ପ୍ରସଙ୍ଗରେ ତାଙ୍କର ମତ ରାଜ୍ୟ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଇଛନ୍ତି । ଛତିଶଗଡ଼ ଡ୍ୟାମ୍ ନିର୍ମାଣ ଯୋଗୁଁ ଓଡ଼ିଶାରେ ମହାନଦୀର ଉପର ଓ ତଳମୁଣ୍ଡ କିଭଳି ପ୍ରଭାବିତ ହୋଇଛି ତାହାର ତଥ୍ୟ ରଖିଛନ୍ତି । ରାଜନୀତିର ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍ରେ ରହି ସେ ଓଡ଼ିଶାର ସ୍ୱାର୍ଥ ପାଇଁ ସ୍ୱର ଉଠାଇଛନ୍ତି । ତାହାକୁ ଭିନ୍ନ ଅର୍ଥରେ ବ୍ୟାଖ୍ୟା ନ କରାଯାଉ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ସେ ଏହା ମଧ୍ୟ କହିବାକୁ ଭୁଲିନାହାନ୍ତି କି ଏହା କାହାକୁ ଭଲ ଲାଗୁ ନ ଲାଗୁ ସେଥିରେ ସେ ବିଚଳିତ ନୁହଁନ୍ତି । ଯାହା ସତ୍ୟ ଓ ରାଜ୍ୟର ସ୍ୱାର୍ଥଜଡ଼ିତ ସେ ପ୍ରସଙ୍ଗରେ ଚୁପ୍ ବସିପାରିବେ ନାହିଁ କି କେନ୍ଦ୍ରର ଅନ୍ୟାୟକୁ ବରଦାସ୍ତ କରିପାରିବେ ନାହିଁ ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ଦାବିକୁ କେନ୍ଦ୍ର ସରକାର ନାଁ କହିବା ପରେ ବିଜୟ ମହାପାତ୍ର ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ, ଛତିଶଗଡ଼ ସହ କେନ୍ଦ୍ର ମିତ୍ରତା ଓ ଓଡ଼ିଶା ସହ ଶତ୍ରୁତା କରିଛି ବୋଲି ସତ୍ୟପାଠ ପ୍ରମାଣିତ କରୁଛି । ଛତିଶଗଡ଼କୁ କେନ୍ଦ୍ର ଅନ୍ଧ ଭାବେ ସହଯୋଗ କରୁଥିବାରୁ ଛତିଶଗଡ଼ କଥା ଠିକ୍ ଲାଗୁଛି ଏବଂ ଓଡ଼ିଶା କଥା ଭୁଲ୍ ଲାଗୁଛି । ଓଡ଼ିଶା ବିରୋଧରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ କେନ୍ଦ୍ର ସହଯୋଗ କରୁଛି । ଓଡ଼ିଶାର ସ୍ୱାଭିମାନ ଉପରେ ଏହା ପ୍ରଚଣ୍ଡ ଆଘାତ ଆଣିଛି ବୋଲି ବିଜୟ କହିଥିଲେ । ତେବେ ଏଠି ବିଜେପି ମୁଣ୍ଡି ବୋଲାଉଥିବା ନେତା ବିଜୟଙ୍କ ମନ୍ତବ୍ୟରେ ଚିହିଁକିଗଲେ । କେନ୍ଦ୍ର ସରକାରଙ୍କ ସପକ୍ଷରେ ଓକିଲାତି କଲେ । ଓଡ଼ିଶାର ସ୍ୱାର୍ଥ କଥା ଭୁଲି ତାହାକୁ ସଂକୀର୍ଣ୍ଣ ରାଜନୀତିକୁ ନେଇଗଲେ । ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ନେତା ବିଜୟ ମହାପାତ୍ରଙ୍କୁ ଗୁରୁତ୍ୱହୀନ ନେତାର ଆଖ୍ୟା ଦେଇ ସେ ପାମ୍ପଡ଼ ବେଲିବା ଆରମ୍ଭ କରିଛନ୍ତି ବୋଲି ହୀନ ଆକ୍ଷେପ କଲେ । ତାଙ୍କ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଓଡ଼ିଶାର ଦାବି ପ୍ରତି ସମବେଦନା ନ ଜଣାଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କଲେ । ସତ୍ୟପାଠ ଉପରେ କେନ୍ଦ୍ର ସରକାରଙ୍କ ବିରୋଧରେ କହୁଥିବା ଲୋକଙ୍କ ବୁଦ୍ଧିମତାକୁ ଓଲଟି ପ୍ରଶ୍ନ କଲେ ।
