ଭୁବନେଶ୍ୱର: ପୁଞ୍ଜିପତି ମନୋଜ ନାୟକଙ୍କୁ ହାତେଇ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ଗୁଳିରେ ଗୁଡ଼ାଏ ଶିକାର ଯୋଜନାରେ ଅଛନ୍ତି । ଖାସ୍ କରି ବୈଜୟନ୍ତ ପଣ୍ଡାଙ୍କୁ ଚେକ୍ ଦେବା ତାଙ୍କ ପାଇଁ ପ୍ରାଥମିକତା ହୋଇଛି । ବୈଜୟନ୍ତଙ୍କ ବିଜେପି ଏଣ୍ଟ୍ରିକୁ ରୋକିବାକୁ ସେ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେଥିରେ ସଫଳ ହେବା ନେଇ ତାଙ୍କର ସନ୍ଦେହ ରହିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଓଡ଼ିଆ ଅଫିସର ପି.କେ. ମିଶ୍ରଙ୍କ ସହ ଚତୁର ବୈଜୟନ୍ତଙ୍କର ଭଲ ସମ୍ପର୍କ ଥିବାରୁ ଧର୍ମେନ୍ଦ୍ରଙ୍କ ବୁଦ୍ଧି ହଜିଯାଇଛି । ତେଣୁ ବୈଜୟନ୍ତ ତାଙ୍କ ଦଳକୁ ଆସିଲେ ବି ତାଙ୍କର କିଭଳି ପତ୍ତା କାଟିବେ ଆଗୁଆ ଯୋଜନାରେ ଅଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରାପଡ଼ା ଲୋକସଭା ଆସନରେ ମନୋଜ ନାୟକଙ୍କୁ ପ୍ରାର୍ଥୀ କରି ବୈଜୟନ୍ତଙ୍କ ବାଟ କାଟିବାକୁ ସେ ଚାଲ୍ ରଖିଛନ୍ତି । କେନ୍ଦ୍ରାପଡ଼ାରୁ ଗତଥର ଲଢ଼ିଥିବା ବିଷ୍ଣୁ ଦାସ ଧର୍ମେନ୍ଦ୍ର କ୍ୟାମ୍ପ ର ହୋଇ ନ ଥିବାରୁ ତାଙ୍କୁ ଏଥର ଯେ ଟିକେଟ ମିଳିବ ସେ ଆଶା ନାହିଁ । ତେଣୁ ମନୋଜଙ୍କୁ ସେଠାରେ ଆଡଜଷ୍ଟ କରିବାକୁ ସେ ଚାହୁଁଛନ୍ତି । ଦିଲ୍ଲୀରୁ କ୍ଲିୟରାନ୍ସ ନ ମିଳିଲେ ବିକଳ୍ପ ଭାବେ ତାଙ୍କୁ ମହାକାଳପଡ଼ାରେ ଲଢ଼ାଇବାକୁ ସେ ମନସ୍ଥ କରିଛନ୍ତି । ଏହାହେଲେ ବିଜୟ ମହାପାତ୍ରଙ୍କୁ ସେ ସାଇଜ୍ କରିପାରିବେ ।
ବିଜେପି ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ, ମନୋଜ ନାୟକଙ୍କ ପାଇଁ ଧର୍ମେନ୍ଦ୍ର ଅନେକ ସ୍ୱପ୍ନ ଖଂଜିଛନ୍ତି । ଗତଥର ଅମିତ୍ ଶାହା ଓଡ଼ିଶା ଆସିଥିଲା ବେଳେ ସେ ମନୋଜ ନାୟକଙ୍କୁ ଭେଟାଇଥିଲେ । ଆଉ ଅମିତ୍ ଙ୍କ ସାନ୍ନିଧ୍ୟ ପାଇ ମନୋଜ କୃତ୍ୟ କୃତ୍ୟ ହୋଇଥିଲେ । ମନୋଜଙ୍କ ହିସାବରେ ଧର୍ମେନ୍ଦ୍ରଙ୍କ ସାଙ୍ଗରେ ରହିଲେ ତାଙ୍କର ଲାଭ ହିଁ ଲାଭ । ବେପାର ବଢ଼ିବା ସାଙ୍ଗକୁ ରାଜନୈତିକ ପତିଆରା ବଢ଼ିବ । ଏହି ମିଶନ୍ ରଖି ମନୋଜ ଆଗକୁ ବଢ଼ୁଥିବା ଏହି ସୂତ୍ରରୁ ଜଣାପଡ଼ିଛି । ଏହି କାରଣରୁ ବିଜେଡ଼ି ପ୍ରତି ଥିବା ଡରକୁ ସେ ଆଖି ବୁଜିଦେଇଛନ୍ତି । ପଦ୍ମ ପ୍ରଚାରରେ ନିଜ ଖବରକାଗଜ ଓ ଟିଭିକୁ ଏବେ ବୁଝି ବିଚାରି ଲଗାଇ ଥିଲେ ମଧ୍ୟ ଆଗକୁ ଦମଦାର କରିବେ । ଏଥିପାଇଁ ମନୋଜ ବାହିନୀ ଏବେ ତିନି ନମ୍ବର ଗୁମାସ୍ତାଙ୍କ ଯୋଗାଯୋଗରେ ଥିବା ବିଜେପିର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।