Tuesday, May 26, 2026 01:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୋମ୍ କ୍ୱାରେଣ୍ଟାଇନ୍ ରେ ଗଜପତି, ଆଇଏଏସ୍ ଭିନିଲ୍ କ୍ରିଷ୍ଣା, ସଞ୍ଜୟଙ୍କ ପୁଅ

by Our Correspondent
17 Mar, 2020- 04:49 PM
in Latest News, News
1 min read
0
ହୋମ୍ କ୍ୱାରେଣ୍ଟାଇନ୍ ରେ ଗଜପତି, ଆଇଏଏସ୍ ଭିନିଲ୍ କ୍ରିଷ୍ଣା, ସଞ୍ଜୟଙ୍କ ପୁଅ
ଭୁବନେଶ୍ୱର: ବିଦେଶରୁ ଫେରିଥିବା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସପରିବାର ଏବଂ ଆଇଏଏସ୍ ଅଫିସର ଆର୍.ଭିନୀଲ୍ କ୍ରିଷ୍ଣା ନିଜ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ପ୍ରଥମେ ସେମାନେ ଅନଲାଇନ୍ ପୋର୍ଟାଲ୍ ରେ ନିଜର ରେଜିଷ୍ଟ୍ରେସନ୍ କରାଇଥିଲେ । ଉଭୟ ସୁସ୍ଥ ଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ ।
କିଛି ଦିନ ତଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସପରିବାର ଆମେରିକା ଯାଇଥିଲେ । ସେଠାରେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗତ ୧୫ ତାରିଖରେ ଫେରିଥିଲେ । ତେବେ କରୋନା ମୁକାବିଲା ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ଗଜପତି ମହାରାଜା ଓ ପରିବାର ସଦସ୍ୟମାନେ ସରକାରଙ୍କ ଅନଲାଇନ୍ ପୋର୍ଟାଲ୍ ରେ ରେଜିଷ୍ଟ୍ରେସନ୍ କରାଇ ସମସ୍ତ ତଥ୍ୟ ଦେଇଥିଲେ । ସମସ୍ତେ ସୁସ୍ଥ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପରାମର୍ଶ ମୁତାବକ ସତର୍କତାମୂଳକ ପଦକ୍ଷେପ ଭାବେ ୧୪ ଦିନ ପାଇଁ ଭୁବନେଶ୍ୱର ବାସଭବନରେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଗଜପତିଙ୍କ ଅଫିସ୍ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ରେ କୁହାଯାଇଛି । ମାର୍ଚ୍ଚ ୪ ତାରିଖ କିମ୍ବା ପରେ ବିଦେଶରୁ ଫେରିଥିବା ବ୍ୟକ୍ତିମାନେ ସରକାରଙ୍କ ଆଦେଶ ମାନି ନିଜର ରେଜିଷ୍ଟ୍ରେସନ୍ କରାଇବା ସହ ସତର୍କତାମୂଳକ ପଦକ୍ଷେପ ଭାବେ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ଗଜପତି ପରାମର୍ଶ ଦେଇଛନ୍ତି ।
ସେହିଭଳି ଗତକାଲିଠାରୁ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ଆଇଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ର ସିଇଓ ଆର୍. ଭିନିଲକ୍ରିଷ୍ଣା । ଏକ ଭିଡ଼ିଓ ଜାରି କରି ସେ ଏହା ଜଣାଇଛନ୍ତି । କିଛି ଦିନ ତଳେ ସେ ବିଦେଶରୁ ଫେରିଥିଲେ । ତେବେ ତାଙ୍କଠାରେ କରୋନା ଭୂତାଣୁ(କୋଭିଡ୍-୧୯)ର କୌଣସି ଲକ୍ଷଣ ନଥିଲେ ମଧ୍ୟ ସରକାରଙ୍କ ଗାଇଡଲାଇନ୍ କୁ ପାଳନ କରିଛନ୍ତି । ଆଜି ସରକାରୀ ୱେବସାଇଟ୍ ରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରାଇଛନ୍ତି । ଗତକାଲିଠାରୁ ହୋମ୍ କ୍ୱାରେଣ୍ଟାଇନ ପାଳନ କରି ଘରେ ରହିଛନ୍ତି । କରୋନା ବିପଦରୁ ରକ୍ଷା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀ ମାନି ସମସ୍ତେ ସହଯୋଗ କରିବାକୁ ଶ୍ରୀ କ୍ରିଷ୍ଣା ଅନୁରୋଧ କରିଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବିଦେଶ ଫେରନ୍ତା ପୁଅ ମଧ୍ୟ ଗତକାଲିଠାରୁ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଗତକାଲି ପୁଅ ଲଣ୍ଡନରୁ ଆସିବା ପରେ ଘରେ କ୍ୱାରେଣ୍ଟାଇନରେ ରହିଥିବା ଏକ ଭିଡ଼ିଓ ବାର୍ତ୍ତାରେ ଜଣାଇଛନ୍ତି ଦାସବର୍ମା । ଏଥିସହ ରାଜ୍ୟ ସରକାରଙ୍କ ଆଡଭାଇଜାରୀ ଅନୁଯାୟୀ ସମସ୍ତେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରି ସଚେତନାର ବାର୍ତ୍ତା ଦେଇଛନ୍ତି ।

୨୪ ଘଣ୍ଟାରେ ୧୨୩୯ ଜଣଙ୍କର ରେଜିଷ୍ଟ୍ରେସନ୍

ବିଦେଶୀ ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ୍ କୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିବା ପରେ ୨୪ ଘଣ୍ଟାରେ ୧୨୩୯ ଜଣ ରେଜିଷ୍ଟ୍ରେସନ୍ କରିଛନ୍ତି । ୧୦୪ ହେଲପ୍ ଲାଇନ୍ ନମ୍ବର ଯୋଗେ ୫୫୪ ଜଣ ଏବଂ ୱେବସାଇଟ୍ ରେ ୬୮୫ ଜଣ ରେଜିଷ୍ଟ୍ରେସନ୍ କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ ଏବଂ ଜନସାଧାରଣ ଏହାର ଅନୁପାଳନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ଶ୍ରୀ ବାଗଚୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ଦେଶରେ ୧,୮୩,୧୧୬ ଜଣ ବ୍ୟକ୍ତି କରୋନା ଭୂତାଣଉରେ ସଂକ୍ରମିତ ହୋଇଛନ୍ତି । ଭାରତରେ ମଙ୍ଗଳବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨୬ ଥିବା ବେଳେ ୩ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।
Previous Post

ବିଦେଶ ଫେରନ୍ତା ତଥ୍ୟ ଦେବାକୁ ବାଧ୍ୟ

Next Post

ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ

Next Post
ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ

ବିଦେଶ ଫେରନ୍ତା ଭଉଣୀଙ୍କର ରେଜିଷ୍ଟ୍ରେସନ୍ କରାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA