Thursday, April 30, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଡିଟ୍ ହେବନି ପିଏମ୍ କେୟାରସ୍ ଫଣ୍ଡ !

by Our Correspondent
25 Apr, 2020- 07:26 AM
in Latest News, National, News
1 min read
0
ଅଡିଟ୍ ହେବନି ପିଏମ୍ କେୟାରସ୍ ଫଣ୍ଡ !
ପିଏମ୍ କେୟରସ୍ ବା Prime Minister’s Citizen Assistance and Relief in Emergency Situations ଫାଣ୍ଠିର ଆୟ-ବ୍ୟୟ ଅଡିଟ୍ ହେବନି । କଂପ୍ଟ୍ରୋଲର୍ ଆଣ୍ଡ ଅଡିଟର ଜେନେରାଲ୍ ବା CAG ଏହି ପାଣ୍ଠିକୁ ମିଳିଥିବା ଅନୁଦାନ କିମ୍ବା ତାର ଖର୍ଚ୍ଚ ନେଇ ନିଜ ଆଡୁ କୌଣସି ଅଡିଟ୍ କରିପାରିବେ ନାହିଁ । ପୂର୍ବରୁ 1948ରୁ ଦେଶରେ ଥିବା Prime Minister’s National Relief Fund, ପିଏମଏନଆରଏଫ୍ ଭଳି ପିଏମ୍ କେୟାରସ୍ ଫଣ୍ଡ ମଧ୍ୟ ସିଏଜିଙ୍କର ଅଡିଟ୍ ପରିସରଭୁକ୍ତ ନୁହେଁ ।
          ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କେୟାରସ୍ ଫଣ୍ଡର ଅଧ୍ୟକ୍ଷ ଥିବା ବେଳେ ତାଙ୍କ କ୍ୟାବିନେଟର କିଛି ବରିଷ୍ଠ ମନ୍ତ୍ରୀ ଏହାର ଟ୍ରଷ୍ଟି ଅଛନ୍ତି । ଏହି ପାଣ୍ଠିକୁ ସାଧାରଣ ଲୋକେ ଏବଂ କିଛି ସଂଗଠନ ଦେଶର ହିତ ଉଦ୍ଦେଶ୍ୟରେ ଦାନ କରିଥିବାରୁ ଏହା ଅଡିଟ୍ ପରିସରଭୁକ୍ତ ନୁହେଁ ବୋଲି ସିଏଜି କହିଛନ୍ତି । ତେବେ ଯଦି କୌଣସି ଟ୍ରଷ୍ଟି ଚାହାନ୍ତି, ଅଡିଟ୍ ହୋଇପାରେ ବୋଲି ସିଏଜିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ସରକାରୀ ନିୟମ ଅନୁୟାୟୀ ଅନ୍ୟ ଯେ କୌଣସି ଇଣ୍ଡିପେଣ୍ଡେଣ୍ଟ୍ ଅଡିଟ୍ ସଂସ୍ଥାକୁ ଅଡିଟ୍ ପାଇଁ ଟ୍ରଷ୍ଟିମାନେ ମଧ୍ୟ ନିଯୁକ୍ତ କରିପାରିବେ ।
          ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ ଗତ ମାର୍ଚ୍ଚ 28 ତାରିଖରେ କେନ୍ଦ୍ର ସରକାର, ପିଏମ୍ କେୟାରସ୍ ଫଣ୍ଡ ଗଠନ କରିଛନ୍ତି । ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି ବା PMNRFକୁ ନେଇ କୌଣସି ବିବାଦ ନଥିବା ବେଳେ ସମାନ୍ତରାଳ ଭାବେ ଗଠନ ହେଲା ପିଏମ୍ କେୟାରସ୍ ଫଣ୍ଡ । ଯାହାକୁ ନେଇ ବିରୋଧୀ ଦଳ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଲେ । କିନ୍ତୁ ସରକାର, ତାହା ଉପରେ ସ୍ପଷ୍ଟୀକରଣ ଦେବା ବଦଳରେ ବିଭିନ୍ନ ଗଣମାଧ୍ୟମରେ ଛାଇଗଲା ବିଜ୍ଞାପନ ପରେ ବିଜ୍ଞାପନ । କ୍ୟାବିନେଟ୍ ସଚିବ ଠାରୁ ଆରମ୍ଭ କରି ମନ୍ତ୍ରୀ, ପିଏମ୍ କେୟାରସ୍ ଫଣ୍ଡ ପାଇଁ ଆଡଭୋକେସି କଲେ । ସେପଟେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ବିଜ୍ଞାପନ, ସାଧାରଣ ଲୋକ ଏବଂ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଆକୃଷ୍ଟ କରିଛି ଏହି ପାଣ୍ଠି ଆଡ଼କୁ ।
          1948ରୁ ଗଠିତ Prime Minister’s National Relief Fundର ଆୟବ୍ୟୟକୁ ନେଇ ଅଡିଟ୍ ବ୍ୟବସ୍ଥା ନଥିବା ବେଳେ 2013ର ଉତ୍ତରାଖଣ୍ଡ ବନ୍ୟା ପରେ କିନ୍ତୁ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବନ୍ୟା ପରବର୍ତ୍ତୀ ରିଲିଫ୍ ପ୍ରଦାନ ନେଇ CAG ଅଡିଟ୍ କରି ନଥିଲେ ସତ, କିନ୍ତୁ ସରକାରୀ ଅଡିଟ୍ ସଂସ୍ଥାର ଏ ସଂକ୍ରାନ୍ତ ପ୍ରଶ୍ନକୁ ବିରୋଧ କରି ନଥିଲେ । ସେପଟେ କିନ୍ତୁ ବିଭିନ୍ନ ଦେଶର ଅନୁଦାନରେ ପରିଚାଳିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପାଣ୍ଠି ନେଇ ଅଡିଟ୍ ବ୍ୟବସ୍ଥା ରହିଛି । ଆଗାମୀ 4 ବର୍ଷ ପାଇଁ ଭାରତର CAG, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠିର ଅଡିଟ୍ ଦାୟିତ୍ୱ ନେଇଛି ।
          ଗୋଟିଏ ପାଣ୍ଠି ଥାଉ ଥାଉ ସମାନ ଉଦ୍ଦେଶ୍ୟରେ ସମାନ୍ତରାଳ ଭାବେ ଗଠନ ହେଲା ଆଉ ଗୋଟେ ପାଣ୍ଠି । ଯେଉଁଥିରେ ଦେଶର ହିତ ପାଇଁ ସାଧାରଣ ଲୋକେ, ବିଭିନ୍ନ କର୍ପୋରେଟ୍ ସଂସ୍ଥା ଏବଂ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମୁକ୍ତ ହସ୍ତରେ ଦାନ କରିଛନ୍ତି । ତେବେ ଏହି ଦାନ କରମୁକ୍ତ ଥିଲେ ମଧ୍ୟ ପାଣ୍ଠିରେ କେତେ ଟଙ୍କା ପଡ଼ିଲା, ତାହା ଜାଣିବାର ଅଧିକାର କାହାର ନାହିଁ ।
Previous Post

ବିଧି ରକ୍ଷା ହେବ; ଏବର୍ଷ ଶ୍ରୀମନ୍ଦିର ଭିତରେ ଅକ୍ଷୟ ତୃତୀୟା

Next Post

କଟକଣା କୋହଳ: ଅଧା କର୍ମଚାରୀରେ ଦୋକାନ ଖୋଲିବ

Next Post
କଟକଣା କୋହଳ: ଅଧା କର୍ମଚାରୀରେ ଦୋକାନ ଖୋଲିବ

କଟକଣା କୋହଳ: ଅଧା କର୍ମଚାରୀରେ ଦୋକାନ ଖୋଲିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA