Friday, August 28, 2026 12:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାୟକଙ୍କୁ ନବୀନଙ୍କ ଟିପ୍ସ: ସରଳ ଜୀବନ କାଟ, ଶାଳୀନତା ରଖ

by Our Correspondent
13 Sep, 2019- 03:13 PM
in Latest News, News
1 min read
0
ବିଧାୟକଙ୍କୁ ନବୀନଙ୍କ ଟିପ୍ସ: ସରଳ ଜୀବନ କାଟ, ଶାଳୀନତା ରଖ
ଭୁବନେଶ୍ୱର: ନିର୍ବାଚିତ ଲୋକ ପ୍ରତିନିଧିମାନେ ସଂଯମ ଓ ଶାଳୀନତା ରକ୍ଷା କରନ୍ତୁ । ନିଜେ ସରଳ ଜୀବନଯାପନ କରିବା ସହ ସାଧାରଣ ଲୋକଙ୍କ ପ୍ରତି ସହାନୁଭୂତିଶୀଳ ହେଲେ ଯାଇ ରାଜ୍ୟର ବିକାଶ ହେବ । ଷୋଡ଼ଶ ବିଧାନସଭାର ସଦସ୍ୟମାନଙ୍କୁ ଆଜି ଏହି ମନ୍ତ୍ର ପଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକମାନେ ସେମାନଙ୍କ ଆଚରଣରେ ସରଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଲୋକସଭା ସଚିବାଳୟ ସହଯୋଗରେ ଓଡ଼ିଶା ବିଧାନସଭା ପକ୍ଷରୁ ବିଧାୟକମାନଙ୍କ ପାଇଁ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ଭିନ୍ନ ମତ ରଖିବା ସମସ୍ତଙ୍କ ପାଇଁ ଏକ ଅଧିକାର । ତେବେ ଏହି ଅଧିକାର ସାବ୍ୟସ୍ତ କରିବା ବେଳେ ବିଧାୟକମାନେ ଶାଳୀନତା ଭୁଲିଯିବା ଠିକ୍ ନୁହେଁ । କୌଣସି ପରିସ୍ଥିତିରେ ଏହି ଗଣତାନ୍ତ୍ରିକ ଭିନ୍ନ ମତ ଶାଳୀନତାକୁ ବଳି ଯିବା ଉଚିତ୍ ନୁହେଁ । ଭାରତବର୍ଷର ବିବିଧତା ସତ୍ତ୍ୱେ ଦେଶର ଗଣତନ୍ତ୍ର ଦିନକୁ ଦିନ ସୁଦୃଢ଼ ହେଉଛି । ଗଣତନ୍ତ୍ରର ଏହି ସଫଳତାର ଶ୍ରେୟ ହେଉଛନ୍ତି ସାଧାରଣ ଜନତା । ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ସେମାନଙ୍କ ବିଶ୍ୱାସ ଯୋଗୁଁ ଏହା ସମ୍ଭବ ହୋଇଛି । ସୁତରାଂ ସାଧାରଣ ଜନତା ହେଉଛନ୍ତି ପ୍ରକୃତ ମାଷ୍ଟର । ନିର୍ବାଚିତ ଲୋକପ୍ରତିନିଧିମାନେ ଏହାକୁ ଭଲ ଭାବେ ହୃଦୟଙ୍ଗମ କରିବା ଉଚିତ୍ । ଯିଏ ଯେ କୌଣସି ପଦବୀରେ ରହୁନ୍ତୁ ନା କାହିଁକି, ଲୋକମାନେ ହେଉଛନ୍ତି ସୁପ୍ରିମ୍ । ତେଣୁ ସାଧାରଣ ଜନତାଙ୍କୁ ସବୁ କାର୍ଯ୍ୟର କେନ୍ଦ୍ରରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବିଧାୟକଙ୍କ ଦାୟିତ୍ୱ ବୁଝାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଧାୟକମାନଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ପ୍ରଣୟନ କରିବା । ସେଥିପାଇଁ ସବୁ ବିଷୟରେ ସୂଚନା ରଖିବା ଦରକାର । ବିଧାନସଭା କାର୍ଯ୍ୟବିଧି ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ଦରକାର । ସର୍ବୋପରି ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗ ଏବଂ ନୀତି ନିୟମ ବୁଝିବା ଦରକାର । ବିଧାୟକମାନେ ଏସବୁ ବୁଝି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଲେ ଯାଇ ପରିବର୍ତ୍ତନରେ ସେମାନଙ୍କର ପ୍ରକୃତ ସହଭାଗିତା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପ୍ରାଇଡ଼ ଲୋକସଭାର ନିର୍ଦ୍ଦେଶକ ପୁଲିନ୍ ଭୂତିଆ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ଭାଷଣ ଦେଇଥିଲେ ।
Previous Post

ଘରୋଇ ସ୍ୱାସ୍ଥ୍ୟସେବାର ବ୍ରାଣ୍ଡ ଆମ୍ବାସଡ଼ର ସାଜିଲେ ସ୍ୱାସ୍ଥ୍ୟମନ୍ତ୍ରୀ

Next Post

ପୁରୀ ପ୍ରକଳ୍ପ ଦାୟିତ୍ୱରେ ୫ ଯୁବ ଆଇଏଏସ୍

Next Post
ପୁରୀ ପ୍ରକଳ୍ପ ଦାୟିତ୍ୱରେ ୫ ଯୁବ ଆଇଏଏସ୍

ପୁରୀ ପ୍ରକଳ୍ପ ଦାୟିତ୍ୱରେ ୫ ଯୁବ ଆଇଏଏସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA