Saturday, May 30, 2026 05:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

by Our Correspondent
23 Mar, 2019- 09:30 AM
in Latest News, News, Politics
1 min read
0
ହେମାନନ୍ଦଙ୍କ ସାନ ଝିଅ ପାଇଲେ ସୁନ୍ଦରଗଡ ଏମଏଲଏ ଟିକେଟ

– ରାତିଅଧରେ ଘୋଷଣା ହେଲା କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ତାଲିକା
– ୨ ଲୋକସଭା, ୫୪ ବିଧାନସଭା ପ୍ରାର୍ଥୀ ଘୋଷଣା
– ନିରଞ୍ଜନ ଓ ଅନନ୍ତ ବାପପୁଅଙ୍କ ଟିକେଟ ଝୁଲିଲା

ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସାନଝିଅ ଅମିତା ବିଶ୍ୱାଳ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ । ସେହି ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବଡ଼ଭଉଣୀ ସୁନୀତା । ହେମାନନ୍ଦଙ୍କ ଟିକେଟ୍ ଘୋଷଣା ଅପେକ୍ଷାରେ ଅଛି । ବଲାଙ୍ଗୀର ଲୋକସଭା ଆସନରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ଭବାନୀପାଟଣା ଆସନରୁ ଭକ୍ତଚରଣ ଦାସଙ୍କ ପୁଅ ସାଗର ପ୍ରତାପ ଦାସଙ୍କୁ ଟିକେଟ ମିଳିଛି । ଆଗକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ତାଙ୍କର ବରିଷ୍ଠ ଅନୁଗାମୀ ଅନନ୍ତ ସେଠୀ ବାପପୁଅ ଯୋଡିଙ୍କ ଟିକେଟ ଦେଖିବାକୁ ମିଳିବ । କୌଣସି କାରଣରୁ ବୋଧହୁଏ ତାହା ଅଟକି ରହିଛି । ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କୁ ବି ଟିକେଟ ଦିଆଯାଇପାରେ ।
ଚଳିତ ନିର୍ବାଚନ ଦୃଶ୍ୟପଟରେ କଂଗ୍ରେସର ଏହିଭଳି ବାପ-ପୁଅ-ଝିଅଙ୍କ ଯୋଡି ଦେଖିବାକୁ ମିଳୁଛି । ଗଲାକାଲି କଂଗ୍ରେସ ରାତି ଅଧରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦୁଇଟି ଲୋକସଭା ଏବଂ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବଲାଙ୍ଗୀର ଲୋକସଭା ଆସନରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ କୋରାପୁଟରୁ ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଉଲ୍ଲାକା ପ୍ରାର୍ଥୀ ହୋଇଛନ୍ତି ।
ଘୋଷିତ ୫୪ ଜଣିଆ ବିଧାନସଭା ତାଲିକାରେ ୬ ଜଣ ମହିଳା ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ରୁ ଅମିତା ବିଶ୍ୱାଳ,ନୀଳଗିରିରୁ ମନୋଜ ମଞ୍ଜରୀ ଦେବୀ,କୋରେଇରୁ ବନ୍ଦିତା ପରିଡ଼ା, ଭୁବନେଶ୍ୱର ଏକାମ୍ରରୁ ରଶ୍ମିରେଖା ମହାପାତ୍ର, ରଣପୁରରୁ ଶୁଭଶ୍ରୀ(ମିଲି) ପଣ୍ଡା ଏବଂ ଛେଣ୍ଡିପଦାରୁ ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା ।
ପ୍ରଥମ ପର୍ଯ୍ୟାୟ ତାଲିକାରେ ଦିଗପହଣ୍ଡି ଆସନରୁ ବିସ୍ମୟ ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଥିଲା । ମାତ୍ର ତାଙ୍କ ନାଁ କୁ କାଟି ଦିଆଯାଇଛି । ସେହି ଜାଗାରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ନୂଆ ପ୍ରାର୍ଥୀ ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ପ୍ରସାଦ ହରିଚନ୍ଦନଙ୍କ ନାଁ ରହିଛି । ଜୟଦେବ ଆନନ୍ଦପୁରରୁ ଏବଂ ପ୍ରସାଦ ସତ୍ୟବାଦୀରୁ ଲଢ଼ିବେ । ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଜଟଣୀରୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ।
ବିଧାୟକ ଡାକ୍ତର ଡାକ୍ତର ପ୍ରଫୁଲ୍ଲ ମାଝୀ, ଚିରଞ୍ଜିବୀ ବିଶ୍ୱାଳ, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, କୈଳାସ କୁଲେସିକା,ଚନ୍ଦ୍ରଶେଖର ମାଝୀ ଏବଂ କେ.ସୂର୍ଯ୍ୟ ରାଓଙ୍କୁ ଟିକେଟ୍ ମିଳିଛି । ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍ ବିଜେପୁରରୁ ଲଢ଼ିବେ ନବୀନ ପଟ୍ଟନାୟକଙ୍କ ସହ । ଦୁଇଦିନ ତଳେ କଂଗ୍ରେସରେ ମିଶିଥିବା ନବୀନ ନନ୍ଦ ଢ଼େଙ୍କାନାଳ ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
Previous Post

ଚର୍ଚ୍ଚାରେ ରହିଗଲେ ମୋଦି,ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ୍ ପାତ୍ର

Next Post

ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

Next Post
ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

ବିଦ୍ରୋହୀଙ୍କ କବଜାରେ ରାଜ୍ୟ ବିଜେପି ଅଫିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA