Thursday, May 7, 2026 11:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୱାନ୍ ଆଣ୍ଡ ଓନଲି ରାହୁଲ

by Our Correspondent
11 Dec, 2017- 08:10 PM
in Latest News, Politics
1 min read
0
ୱାନ୍ ଆଣ୍ଡ ଓନଲି ରାହୁଲ
-ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଘୋଷିତ
-୧୬ ତାରିଖରେ ନେବେ ଦାୟିତ୍ୱ
ନୂଆଦିଲ୍ଲୀ: ୧୯ ବର୍ଷ ପରେ ଜାତୀୟ କଂଗ୍ରେସ ନୂଆ ନେତୃତ୍ୱ ପାଇଛି । କଂଗ୍ରେସର ସଭାପତି ଭାବେ ରାହୁଲ ଗାନ୍ଧୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ମାଆ ସୋନିଆଙ୍କଠାରୁ ଦଳର ମୁଖିଆ ଦାୟିତ୍ୱ ସମ୍ଭାଳିବେ ୪୭ ବର୍ଷୀୟ ରାହୁଲ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନରେ ରାହୁଲଙ୍କ ନାଁ ଘୋଷଣା କରିଛନ୍ତି ଏଆଇସିସି ରିଟର୍ଣ୍ଣିଂ ଅଫିସର ଏମ.ରାମଚନ୍ଦ୍ରନ୍ । ଆସନ୍ତା ୧୬ ତାରିଖ ଦିନ ୧୧ଟା ବେଳେ ୨୪ ଆକବର ରୋଡସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଏକ ସମାରୋହରେ ରାହୁଲ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ । ଏଥିସହ କଂଗ୍ରେସରେ ଆରମ୍ଭ ହେବ ରାହୁଲ ଯୁଗ ।
କଂଗ୍ରେସର ୧୬ତମ ସଭାପତି ଭାବେ ରାହୁଲଙ୍କ ନାଁ ଘୋଷଣା ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି । ବିଭିନ୍ନ ବର୍ଗର ନେତା ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଶକ୍ତିଶାଳୀ ହେବ ବୋଲି ଆଶା କରିଛନ୍ତି । କଂଗ୍ରେସ ମଙ୍ଗ ଧରିବା ପୂର୍ବରୁ ଗୁଜରାଟ ନିର୍ବାଚନରେ ରାହୁଲ ତାଙ୍କର କରିସ୍ମା ଦେଖାଇଛନ୍ତି । ଦେଶ ତାଙ୍କଠାରୁ ଅନେକ ଆଶା ରଖିଛି ବୋଲି ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି । ଗୁଜୁରାଟ ନିର୍ବାଚନ ଫଳାଫଳ ଘୋଷଣାର ଦୁଇଦିନ ପୂର୍ବରୁ ରାହୁଲ କଂଗ୍ରେସର ମୁଖିଆ ଦାୟିତ୍ୱ ନେଉଥିବାରୁ ସମସ୍ତଙ୍କ ନଜର ଏବେ ତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ରାହୁଲ ନିଜ ମାଆଙ୍କ ନେତୃତ୍ୱରେ କଂଗ୍ରେସ ପାଇଁ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାମନା କରିପାରି ନ ଥିଲେ । ଦେଶର ଭାବୀ ପ୍ରଧାନମନ୍ତ୍ରୀ ଭାବେ କଂଗ୍ରେସ ତାଙ୍କୁ ଉପସ୍ଥାପିତ କରି ବିଫଳତାର ସ୍ୱାଦ ଚାଖିଥିଲା । ରାଜନୀତିରେ ଓ ଦେଶର ନେତୃତ୍ୱ ପାଇଁ ସେ ଅପରିପକ୍ୱ ବୋଲି ବିରୋଧୀମାନେ ସମାଲୋଚନା କରିଥିଲେ ।
