Monday, May 25, 2026 04:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଷ୍ଣୁଙ୍କ ଗାଲରେ ଚୂନ

by Our Correspondent
19 Mar, 2017- 02:05 PM
in Latest News
0
ବିଷ୍ଣୁଙ୍କ ଗାଲରେ ଚୂନ

ଭୁବନେଶ୍ୱର: ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟାଇ ନବୀନ ନାଲିବତୀ ଧରାଇଛନ୍ତି । ରାଜ୍ୟସଭାରେ ତାଙ୍କର ୯ ମାସ ଅବଧି ନ ପୂରୁଣୁ ନବୀନଙ୍କର ଏହି କ୍ୟାବିନେଟ୍ ଲଡୁ ପଛର ରହସ୍ୟ କାହାରିକୁ ବୁଝାପଡୁନି । ରାଜ୍ୟ ସରକାର ଅନେକ ଗୁଡ଼ାଏ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ଯୋଜନା ବୋର୍ଡର ଗୁରୁତ୍ୱ ଅଧିକ ବୋଲି ଧାରଣା ଦିଆଯାଇଛି । ଆଉ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ବିଷ୍ଣୁ କୁଆଡେ ପୂରା ଫିଟ୍ ମାନେ ଟେଲରିଂ ମେଜର୍ ବୋଲି ନବୀନ ତାଙ୍କୁ ବୁଝାଇଛନ୍ତି । ସକାଳେ ବିଷ୍ଣୁଙ୍କୁ ବିଜେଡ଼ି ଦଳିତ ସେଲ୍ ର ଆବାହକ ନିଯୁକ୍ତି ଦିଆଯାଇଥିଲା ବେଳେ ସଂଧ୍ୟାବେଳକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲଡୁ ଦେଇ ନବୀନ ତାଙ୍କୁ ଅଧିକ ଗୁରୁତ୍ୱ ଦେଇଥିବା ପ୍ରଚାର ହେଉଛି । ଏହି ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟମୁହାଁ ବିଜେଡ଼ି ଓ ଶାସନକଳର ପୁର୍ନବ୍ୟାସ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଦଳିତବର୍ଗର ବରିଷ୍ଠ ନେତା ବିଷ୍ଣୁ ଦାସ ଏଥିରେ କେତେ ଖୁସି ଆମେ ଜାଣୁନା । ହେଲେ ଆମ ପ୍ରଶ୍ନ, ଯଦି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦକୁ ମୁଖ୍ୟମନ୍ତ୍ରୀ ଏତେ ଗୁରୁତ୍ୱ ଭାବୁଛନ୍ତି ତେବେ ବିଷ୍ଣୁ କ’ଣ ସେଥିପାଇଁ ଫିଟ୍? ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କି ପୂର୍ବତନ ଯୋଜନା ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ଭଳି ନେତାଙ୍କୁ କ’ଣ ଏହି ପଦବୀ ପାଇଁ ଅଯୋଗ୍ୟ ମଣିଲେ? ମାତ୍ର ସେୟା ନ କରି ଦଳିତବର୍ଗର ବିଷ୍ଣୁଙ୍କୁ ନାଲିବତୀ ଥୋପରେ ଭିଡ଼ି ଆଣିଲେ । ଆମ ଖବର ଅନୁଯାୟୀ, ରାଜ୍ୟସଭା ଛାଡ଼ିବାକୁ ବିଷ୍ଣୁ ଆଦୌ ଆଗ୍ରହୀ ନ ଥିଲେ । ମାତ୍ର ନବୀନ ଦିଲ୍ଲୀରୁ ଫେରିଲା ଦିନ ହିଁ ତାଙ୍କୁ ନବୀନ ନିବାସ ଡକାଇ ବାଧ୍ୟ କରାଗଲା । ଏପରିକି ରାଜ୍ୟସଭା ଇସ୍ତଫାପତ୍ରରେ ତାଙ୍କଠାରୁ ଆଗୁଆ ଦସ୍ତଖତ କରାଇ ନିଆଗଲା । ଅତଏବ କାହାକୁ ଜଣେ ରାଜ୍ୟସଭାରେ ଥଇଥାନ ପାଇଁ ବିଷ୍ଣୁଙ୍କୁ ବଳି ପକାଯାଇଛି । ସେହି ବ୍ୟକ୍ତିଜଣଙ୍କ କିଏ ଏବଂ ହଠାତ୍ ନବୀନ ତାଙ୍କୁ ଦିଲ୍ଲୀ ପଠାଇବାକୁ କାହିଁକି ମନସ୍ଥ କଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

୭ ଦିନର ରହଣୀ ପରେ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଆକ୍ସନ୍ ମୁଡରେ ଫେରିଛନ୍ତି । ଯାହାକି ଅବିଳମ୍ବେ ବିଷ୍ଣୁଙ୍କଠାରୁ ବହିନି ହୋଇଛି । କୁଆଡେ ଦଳ ଓ ସରକାରକୁ ସେ ଆମୂଳଚୂଳ ବଦଳେଇବେ । ତେବେ ରାଜନୈତିକ ମହଲର କହିବା କଥା, ମୁଖ୍ୟମନ୍ତ୍ରୀ ବିଷ୍ଣୁଙ୍କଠାରୁ ଏହା ଆରମ୍ଭ କରିବା ବୁମେରାଂ ହୋଇପାରେ । ଦଳିତ ବର୍ଗକୁ ହୁଏତ ଅଲଗା ବାର୍ତ୍ତା ଯାଇପାରେ । ଆକ୍ସନ୍ ମୁଡରେ ଥିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଶିକାର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ହେବା କଥା । ଅନନ୍ତଙ୍କ ଯୋଗୁଁ ଦଳର ଭାବମୂର୍ତ୍ତି ଯେମିତି କ୍ଷତାକ୍ତ ହୋଇଛି ସେଥିରେ ତାଙ୍କୁ ମୁହୁର୍ତ୍ତେ ମାତ୍ର ସେଇ ପଦବୀରେ ରଖିବା ଠିକ୍ ହେଉ ନାହିଁ । ଅନନ୍ତଙ୍କୁ କାହିଁକି ସମ୍ଭାଳିଛନ୍ତି ଏବଂ ତାଙ୍କ ଉପରେ ହାତ ନ ମାରି ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ରାଜନୈତିକ ପଣ୍ଡିତଙ୍କୁ ଚକିତ କରିଛି ।

ସେଇଭଳି ସରକାର କଥା । ବିଧାନସଭା ପରେ ମନ୍ତ୍ରୀମଣ୍ଡଳ ବଦଳିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେଥିରେ ନବୀନଙ୍କ ଖଣ୍ଡାଚାଳନାକୁ ଏବେ ସମସ୍ତ ଅପେକ୍ଷା କରିଛନ୍ତି । ଅନନ୍ତ ନାରାୟଣଙ୍କୁ ସୁରକ୍ଷା ଦେଲା ଭଳି ଯଦି ଦଳ ଓ ସରକାରକୁ ବଦନାମ କରିଥିବା ମନ୍ତ୍ରୀଙ୍କୁ ସେ ସୁରକ୍ଷା ଦିଅନ୍ତି ତେବେ ଲୋକେ ତାହା ଗ୍ରହଣ କରିପାରିବେନି । ଲାଲବିହାରି ହିମିରିକା, ଯୋଗେନ୍ଦ୍ର ବେହେରା କି ସୁଦାମ ମାରାଣ୍ଡିଙ୍କ ମନ୍ତ୍ରୀପଦ ଉପରେ ଓଡ଼ିଶାବାସୀଙ୍କ ନଜର ନାହିଁ । ଦଳ ଓ ସରକାରରେ ମୁଣ୍ଡି ଏବଂ ମାମଲତକାର ଦେଖାଉଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କଲେ ନବୀନଙ୍କ ଖଣ୍ଡାଚାଳନା ଯେ ପ୍ରଭାବୀ ହେବ ନାହିଁ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ବିବାଦୀୟ ମାମଲତକାର ମନ୍ତ୍ରୀମାନେ କେବଳ ଭୋଟରଙ୍କ ରୋଷରେ ନାହାନ୍ତି । ଦଳର ଅଧିକାଂଶ ବିଧାୟକ ସେମାନଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକୁଛନ୍ତି । ଦଳ ସେମାନଙ୍କ ଯୋଗୁଁ ଆଜି ସଙ୍କଟରେ ପଡ଼ିଛି ବୋଲି ଜୋର୍ ଦେଇ କହୁଛନ୍ତି । ସେଭଳି କଳଙ୍କିତ, ଉଦ୍ଧତ ଓ ଅହଂକାରୀମାନଙ୍କୁ ମନ୍ତ୍ରୀ ପଦରେ ରଖି ଆଗାମୀ ସାଧାରଣ ନିର୍ବାଚନ ପାର୍ ହେବାର ସ୍ୱପ୍ନ ସମ୍ଭବ ନୁହେଁ ବୋଲି ସେମାନେ ଖୋଲାଖୋଲି କହୁଛନ୍ତି ।

ସବୁ କଳ୍ପନାଜଳ୍ପନା ଭିତରେ ଏବେ ନବୀନଙ୍କ କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କ ଅପେକ୍ଷା । ଯଦି ଠିକ୍ ଜାଗାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବେ ତେବେ ବିଜେପିର ସୁଅକୁ ରୋକିବା ସମ୍ଭବ ହେବ ନାହିଁ । ଏମିତି କି ଆଗାମୀ ନିର୍ବାଚନବେଳକୁ ଦଳୀୟ ବିଧାୟକଙ୍କୁ ନିଜ ଗୋଠରେ ରଖିବା ତାଙ୍କ ପାଇଁ ମୁସ୍କିଲ୍ ହୋଇପଡ଼ିବ ।

Previous Post

ସମ୍ ନିଆଁ: ଲୋକେ ଭୁଲିଗଲେ କଥା ସରିଲା

Next Post

ଚାଣକ୍ୟ ଚାଲିଗଲେ

Next Post
ଚାଣକ୍ୟ ଚାଲିଗଲେ

ଚାଣକ୍ୟ ଚାଲିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA