Tuesday, May 26, 2026 12:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ

by Our Correspondent
18 Mar, 2020- 04:19 PM
in Latest News, News
1 min read
0
ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ନିର୍ଦ୍ଧାରିତ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରେସନ୍ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀର ମାତ୍ର ୨୪ ଘଣ୍ଟା ଭିତରେ ୧୨୩୯ ଜଣ ବିଦେଶ ଫେରନ୍ତା ତାଙ୍କର ରେଜିଷ୍ଟ୍ରସନ୍ କରିଥିଲେ । ଆଜି ଏହି ତାଲିକାରେ ଯୋଡି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ବିଦେଶରୁ ଆସିଥିବା ଭଉଣୀଙ୍କର ସମସ୍ତ ବିବରଣୀ ସହ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
ଏଥିସହ କାହାରି ବି ବିଦେଶରୁ ଫେରୁଥିବା ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କର ସମସ୍ତ ତଥ୍ୟ ଦେଇ ଉଦ୍ଦିଷ୍ଟ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପୁନର୍ବାର ଅପିଲ୍ କରିଛନ୍ତି । ଓଡ଼ିଶାକୁ ଏହା କରୋନା ଭାଇରସ୍ ରୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବିଦେଶ ଫେରନ୍ତାଙ୍କ ପାଇଁ ଅନଲାଇନ୍ ରେଜିଷ୍ଟ୍ରସନ୍ ବାଧ୍ୟତାମୂଳକ କରାଯାଇ ଆବଶ୍ୟକ ପ୍ରତିଷେଧକ ଏବଂ ଚିକିତ୍ସା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଆବଶ୍ୟକତାକୁ ଚାହିଁ ନିଜ ଘରେ ବା ହସ୍ପିଟାଲ୍ ରେ ସେମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ରେଜିଷ୍ଟ୍ରେସନ୍ ଏବଂ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ସରକାରଙ୍କ ପକ୍ଷରୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ।
ସପରିବାର ବିଦେଶରୁ ଫେରିବା ପରେ ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସରକାରୀ ୱେବସାଇଟ୍ ରେ ନିଜର ଓ ପରିବାର ସଦସ୍ୟଙ୍କର ରେଜିଷ୍ଟ୍ରେସନ୍ କରାଇ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଲଣ୍ଡନରୁ ଫେରିଥିବା ତାଙ୍କ ପୁଅର ରେଜିଷ୍ଟ୍ରସନ୍ କରାଇ ହୋମ୍ କ୍ୱାରେଣ୍ଟାଇନ କରାଇଥିବା ବେଳେ ଆଇଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ସ୍ମାର୍ଟ ସିଟିର ସିଇଓ ଆର.ଭିନୀଲ୍ କ୍ରିଷ୍ଣା ରେଜିଷ୍ଟ୍ରେସନ୍ କରାଇ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ଉଦ୍ୟମ ଓ ତତ୍ପରତାକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଭୂୟସୀ ପ୍ରଶଂସା କରିଛନ୍ତି । କରୋନା ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡ଼େଲ ସାଜିଥିବା ରାଜ୍ୟପାଳ କହିଛନ୍ତି ।
Previous Post

ହୋମ୍ କ୍ୱାରେଣ୍ଟାଇନ୍ ରେ ଗଜପତି, ଆଇଏଏସ୍ ଭିନିଲ୍ କ୍ରିଷ୍ଣା, ସଞ୍ଜୟଙ୍କ ପୁଅ

Next Post

୪୭ରୁ ୪୬ କରୋନା ନେଗେଟିଭ୍

Next Post
୪୭ରୁ ୪୬ କରୋନା ନେଗେଟିଭ୍

୪୭ରୁ ୪୬ କରୋନା ନେଗେଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA