ଭୁବନେଶ୍ୱର: ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ଆଜି ହୃଦଘାତ୍ ରେ ପରଲୋକ ହୋଇଯାଇଛି । ଯକୃତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଏମସ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା ।
ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ମଦନ ଦତ୍ତ ବିଜେପିର ଜଣେ ଟାଣୁଆ ସଂଗଠକ ଏବଂ ଲୋକପ୍ରିୟ ନେତା ଥିଲେ । ବିଜେପି ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ ଥିଲା । ଗତ ନିର୍ବାଚନରେ ବିଜେଡ଼ିର ଟାଣୁଆ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଶ୍ରୀ ଦତ୍ତଙ୍କ ବିୟୋଗ ବିଜେପି ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଜଣେ ଟାଣୁଆ ନେତାଙ୍କୁ ହରାଇଛି ଦଳ ।