ତେବେ ଏଇ କିଛିମାସ ହେଲା ରାହୁଲଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦିଙ୍କୁ ସାମନା କରିବାର କୌଶଳ ହାତେଇ ପାରିଛନ୍ତି । ଗୁଜୁରାଟ ନିର୍ବାଚନ ପ୍ରଚାରରେ ରାହୁଲ ଏହାର ଝଲକ ଦେଖାଇଛନ୍ତି । ମୋଦି ଓ ତାଙ୍କ ବିଜେପିକୁ ସେ ବେଶ୍ ଚତୁର ଓ ଶାଣିତ ଢ଼ଙ୍ଗରେ ଆକ୍ରମଣ ଜାରି ରଖିଛନ୍ତି । ପୂର୍ବରୁ ସେ ଯେଉଁ ଭୁଲ୍ କରୁଥିଲେ ତାହାକୁ ଯଥେଷ୍ଟ ସୁଧାରି ନେଇଥିବା ତାଙ୍କ କାର୍ଯ୍ୟଶୈଳୀରୁ ଜଣାପଡୁଛି । ସାରା ଦେଶରେ ନିଜର କ୍ରେଜ୍ ବଢ଼ାଇବାରେ ରାହୁଲ ସକ୍ଷମ ହୋଇଛନ୍ତି ।
ଗୁଜୁରାଟ ନିର୍ବାଚନ ଫଳାଫଳ ଉପରେ ରାହୁଲଙ୍କ ଭବିଷ୍ୟତ ଅନେକମାତ୍ରାରେ ନିର୍ଭର କରୁଥିବା ରାଜନୈତିକ ବିଶାରଦମାନେ ବିଚାର କରୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୁଜୁରାଟ ଫଳାଫଳ ତାହାକୁ ନିର୍ଣ୍ଣାୟକ ମୋଡ ଦେବ ବୋଲି ସେମାନଙ୍କ ମତ । ତେବେ ଗାନ୍ଧୀ ପରିବାରର ଏହି ଜୁନିୟରଙ୍କ ସର୍ବୋଚ୍ଚ ପଦକୁ ଉତଥାନ ବଂଶାନୁକ୍ରମ ରାଜନୀତି ବୋଲି ଖୋଦ୍ ଦଳ ଭିତରେ କିଛି ନେତା ସମାଲୋଚନା କରିଛନ୍ତି । ଦଳରେ ଗଣତନ୍ତ୍ର ନାହିଁ ବୋଲି ସେମାନେ ଆକ୍ଷେପ କରିଛନ୍ତି । ତେବେ କଂଗ୍ରେସ ରାଜନୀତିରେ ଏହା ଗ୍ରହଣୀୟ ହୋଇପାରିନାହିଁ । ବରଂ ରାହୁଲଙ୍କ ଯୁବ ନେତୃତ୍ୱ ଉପରେ ଦଳର ବରିଷ୍ଠ ନେତାମାନେ ଅଧିକ ଆଶାବାଦୀ ହୋଇଛନ୍ତି । ଗୁଜୁରାଟ୍ ରେ ମୋଦିଙ୍କୁ ରାହୁଲ କଡା ଟକ୍କର ଦେଉଥିବାରୁ ଦେଶର ରାଜନୈତିକ ଦୃଶ୍ୟପଟକୁ ଏବେ ସମସ୍ତଙ୍କ ଅପେକ୍ଷା ।
Previous Post

ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!

Next Post

ବିଜୟଙ୍କୁ ଗାଳି, ସୁପ୍ରିମକୋର୍ଟଙ୍କୁ କେବେ ?

Next Post
ବିଜୟଙ୍କୁ ଗାଳି, ସୁପ୍ରିମକୋର୍ଟଙ୍କୁ କେବେ ?

ବିଜୟଙ୍କୁ ଗାଳି, ସୁପ୍ରିମକୋର୍ଟଙ୍କୁ କେବେ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA