Saturday, May 30, 2026 04:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

by Our Correspondent
23 Mar, 2019- 02:50 PM
in Latest News, News, Politics
1 min read
0
ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଗୃହଯୁଦ୍ଧର ଅବସ୍ଥା ସୃଷ୍ଟି ହୋଇଛି । ଟିକେଟ ବଣ୍ଟନରୁ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ବିଦ୍ରୋହ ଆଉ ଗୋଟିଏ କି ଦୁଇଟି ଜାଗାରେ ସୀମିତ ରହିନାହିଁ । ଗତକାଲି ରାତିଅଧରେ ୫ଟି ଲୋକସଭା ଓ ୨୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହେଲା ପରେ ବିଦ୍ରୋହୀଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଯାଇଛି । ଆଜି ବିଜେପି ଅଫିସ ବାହାରେ ବିଦ୍ରୋହୀଙ୍କ ଯାତ୍ରା ଲାଗିଛି । ଅଫିସ ଗେଟ୍ ରେ ତାଲା ପକାଇ ଅମୀୟ ଦାଶଙ୍କ ସମର୍ଥକମାନେ ପଅରଦିନ ରାତିରୁ ଧାରଣାରେ ବସିଥିବା ବେଳେ ଆଜି ଅଧିକରୁ ଅଧିକ ସଂଖ୍ୟକ ସମର୍ଥକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଦିନ ସାଢ଼େ ଗୋଟାଏ ବେଳକୁ ନିଜେ ଅମୀୟ ଦାଶ ଆସି ସମର୍ଥକମାନଙ୍କୁ ବୁଝାସୁଝା କରିବା ପରେ ଗେଟ୍ ତାଲା ଖୋଲିଛନ୍ତି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାଠାରୁ ଆରମ୍ଭ କରି ବରଗଡ଼, କନ୍ଧମାଳ, ସମ୍ବଲପୁର,କୋରାପୁଟ ପ୍ରଭୃତି ଜିଲ୍ଲାରୁ ବିଦ୍ରୋହୀମାନେ ଛୁଟି ଆସିଛନ୍ତି ଭୁବନେଶ୍ୱର । ବିଜେପି ଅଫିସ ସାମନାରେ ପୃଥକ୍ ପୃଥକ୍ ହୋଇ ସେମାନେ ଧାରଣା ଆରମ୍ଭ କରିଦେଇଛନ୍ତି । ଟିକେଟ ପରିବର୍ତ୍ତନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍ କରିଛନ୍ତି ।

ବିଜେପି ଅଫିସ ବାହାରେ ବିଦ୍ରୋହୀଙ୍କ କୋଳାହଳର ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ରାମମନ୍ଦିର ରାସ୍ତାରେ ବାଟୋଇଙ୍କ କୌତୁହଳ ଜମିଛି। ସେପଟେ ବିଜେପି ମୁଖିଆମାନଙ୍କ ମୁହଁ ଲାଜରେ ଝାଉଁଳି ଯାଇଛି । ଆନ୍ଦୋଳନ ଦବାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାୱାର୍ କାମ କରିନାହିଁ । ବିଜେଡ଼ିରୁ ଇସ୍ତଫା ଦେଇଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେପିରେ ଯୋଗଦେବାକୁ ଗତକାଲିଠାରୁ କଥା ଛିଣ୍ଡିଥିଲେ ମଧ୍ୟ ଅଫିସ୍ କୁ ବିଦ୍ରୋହୀମାନେ କବଜାରେ ଥିବାରୁ ମିଶ୍ରଣ ପର୍ବର ସଙ୍କଟ ସୃଷ୍ଟି ହୋଇଥିଲା । ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା ଡରରେ ପାର୍ଟି ଅଫିସ ଆସିଲେ ନାହିଁ । ଶେଷରେ କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନକୁ ମିଶ୍ରଣ ପର୍ବର ଜାଗା ବାଛିଥିଲେ । କେଭିଙ୍କ ଘରେ ନୟାଗଡ଼ ଯୁବରାଣୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ ।

ସକାଳେ ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆନ୍ଦୋଳନକାରୀଙ୍କୁ ପାଲେଇ ବିଜେପି ଅଫିସ ଭିତରକୁ ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ଗେଟ୍ ତାଲା ଫିଟି ନ ଥିଲା । ବାହାରେ ଶ୍ରୀ ମହାପାତ୍ର ଟିଭି କ୍ୟାମେରା ସାମନାରେ ବାଇଟ୍ ଦେଉଥିବା ବେଳେ ଆନେ୍ଦାଳନକାରୀମାନେ ତାଙ୍କୁ ଘଉଡ଼ାଇ ଦେଇଥିଲେ । ଗେଟ୍ ତାଲା ପଡ଼ିଥିବାରୁ ବିଜେପି ଅଫିସ ଭିତରେ କିଛି କର୍ମଚାରୀଙ୍କୁ ଛାଡ଼ିଦେଲେ ଭିତରେ ଆଉ କେହି ନଥିଲେ ।
ସମର୍ଥକମାନେ ଜିଦ୍ ରେ ଅଟଳ ଥିଲେ ବି ଏକାମ୍ର ଆସନରୁ ଟିକେଟ ବଞ୍ଚିତ ଅମୀୟ ଦାଶ ଆଜି ନରମ ପଡ଼ିଥିବା ଦେଖିବାକୁ ମିଳିଛି । ଦଳର ନିଷ୍ପତ୍ତି ବିରୋଧରେ ବିଦ୍ରୋହ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଅମୀୟ କହିଛନ୍ତି । ତେବେ ସମର୍ଥକମାନଙ୍କ ଗତିବିଧି କିନ୍ତୁ ଅଲଗା ବୟାନ କରୁଛି ।
ଗତକାଲି ଲକ୍ଷ୍ମୀପୁରରେ ବିଜେପି ବିଦ୍ରୋହୀମାନେ ବିଜେପି ଅଫିସରେ ଜଳାପୋଡ଼ା କରିଥିଲେ । ଆଜି ଆଳି, ରାଜନଗର, ଜି. ଉଦୟଗିରିରୁ ଆସିଥିବା ଶତାଧିକ ଅସନ୍ତୁଷ୍ଟ କର୍ମୀ ରାଜ୍ୟ ବିଜେପି ଅଫିସ ଆଗରେ ବିଦ୍ରୋହ କରୁଥିବା ଦେଖିବାକୁ ମିଳିଛି । ଠିକ୍ ଲୋକଙ୍କୁ ଟିକେଟ ଦିଆଯାଇନାହିଁ । ଟିକେଟ କାଟି ପୁରୁଣା ଦଳର ସଚ୍ଚା ଆଶାୟୀ ନେତାଙ୍କୁ ଟିକେଟ ଦିଆଯାଉ ବୋଲି ସେମାନେ ଦାବି ଜଣାଇ ନାରାବାଜି କରୁଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ବରଗଡ଼, ସମ୍ବଲପୁର, କଳାହାଣ୍ଡି, କୋରାପୁଟ ଭଳି ଦୂରଦୂରାନ୍ତ ଅଞ୍ଚଳରୁ ମାଳ ମାଳ ଅସନ୍ତୁଷ୍ଟ କର୍ମୀ ବିଜେପି ଅଫିସ ସାମନାରେ ପହଞ୍ଚୁଥିବା ଲକ୍ଷ୍ୟ କରାଯାଇଛି । କୌଣସି ଅଘଟଣ ଆଶଙ୍କାରେ ପୁଲିସ ସେଠାରେ ଜଗି ରହିଛନ୍ତି ।
ଗତକାଲି ଖରିଆର ବିଧାୟକ ଦୁର୍ଯୋଧନ ମାଝୀ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠର ସଂଯୋଜକ ଡାକ୍ତର ରାମକୃଷ୍ଣ ପୁରୋହିତ ଦଳରୁ ଇସ୍ତଫା ଦେଇଛନ୍ତି । ବରଗଡ଼ ଜିଲ୍ଲାର ଏହି ନେତା ଟିକେଟ ପାଇବାକୁ ଆଶା ରଖିଥିଲେ ।

ଗି ରହିଛନ୍ତି ।

Previous Post

ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

Next Post

ଦଳଡିଆଁ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

Next Post
ଦଳଡିଆଁ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

ଦଳଡିଆଁ ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA