Thursday, April 30, 2026 05:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧି ରକ୍ଷା ହେବ; ଏବର୍ଷ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା

by Our Correspondent
24 Apr, 2020- 10:40 PM
in Latest News, News
1 min read
0
ବିଧି ରକ୍ଷା ହେବ; ଏବର୍ଷ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା
ଭୁବନେଶ୍ୱର: ରଥଯାତ୍ରା ପ୍ରସ୍ତୁତିର ପ୍ରାରମ୍ଭିକ ବିଧି ଚଳିତବର୍ଷର ଅକ୍ଷୟ ତୃତୀୟା ଶ୍ରୀମନ୍ଦିର ଭିତରେ ପାଳନ ହେବ । କରୋନା ସଙ୍କଟରୁ ରକ୍ଷା ସକାଶେ ସାମାଜିକ ଦୂରତ୍ୱ ପାଳନ କରାଯାଉଥିବାରୁ ମହାପ୍ରଭୁଙ୍କ ଏହି ପରମ୍ପରା ରଥଖଳାରେ ଅନୁଷ୍ଠିତ ହେବା ସମ୍ଭବ ହେଉନାହିଁ । ତେବେ ବିଧି ରକ୍ଷା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେବା ପରେ ଅକ୍ଷୟ ତୃତୀୟାର ରଥକାଠ ଅନୁକୂଳ ବିଧି ଶ୍ରୀମନ୍ଦିର ମେଘନାଦ ପାଚେରୀ ଭିତରେ କରାଯିବାକୁ ନିଷ୍ପତ୍ତି ହୋଇଛି । ୨୧ ଦିନିଆ ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ଭିତରେ ପାଳନ କରିବାକୁ ଯୋଜନା କରାଯାଇଛି । ସେବାୟତମାନଙ୍କ ସହ ଆଲୋଚନା ପରେ ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଦିନକ ପରେ ଅକ୍ଷୟ ତୃତୀୟା ଥିବାରୁ ତାହା ପାଳନ ହୋଇପାରିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ ଓ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ଆଜି ଦିନବେଳେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ ଏବଂ ସେବାୟତମାନଙ୍କର ବୈଠକ ବସିଥିଲେ ମଧ୍ୟ ନିଷ୍କର୍ସ ବାହାରି ପାରି ନ ଥିଲା । ମେ ୩ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ ଡାଉନ୍ କଟକଣା ଥିବାରୁ ରଥଯାତ୍ରା ପରମ୍ପରା କିଭଳି ସମ୍ଭବ ହେବ ତାହାର ବିକଳ୍ପ ଖୋଜାଯାଇଥିଲା । ପରମ୍ପରା ବନ୍ଦ ନ ହେଉ ବୋଲି ସମସ୍ତଙ୍କର ମତ ଥିଲା । ତେବେ ଚୂଡ଼ାନ୍ତ ନିଷ୍ପତ୍ତିରେ ଉପନୀତ ହେବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ାଯାଇଥିଲା ।

ସଂଧ୍ୟା ୭ଟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକ ହୋଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ । ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ପଷ୍ଟ ମତ ଥିଲା ଯେ ମହାପ୍ରଭୁଙ୍କ ପରମ୍ପରା ବନ୍ଦ ନ ହେଉ । ବିଧି ରକ୍ଷା ହେଉ । ଶଙ୍କରାଚାର୍ଯ୍ୟଙ୍କ ଏହି ପରାମର୍ଶକୁ ସମସ୍ତେ ମାନିଥିଲେ । ମେ ୩ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା ।
ମେ ୩ ତାରିଖରେ ଲକ୍ ଡାଉନ୍ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବିଶେଷକରି ସମୟ ଅନୁକୂଳ ନ ରହିଲେ ରଥଯାତ୍ରା ପାଳନର ବିକଳ୍ପ ଖୋଜାଯିବ ବୋଲି ସ୍ପଷ୍ଟ ହୋଇଯାଇଛି ।
ସୂଚନାଥାଉକି, ୧୭୩୬ ମସିହାରୁ କ୍ରମାଗତ ୨୮୪ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ବିଭିନ୍ନ କାରଣରୁ ୪୨୫ ବର୍ଷ ଭିତରେ ୩୨ ଥର ରଥଯାତ୍ରା ଅନୁଷ୍ଠିତ ହୋଇପାରିନାହିଁ । ଚଳିତବର୍ଷ କରୋନା ଯୋଗୁଁ ରଥଯାତ୍ରା ପାଳନ ହୋଇପାରିବ କି ନାହିଁ ସେଥିନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ।
Previous Post

ଭଦ୍ରକରୁ ଗୋଟିଏ ଦିନରେ ୫ ପଜିଟିଭ୍ , ସମସ୍ତେ କୋଲକତା ଫେରନ୍ତା

Next Post

ଅଡିଟ୍ ହେବନି ପିଏମ୍ କେୟାରସ୍ ଫଣ୍ଡ !

Next Post
ଅଡିଟ୍ ହେବନି ପିଏମ୍ କେୟାରସ୍ ଫଣ୍ଡ !

ଅଡିଟ୍ ହେବନି ପିଏମ୍ କେୟାରସ୍ ଫଣ୍ଡ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA