ଭୁବନେଶ୍ୱର: ଆଜି ସକାଳେ ଭଦ୍ରକର ଜଣେ ୪୦ ବର୍ଷର ଯୁବକଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ ଅପରାହ୍ନରେ ଆଉ ୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତିହିଡ଼ି ବ୍ଲକ୍ ର ଦୁଇ ଏବଂ ଧାମନଗର ବ୍ଲକ୍ ର ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦,୨୯,୪୧ ଏବଂ ୨୪ ବର୍ଷ । ଏମାନେ ବି କୋଲକତାରୁ ଫେରିଥିଲେ ।
ଭଦ୍ରକର ଏହି ନୂଆ ୪ ପଜିଟିଭ୍ ଙ୍କୁ ମିଶାଇ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଛି । ଆଉ ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରେ ପହଞ୍ଚିଛି । ଏବେ ୬୦ ଆକ୍ରାନ୍ତ(ଆକ୍ଟିଭ୍) ଚିକିତ୍ସିତ ହେଉଛନ୍ତି ।