ମହାନଦୀ ପ୍ରସଙ୍ଗରେ ବିଜେଡ଼ି କିମ୍ବା ବିଜୟ ମହାପାତ୍ରଙ୍କ ପାଟି ଚୁପ୍ କରିବାର ଦମ୍ଭ ରଖିଥିବା ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଚେଲାଚାମଣ୍ଡା ଏବେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଉପରେ କି ଜବାବ ରଖିବେ ତାହା ଏବେ ବଡ଼ ପ୍ରଶ୍ନ । କେନ୍ଦ୍ର ସରକାରଙ୍କ ସପକ୍ଷରେ ଓକିଲାତି କରି ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ ପଚାରିବେ ତ ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପଚାରିଥିବା ପ୍ରଶ୍ନର ବୁଦ୍ଧିମତା ଉପରେ ପ୍ରଶ୍ନ ଉଠାଇବେ ତ ? ସୂଚନାଯୋଗ୍ୟ, ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ନେଇ ଗତକାଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପଚାରିଥିଲେ, ମହାନଦୀ ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ଦୁଇମାସ ତଳେ ଜଣାଇଥିଲ । ତେବେ ଏହି ପ୍ରକ୍ରିୟା କାହିଁକି ତ୍ୱରାନ୍ୱିତ ହୋଇନାହିଁ ? ମୋଟାମୋଟି ଭାବେ, ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମେକୋର୍ଟଙ୍କ ଗତକାଲିର ଶୁଣାଣି ପରେ ଆମ ରାଜ୍ୟର ବିଜେପି ମୁଣ୍ଡିଆଳମାନଙ୍କୁ ଲଜ୍ଜା ଲାଗିବା କଥା । କାରଣ କ୍ଷମତାର ଲାଳସା ଆଗରେ ନିଜ ରାଜ୍ୟର ସ୍ୱାର୍ଥ ସେମାନଙ୍କ ପାଇଁ ତୁଚ୍ଛ ବୋଲି ଜଣାଇଦେଲେଣି । ଛତିଶଗଡ଼ ପାଇଁ ମାର୍ଫତଦାର ସାଜିଥିବା କେନ୍ଦ୍ର ସରକାରଙ୍କୁ ଖୋଦ୍ ସୁପ୍ରିମକୋର୍ଟ ଚଟକଣି ମାରିବା ପରେ ଏମାନଙ୍କ ଅସଲ ରୂପ ଧରାପଡ଼ିଯାଇଛି । ଚଉକି ପାଇଁ ବ୍ୟାକୁଳ ହୋଇପଡ଼ିଥିବା ଏହି ବିଜେପି ନେତାମାନଙ୍କ ପାଇଁ ନିଜ ଜନ୍ମମାଟି ବି ମହତ୍ତ୍ୱ ରଖୁ ନ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟ ବିଜେପିର ଏଭଳି ଆଚରଣ ନିଜ ଗୋଡକୁ କୁରାଢ଼ୀ ମାଇଲା ଭଳି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିବେଚନା କରୁଛନ୍ତି । ବିଜେପି ପାଇଁ ଏହା ବହୁତ ମହଙ୍ଗା ହେବ ବୋଲି ସେମାନଙ୍କ ମତ ।
Previous Post

ୱାନ୍ ଆଣ୍ଡ ଓନଲି ରାହୁଲ

Next Post

ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

Next Post
ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA