Saturday, May 9, 2026 03:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ପାନେ…

by Our Correspondent
07 Feb, 2018- 09:41 PM
in Latest News, Politics
1 min read
0
ବୈଜୟନ୍ତଙ୍କୁ ପାନେ…
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ପୁରୁଷୋତ୍ତମପୁରରେ ସାଂସଦ(ସରକାରୀ) ପାଣ୍ଠିରେ ନିର୍ମିତ ଏକ ପାଣିଟାଙ୍କିକୁ ଗ୍ରାମବାସୀଙ୍କ ସୌଜନ୍ୟରୁ ବ୍ଲକ୍ ଅଧ୍ୟକ୍ଷା ଆଜି ଉଦଘାଟନ କରିଛନ୍ତି । ଏଥିରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକପ୍ରତିନିଧି ଉପସ୍ଥିତ ଥିଲେ । ତେବେ ସାଂସଦ ବୈଜୟନ୍ତ ପଣ୍ଡା ଏହାକୁ ଉଦଘାଟନ କରିବାର ସୁଯୋଗ ପାଇ ନ ଥିବାରୁ ତାଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଛି । ସେହି ଚିରାଚରିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କୁ ଆଟାକ୍ କରିଛନ୍ତି । କଥା କଥାକେ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିବା ତାଙ୍କ ପାଇଁ ନୂଆ ନ ଥିଲେ ମଧ୍ୟ ତୃତୀୟ ମହଲା ଅଣଓଡ଼ିଆ ଅଫିସର ସମ୍ବୋଧନରେ ତାଙ୍କୁ ସୀମିତ ରଖୁଥିଲେ । ମାତ୍ର ଆଜି ନିଜ ରାଗ ସମ୍ଭାଳି ନ ପାରି ପ୍ରଥମ ଥର ପାଇଁ ନାଁ ନେଇଛନ୍ତି । ପାଣ୍ଡିଆନ୍ ବିଜେଡ଼ିକୁ ତଳକୁ ନେଇଗଲେଣି ବୋଲି ଟୁଇଟ୍ କରିଛନ୍ତି । ଜିଲ୍ଲା ପ୍ରଶାସନ ତାଙ୍କୁ ଲୋଡ଼ି ନ ଥିବାରୁ ରକ୍ତ ଚାଉଳ ଚୋବାଇଛନ୍ତି ।
ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅର୍ଥରେ ନିର୍ମିତ ହୋଇଥାଏ । ସାଂସଦଙ୍କ ଅନୁମୋଦନରେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରୀ ଦାୟିତ୍ୱ ଜିଲ୍ଲା ପ୍ରଶାସନର । ଜିଲ୍ଲାପାଳ ଏହାର ଇମ୍ପ୍ଲିମେଟିଂ ଅଥରିଟି । ତେବେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ସାଂସଦ ପାଣ୍ଠିରେ ନିର୍ମିତ ପ୍ରକଳ୍ପଗୁଡ଼ିକ ତାଙ୍କ ନିଜର ବୋଲି ଲୋକଙ୍କୁ ଧାରଣା ଦେଉଥିବା ବିଜେଡ଼ି ମହଲରୁ ଅଭିଯୋଗ ହୋଇଛି । ସାଂସଦ ବିଜେଡ଼ିରୁ ନିଲମ୍ବିତ ହେବା ପରେ ସ୍ଥାନୀୟ ନେତା ଓ କର୍ମୀମାନେ ଏବେ ତାଙ୍କର ଆଭିମୁଖ୍ୟକୁ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଓଲଟି ତାଙ୍କର ଦଳବିରୋଧୀ କାର୍ଯ୍ୟ ପାଇଁ ପ୍ରତିଶୋଧପରାୟଣ ହୋଇଛନ୍ତି ।
ଏହିକ୍ରମରେ ପୁରୁଷୋତ୍ତମପୁର ପାଣିଟାଙ୍କି ଉଦଘାଟନରୁ ସାଂସଦଙ୍କୁ ବାଦ୍ ଦେଇ ପାନେ ଚଖାଇବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ଦଳୀୟ ପ୍ରତିନିଧିମାନେ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଆଉ ଜିଲ୍ଲା ପ୍ରଶାସନର ଅନୁମତି ନେଇ ମାର୍ଶାଘାଇ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୀତାଲତା ପରିଡ଼ା ଏହାକୁ ଉଦଘାଟନ କରିଥିଲେ । ମାର୍ଶାଘାଇ ବ୍ଲକ୍ ଉପାଧ୍ୟକ୍ଷାଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ , ସମିତି ସଭ୍ୟ ସେଥିରେ ଉପସ୍ଥିତ ଥିଲେ । ତେବେ ସ୍ୱାଭାବିକ ଭାବେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏହା ହଜମ୍ ହୋଇନାହିଁ । ସ୍ଥାନୀୟ ଗ୍ରାମବାସୀ ଓ ବିଜେଡ଼ି ନେତାଙ୍କ ଉପରର ରାଗ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍ ଙ୍କ ଉପରେ ଝାଡ଼ିଛନ୍ତି ।
ପାଣିଟାଙ୍କି ଉଦଘାଟନ ଉପରେ ମାର୍ଶାଘାଇ ବ୍ଲକ୍ ଅଧ୍ୟକ୍ଷା କହିଛନ୍ତି, ବୈଜୟନ୍ତ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି । ସେ ଉଦଘାଟନର ନୈତିକତା ହରାଇଛନ୍ତି । ଆଜି ଉଦଘାଟନ ପର୍ବରେ ଉପସ୍ଥିତ ବିଜେଡ଼ି ନେତାମାନେ ସାଂସଦଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । କହିଥିଲେ, ଏମପି ଲାଡ ଫଣ୍ଡରେ ନିର୍ମିତ ପ୍ରକଳ୍ପକୁ ସାଂସଦ ନିଜର ପ୍ରକଳ୍ପ ଦର୍ଶାଇ ଲୋକଙ୍କୁ ଭୂଆଁ ବୁଲାଇବାର ମାନସିକତା ଛାଡ଼ନ୍ତୁ । ସେମାନଙ୍କ କହିବା କଥା, କେନ୍ଦ୍ରାପଡ଼ାର ଗୁଆଳସିଂଠାରେ ଅତ୍ୟାଧୁନିକ ଜିଲ୍ଲା ସଂସ୍କୃତି ଭବନର ଉଦଘାଟନ ପାଇଁ ସାଂସଦ ଗତ ଜାନୁଆରୀ ୨୪କୁ ତାରିଖ ଧାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ସେହି ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ନ ପଚାରି ସାଂସଦ ସମ୍ପୂର୍ଣ୍ଣ ମନମାନି କରିଥିଲେ । ସାଂସଦପାଣ୍ଠିକୁ ସାଂସଦ ନିଜର ଜାଗିରି ବୋଲି ଭାବିବା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି । ସେପଟେ ବୈଜୟନ୍ତଙ୍କ ସମର୍ଥନରେ ସ୍ଥାନୀୟ ଅଞ୍ଚଳରୁ ଆଜି କାହାରିକୁ ଦେଖିବାକୁ ମିଳିନାହିଁ । ନିଜେ ସାଂସଦ ଟୁଇଟ୍ ଜରିଆରେ ପ୍ରତିକ୍ରିୟା ଦେଲା ପରେ ତାଙ୍କ ଅଫିସ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି ।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସାଂସଦ ଶ୍ରୀ ପଣ୍ଡା ମାର୍ଶାଘାଇରୁ ହୀନସ୍ତା ହୋଇ ଫେରିଥିଲେ । ତାଳସଙ୍ଗାରେ ଏକ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଯାଇଥିଲେ ମଧ୍ୟ ସ୍ଥାନୀୟ ବିଜେଡ଼ି କର୍ମୀଙ୍କ ପ୍ରବଳ ପ୍ରତିରୋଧ ଯୋଗୁଁ ଉତ୍ସବ ବାତିଲ ହୋଇଥିଲା । ସାଂସଦ ପହଞ୍ଚିଲାବେଳକୁ ଷ୍ଟେଜ୍ ଖାଲି ଏବଂ ଆୟୋଜକ ଚମ୍ପଟ୍ ମାରିଥିଲେ ।
Previous Post

କୁନ୍ଦୁଲି ମାମଲାର ତଦନ୍ତ କରିବ ଏସଆଇଟି

Next Post

କୁନ୍ଦୁଲି ରାଜନୀତି, ଟାର୍ଗେଟ୍ ବିଜେପୁର

Next Post
କୁନ୍ଦୁଲି ରାଜନୀତି, ଟାର୍ଗେଟ୍ ବିଜେପୁର

କୁନ୍ଦୁଲି ରାଜନୀତି, ଟାର୍ଗେଟ୍ ବିଜେପୁର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA